Categories
ଆଞ୍ଚଳିକ

ଆଜି ଚିଲିକାରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗଷ୍ଟ ୩୧ ତାରିଖରେ ସାରା ରାଜ୍ୟରେ ପୋୖରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ପତାକା ଉତ୍ତୋଳନ ପରେ ବିଧାୟକ ମହୋଦୟ ଉପସ୍ଥିତ ଥିବା କର୍ମଚାରୀ ଏବଂ ବିଜ୍ଞାପିତ ଅଂଚଳ ବାସିନ୍ଦାଙ୍କୁ ଉଦବୋଧନ ଦେଇ ଅଞ୍ଚଳକୁ ସରସସୁନ୍ଦର କରିବାକୁ ହେଲେ କର୍ମଚାରୀ ମାନଙ୍କୁ ନିଷ୍ଠାପର କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ଏନଏସି ର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ସମେତ ଜନ ହିତକର କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉକି ସ୍ୱାୟତ୍ତଶାସନ ଉପଲକ୍ଷେ ବିଧାୟକ ଶ୍ରୀ ଜଗଦ୍ଦେବ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବିଜେପି ପକ୍ଷରୁ ଏହାକୁ ଦୃଢ଼ବିରୋଧ କରାଯିବାରୁ ଉକ୍ତ କର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସଯୋଜନାର ହିତାଧିକାରୀ ମାନଙ୍କର କାର୍ଯ୍ୟାଦେଶକୁ ପ୍ରଶାସନ ତରଫରୁ ସେମାନଙ୍କ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି।