Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ୨୧ ତମ ବିଶ୍ଵଶାନ୍ତି ଶୈବଯାଗ ଓ ଦୀପ ମହାଯଜ୍ଞ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ଏକ ବିଂଶତମ ବାର୍ଷିକ ବିଶ୍ଵଶାନ୍ତି ଶୈବଯାଗ ଓ ଏକ ଲକ୍ଷ ଆଠ ରୁଦ୍ରଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇଅଛି। ଶନିବାର ଅଙ୍କୁରାରୋପଣ (କଳସ ଯାତ୍ରା) ସମ୍ପାଦିତ ହୋଇଥିବା ବେଳେ ରବିବାର ଦିନ ଠାକୁରମାନଙ୍କର ଆଗମନ ଓ ଯଜ୍ଞ ଆରମ୍ଭ ହୋଇଥିଲା। ଯଜ୍ଞରେ ଯୋଗଦେବା ନିମନ୍ତେ କପିଳାସ ନିବାସୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ବିଶ୍ଵ ପ୍ରସିଦ୍ଧ ପୁରୀସ୍ଥ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ, ହରିପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ପ୍ରତାପରୁଦ୍ରଦେବ ଏବଂ ମା ଦୁଆରଶୁଣୀ କାଠି ଠାକୁରାଣୀ, ନଈରୀ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ହରିହର ଦେବ, ବାଲିଆ ଗ୍ରାମର ଶ୍ରୀ ଶ୍ରୀ ବାଲଙ୍କେଶ୍ବର ଦେବ, ଇଚ୍ଛାପୁର ଗ୍ରାମର ଦେବାଦେବୀ ଯଥା- ମା ରାମ ଚଣ୍ଡୀ ଦେବୀ, ଶ୍ରୀ ଜଗନ୍ନାଥ ଦେବ, ଶ୍ରୀ ଯଜ୍ଞ ନାରାୟଣ ଦେବ, ଶ୍ରୀ ଗାଦିଶ୍ୱର ଦେବ, ଶ୍ରୀ ତ୍ରିନାଥ ଦେବ ଏବଂ ମା ତାରିଣୀ ମଧ୍ୟ ଆଗମନ କରିଛନ୍ତି। ସୋମବାର ଠାରୁ ବୁଧବାର ତିନି ଦିନ ଧରି ସନ୍ଧ୍ୟା ୦୬:୩୦ ରୁ ଏକ ଲକ୍ଷ ଆଠ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବ। ତତ୍ ସହିତ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡୀ, ବଗଳା, ଶୀତଳା, ପଞ୍ଚାକ୍ଷରୀ ଜପ, ସିଦ୍ଧିବିନାୟକ, ଘୃତ ଆହୁତି,୧୦୦୮ ବେଲପତ୍ର ଅର୍ପଣ, ନାମ ସଙ୍କୀର୍ତ୍ତନ, ପ୍ରବଚନ, ଆରତୀ ଓ ପୁଷ୍ପାଞ୍ଜଳି ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲୁ ରହିବ।

ମଙ୍ଗଳବାର ଦିନ ଓଁ ଶ୍ରୀ ଶ୍ରୀ ବାବା ପତାଳେଶ୍ୱର ବାଳିକା ରାମନାଟ୍ୟ ସଂସଦ, ବଧିସାହି, ନୟାଗଡ଼ ଦ୍ଵାରା ପୌରାଣିକ ନାଟକ ସଂଗଠିତ ହେବ। ତତ୍ ସହିତ ବୁଧ ଓ ଗୁରୁବାର ଦିନ ଜନସାଧରଣଙ୍କ ନିମନ୍ତେ ଯାତ୍ରା ଦରବାର ଦ୍ଵାରା ସାମାଜିକ ଏବଂ ଶିକ୍ଷାଭିତ୍ତିକ ନାଟକ କାର୍ଯ୍ୟକ୍ରମ ମଧ୍ୟ ବ୍ୟବସ୍ଥା କରାଯାଇଅଛି ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପାଦିତ ହେବ।
ପ୍ରକାଶ ଥାଉକି ଆସନ୍ତାକାଲି ସୋମବାର ଦିନ ଶ୍ରୀ ଶ୍ରୀ ବାଙ୍କନିଧି ଦେବ ସ୍ବାସ୍ଥ୍ୟ ଶିବିର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆୟୋଜିତ ହେବ।

