Categories
ଆଜିର ଖବର ଜାତୀୟ ଖବର

ଏଲଜେପି କାର୍ଯ୍ୟକାରିଣୀରେ ଚିରାଗଙ୍କ ଉପରେ ଭରସା କଲେ ନେତା: ରାମବିଳାସଙ୍କୁ ଭାରତ ରତ୍ନ ପାଇଁ କଲେ ଦାବି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟିର ଲଢେଇ ଏବେ ନିର୍ବାଚନ କମିଶନ ପର୍ଯ୍ୟନ୍ତ ପହଞ୍ଚିସାରିଛି। ଏହା ଭିତରେ ଚିରାଗ ପାଶୱାନଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଥିଲେ। ପ୍ରାରମ୍ଭରୁ ଚିରାଗ ପାଶୱାନଙ୍କ ସହ ବୈଠକକୁ ଆସିଥିବା ସମସ୍ତ ସଦସ୍ୟ ସମ୍ବିଧାନର ଶପଥ ନେଇଥିଲେ। ଦଳର ସୁରକ୍ଷା ପାଇଁ ଏହି ବୈଠକରେ ଶପଥ ଗ୍ରହଣ କରାଯାଇଥିଲା। ଏହାସହ ପୂର୍ବତନ ଦଳର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଏହି ବୈଠକରେ ଦାବି କରାଯାଇଥିଲା।

ମିଳିଥିବା ଖବର ଅନୁଯାୟୀ, ଚିରାଗଙ୍କୁ ଦଳର ଅଧିକାଂଶ ନେତା ସମର୍ଥନ କରୁଥିବାର ଏକ ଶକ୍ତି ପ୍ରଦର୍ଶନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୈଠକ ପୂର୍ବରୁ ଚିରାଗଙ୍କ ଘର ବାହାରେ ଅନେକ ପୋଷ୍ଟର ଏବଂ ବ୍ୟାନର ଲଗାଯାଇ, “ହଁ, ଆମେ ଚିରାଗ ପାଶୱାନଙ୍କ ସାଥିରେ ଅଛି” ବୋଲି ଲେଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବାପା ରାମବିଳାଶ ପାଶୱାନଙ୍କୁ ମୁଖାଗ୍ନୀ ଦେବା ବେଳେ ହଠାତ୍ ତଳେ ପଡିଗଲେ ପୁଅ ଚିରାଗ

ବିହାର, ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ଶେଷକୃତ ସଂପର୍ଣ୍ଣ ହୋଇଥିଲା। ବିହାରର ଦିଗା ପଡ଼ିଆ ନିକଟସ୍ଥ ଗଙ୍ଗା କୂଳରେ ଥିବା ଜନାର୍ଦ୍ଦନ ଘାଟରେ ଏହି ସତ୍କାର କରାଯାଇଥିଲା। ହଜାର ହଜାର ସମର୍ଥଙ୍କ ଗହଣରେ ଏହି ସତ୍କାର କରାଯାଇଥିଲା।

ପୁତ୍ର ଚିରାଗ ପାଶୱାନ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ। ତେବେ ଦୁଃଖରେ ଦୁର୍ବଳ ହୋଇପଡିଥିବା ଚିରାଗ ମୁଖାଗ୍ନୀ ଦେଇସାରିବା ପରେ ହଠାତ୍ ତଳେ ପଡିଗଲେ। ସେତେବେଳେ ତାଙ୍କ ପାଖରେ ତାଙ୍କ ମାଆ ଏବଂ ଜଣେ ସଂପର୍କୀୟ ଥିଲେ। ସେ ତଳେ ପଡିଯିବା ବେଳକୁ ସେମାନେ ତାଙ୍କୁ ଧରି ନେଲେ। ଚିରାଗଙ୍କ ଏପରି ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଥିବା ହଜାର ହଜାର ସମର୍ଥକ ଦୁଃଖରେ ଭାଙ୍ଗି ପଡିଥିଲେ।