Categories
ଆଜିର ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିବେ କଂଗ୍ରେସର ଭେଟରାନ ଚିରଞ୍ଜୀବ ଏବଂ ବିଜେପିର ସୁକାନ୍ତ କୁମାର

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବେ କଂଗ୍ରେସ ଦଳର ଭେଟରାନ ଲିଡର ଚିରଞ୍ଜୀବ ବିଶ୍ବାଳ। ସେ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ହେଉଛନ୍ତି ଜଗତସିଂହପୁର ର ପୂର୍ବତନ ବିଧାୟକ। ଏଥିସହିତ ସେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ। ବର୍ତ୍ତମାନ ଜଗତସିଂହପୁରରୁ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବର ଆସୁଥିବାର ଜଣାପଡିଛି।

ସେହିପରି ଆଜି ବିଜେଡିରେ ଯୋଗ ଦେବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ। ସେ ଗତକାଲି ବିଜେପିରୁ ବିଧିବଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ବିଜେଡିର ବିଧାୟକ ଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଘର ବାହୁଡା ହେବ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଜଣ କଂଗ୍ରେସ ନେତାଙ୍କଠାରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ବର: ଆଜି କଂଗ୍ରେସରୁ ତିନିଜଣ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନିଆଯାଇଛି। ସେମାନେ ହେଲେ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ। ଆଜି କଂଗ୍ରେସ ଭବନରେ ଏହି ଘୋଷଣା କରିଛନ୍ତି ପ୍ରଭାରୀ ଡ ଅଜୟ କୁମାର।

ଅଜୟ କୁମାର ଓଡିଶା କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ ପରେ ଦ୍ବିତୀୟ ଥର ପାଇଁ ସେ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଗତକାଲି ଦୀର୍ଘ ସମୟ ଧରି ଏହି ତିନି ନେତାଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ଜଣାପଡିଥିଲା ଯେ ଏହି ତିନି ନେତା ପୁଣି ଥରେ କଂଗ୍ରେସରେ ସାମିଲ ହେବେ।