ଉକ୍ତ ଶିବିରରେ କର ଭିଜନ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ବର ଏବଂ ଡ: ମୋହନସ୍, ବାମିଖାଲ, ଭୁବନେଶ୍ୱର ର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା, ଡାଇ ବେଟିସ୍, ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ସହିତ ଔଷଧ ଓ ଚଷମା ମାଗଣାରେ ପ୍ରଦାନ କରାଯିବ। ଯେଉଁ ମାନଙ୍କର ଅସ୍ତ୍ରୋପଚାର ଆବଶ୍ୟକ ସେମାନଙ୍କୁ କର ଭିଜନ ଚକ୍ଷୁ ଚିକିତ୍ସାଳୟ, ଭୁବନେଶ୍ବର ଦ୍ୱାରା ମାଗଣା ଚିକିତ୍ସା ଯୋଗଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଇଚ୍ଛାପୁର ଗ୍ରାମର ସମାଜ ସେବୀ ସୀମାଞ୍ଚଳ ସ୍ୱାଇଁ, ରାମଚନ୍ଦ୍ର ଖୁଣ୍ଟିଆ, ଅକ୍ରୁର ପ୍ରଧାନ, ରତ୍ନାକର ସ୍ୱାଇଁ, ସାଗର ଶେଖର ଭୋଳ, ଲିଟୁ ସ୍ୱାଇଁ, କୁନାଲ ସ୍ଵାଇଁ ଏବଂ ଗ୍ରାମବାସୀବୃନ୍ଦଙ୍କ ପୂର୍ଣ୍ଣ ସହଯୋଗ ଦ୍ଵାରା ଉକ୍ତ କାର୍ଯ୍ୟ ସମ୍ପାଦିତ ହେବ।

Categories
ଆଞ୍ଚଳିକ

ଚିଲିକାରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ପୁନମ ମହାପାତ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ଓଏଏସ ଅଧିକାରିଣୀ ପୁନମ ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୁର୍ବରୁ ସେ ସୋନପୁର ଜିଲ୍ଲା ବିରମହାରାଜପୁର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ।କାର୍ଯ୍ୟରେ ଯୋଗ ଦେବାପରେ ସେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।

ବ୍ଲକରେ ପୂର୍ବରୁ ବାକି ଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ରାସ୍ତାଘାଟ ଉର୍ଣ୍ଣତିକରଣ, ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ନୂତନ ବିଡ଼ିଓ। ନୂତନ ବିଡ଼ିଓଙ୍କୁ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା: ୯ ପରୀକ୍ଷାର୍ଥୀ ଅନୁପସ୍ଥିତ, ଜାଣନ୍ତୁ ମୋଟ ବିଦ୍ୟାର୍ଥୀ କେତେ?

ବାଲୁଗାଁ: ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ୧୪୨୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ପ୍ରଥମ ଦିନରେ ୯ ଜଣ ଅନୁପସ୍ଥିତ ଥିବା ବିଇଓ କିଶୋର ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ଖବର ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ-ବାଲୁଗାଁ, ଭାଲେରି ଉଚ୍ଚ ବିଦ୍ୟାଳୟ-ଚାଷଙ୍ଗରା, ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ-ବଡ଼କୁଳ, ଯୁଗଳ ଚରଣ ବାଳିକା ବିଦ୍ୟାପୀଠ-ବାଲୁଗାଁ, ପଞ୍ଚୁପଲ୍ଲୀ ଉଚ୍ଚ ବିଦ୍ୟାଳୟ-ଆଁକୁଲା, ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟ-ହରିପୁର, ଚିଲିକା ଉଚ୍ଚ ବିଦ୍ୟାଳୟ-ହାଟବରଡି, ଭଗବତୀ ଉଚ୍ଚ ବିଦ୍ୟାଳୟ-ସୋରଣ, ଦାଶରଥି ଉଚ୍ଚ ବିଦ୍ୟାଳୟ-କାଲୁପଡା ଆଦି ୯ ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି।

ପ୍ରଶ୍ନପତ୍ର ଲିକ ଠାରୁ ଆରମ୍ଭ କରି କପି ରୋକିବା ଦିଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ପରୀକ୍ଷା ଅଧିକ୍ଷକ ସ୍ଵାଧିନା ମଞ୍ଜରୀ ବେହେରା କହିଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଧାଡିରେ ପରୀକ୍ଷା ହଲକୁ ପ୍ରବେଶ କରିଥିବା ବେଳେ ମାତୃଭାଷା ଓଡ଼ିଆ ପରୀକ୍ଷା ସାରି ପରୀକ୍ଷାର୍ଥୀମାନେ ଖୁସିରେ ଫେରୁଥିବା ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଶମ୍ଭୁମିଳନ

ବାଲୁଗାଁ: ଚିଲିକା ବ୍ଲକ ବଡ଼କୁଳ ଅନ୍ତର୍ଗତ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ବ୍ୟାପି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧିବାସରେ ଅଙ୍କୁରାରୋପଣ କରାଯାଇଥିବା ବେଳେ ସୋମବାର ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା।

ମଙ୍ଗଳବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି। ସମ୍ପୃକ୍ତି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ପୀଠରେ ଅନାଦି କାଳରୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବିଶ୍ୱ ଶାନ୍ତି କଲ୍ୟାଣ ନିମନ୍ତେ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ରାମେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତି ଦିନ ନୀତିକାନ୍ତି ଅନୁଯାୟୀ ଯଜ୍ଞ ହେଉଥିବା ବେଳେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ସହ ପୂଜା ବିଧି ସାରି ଯଜ୍ଞ ସମାପନ କରାଯାଇଥିଲା।ଭକ୍ତଙ୍କ ନିମିତ୍ତ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ଉଦଯାପନୀ ଅବସରରେ ରାମେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ବିଜେ ପ୍ରତିମାଙ୍କ ଶମ୍ଭୁ ମେଳଣ ଅନୁଷ୍ଠିତ ହୋଇଥିଲା।ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବଡ଼କୁଳ ହରଗୌରୀ ଦେବ, ଚନ୍ଦ୍ରଶେଖର ଦେବ, ମଙ୍ଗଳପୁର ଶ୍ରୀ ଜଗତେଶ୍ୱର ଦେବ, ସୁବୁଦ୍ଧି ପାଟଣା ଜଗତେଶ୍ୱର ଦେବ, ଗବପଦର ବାଙ୍କନିଧି ଦେବ, ଭେଲେରି ଦଧିବାମନ ଦେବଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ। ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

ବାଲୁଗାଁ: ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ଗଇନଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜ ଅଞ୍ଚଳରେ ସୁବିଧାରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ଲକ୍ଷ୍ୟ ରଖାଯାଇ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।

ଦଶମ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ମାନେ ବିଶେଷ କରି ମାନସିକ ଚ଼ାପରେ ରହିଥାନ୍ତି, ଏଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ସହ “ପରୀକ୍ଷା ପେ ଚ଼ର୍ଚ୍ଚା” ନାମରେ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କର ମନୋବଳକୁ ଦୃଢ଼ କରିଛନ୍ତି। ଛାତ୍ରଛାତ୍ରୀମାନେ ହେଉଛନ୍ତି “ବିକଶିତ ଓଡ଼ିଶା” ର ଭବିଷ୍ୟତ।

ଶୃଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରି ସମାଜରେ ପ୍ରତିଷ୍ଠିତ ହେବା ସହ ରାଷ୍ଟ୍ର ଗଠନରେ ସହାୟକ ହେବା ସହିତ ବିଦ୍ୟାଳୟ ଜୀବନର ପ୍ରତ୍ୟେକଟି ମୂହୁର୍ତ୍ତକୁ ସୁଖଦ ମୂହୁର୍ତ୍ତ ହେଉ ବୋଲି ମାନସିକତା ରଖିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଉପଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବିଡ଼ିଓ ହଳଧର ଶବର, ବ୍ଲକ ଶିକ୍ଷାଧିକାରୀ କିଶୋର ଚ଼ନ୍ଦ୍ର ଦାଶଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଚିଲିକା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣା ବେହେରା ଏବଂ ବିଡିଓ ହଳଧର ଶବର ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ବ୍ଲକ ଅନ୍ତର୍ଗତ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିରୁ ଶତାଧିକ ହିତାଧିକାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବ୍ଲକ ଅନ୍ତର୍ଗତ ସମସ୍ତ ଜନପ୍ରତିନିଧି ମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧାରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ହିତାଧିକାରୀ ମାନଙ୍କ ପରୀକ୍ଷଣ କରିଥିଲେ।

ଉକ୍ତ ଶିବିରରେ ୭୮୦ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୪୯୫ ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷା ଭିନ୍ନକ୍ଷମ ପରିଚୟ ପତ୍ର ବଣ୍ଟନ କରିଥିଲେ। ଏହି ଶିବିରରେ ୧୯ ଜଣଙ୍କୁ ହ୍ବିଲ ଚେୟାର, ୫୦ ଜଣଙ୍କୁ ଶ୍ରବଣ ବାଧିତ ଯନ୍ତ୍ର, ୮ ଜଣଙ୍କୁ ଦୃଷ୍ଟି ବାଧିତ ଷ୍ଟିକ, ୫ ଜଣଙ୍କୁ ବସ ପାସ,୫ ଜଣଙ୍କୁ ଶିକ୍ଷାଗତ କୀଟ,୧୫ ଜଣଙ୍କୁ ଟ୍ରାଇ ସାଇକେଲ ଆଦି ଦିଆଯାଇଥିଲା।

ତେବେ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉକ୍ତ ଶିବିରର ମୁଖ୍ୟ ସ୍ରୋତ ହୋଇଥିବା ବେଳେ ବ୍ଲକ ପ୍ରଶାସନ ସର୍ବଦା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକରିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟରଞ୍ଜନ ପାଢ଼ୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ

ଚିଲିକା: ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।

ଉକ୍ତ ମହୋତ୍ସବରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ, ଶିକ୍ଷାବିତ ପ୍ରଫେସର କିଶୋର ଦାସଙ୍କ ଦିଗଦର୍ଶନରେ ପରିଚାଳିତ ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରଚର’ ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ଉଚ୍ଚମାନର କଳାକୃତି ନେଇ ୧୬ ଗ୍ୟାଲେରୀ ବିଶିଷ୍ଟ ସଂଗ୍ରହାଳୟ ଓଡ଼ିଆର୍ଟ ସେଣ୍ଟରରେ ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା।

ଏହିଅବସରରେ ପ୍ରାଚୀନ କଳା,ସଂସ୍କୃତିର ବିକାଶ ଓ ସଂରକ୍ଷଣ ନିମିତ୍ତ ମନ୍ତ୍ରୀଙ୍କ କରକମଳରେ ଅତିରିକ୍ତ ୬ଟି ନୂତନ ଗ୍ୟାଲେରୀ ଉଦଘାଟିତ ହୋଇଛି। ପୂର୍ବାହ୍ନରେ ଓଡ଼ି ଆର୍ଟ ପରିସରରେ ଛାତ୍ରଛାତ୍ରୀଙ୍କ ନିମିତ୍ତ ଭାରତୀୟ ଓ ଭିଏତନାମ କଳାକୃତି ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ଭିଏତନାମା ଡ୍ରମ ବାଦ୍ୟ ନୃତ୍ୟ,ପଶ୍ଚିମବଙ୍ଗ ଶ୍ରୀ ଖୋଲ ନୃତ୍ୟ ପରିବେଷଣ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ କଳାକୃତି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ମହୋତ୍ସବରେ ଓଡ଼ି ଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି, କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ଉପ ସଭାପତି ନିରଞ୍ଜନ ଦାସ ଓ ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ବିଶେଷଜ୍ଞ ଜିତୁ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ୧୩ ପର୍ଯ୍ୟନ୍ତ ଓଡ଼ି ଆର୍ଟରେ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ

ବାଲୁଗାଁ: ଗୁରୁବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୦ତମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ତଥା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ସୁଦୂର ଭିଏତନାମା, ଦକ୍ଷିଣ କୋରିଆ ଓ ଭାରତର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ଯାହାକି ଉକ୍ତ ମହୋତ୍ସବ ମାଧ୍ୟମରେ ଓଡ଼ି ଆର୍ଟକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୧୦ତମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ କରିବାନେଇ ଆଲୋଚନା କରିଥିଲେ।ଚଳିତ ବର୍ଷ ଏସିଆର ତାଳ ସଙ୍ଗୀତ ଓ ସଂଯୁକ୍ତ ବାଦ୍ୟ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଉକ୍ତ ମହୋତ୍ସବକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି।

ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସ୍ଥାନୀୟ ଆଗ୍ରହୀ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଟେରାକୋଟା, ପଟ୍ଟଚିତ୍ର, ଚାନ୍ଦୁଆ, ଏମ୍ବ୍ରାଇଡେରୀ, କାଇଞ୍ଚ ମାଳି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ। ଏଥିସହିତ ସଂଗ୍ରହାଳୟକୁ ସାର୍ବଜନୀନ କରାଯାଇଥିବା ସହ ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ଏବଂ କଳା ସଂସ୍କୃତି ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିବାନେଇ ଓଡ଼ିଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର୍ଟ କମିଟି ଅଧ୍ୟକ୍ଷ ସ୍ବେଦେଶ ପଟ୍ଟନାୟକ, ଉପ ସଭାପତି ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଉଥ କୋରିଆ ଫଟୋଗ୍ରାଫର ଚିଓଙ୍ଗଚୋ ଲି, ସାନଘୋ ରା, ପିକକ୍ୱାଙ୍ଗ ସିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ ମନ୍ତ୍ରୀଙ୍କୁ ମିଶନ ଶକ୍ତି ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଚିଲିକା: ଚ଼ିଲିକା ବ୍ଲକ ପରିସରରେ ବିଶ୍ବ ଭାରତୀ ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଅଙ୍ଗନବାଡି କର୍ମୀ ପ୍ରମୁଖ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି।

ଏହି ସମ୍ବର୍ଦ୍ଧନା ଉତ୍ସବରେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ନିମନ୍ତେ ଚ଼ିଲିକା ଅଞ୍ଚଳରେ ମହିଳା ଶିଳ୍ପାଞ୍ଚଳ ସ୍ଥାପନ କରି ୫୦୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନିୟୋଜିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଏମବିକେ, ସିଆରପି, କୃଷିମିତ୍ର, ବ୍ୟାଙ୍କ ମିତ୍ର ଓ ପ୍ରାଣୀମିତ୍ର ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ହଳଧର ଶବର, ତହସିଲଦାର କାହ୍ନୁଚରଣ ଘଡ଼ାଇ, ସିଡ଼ିପିଓ ଅନୁସୂୟା ମିଶ୍ର, ମହାସଂଘ ସଭାନେତ୍ରୀ, ସମ୍ପାଦିକା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ

ଚିଲିକା (ସୀତାରାମ ଅଗ୍ରୱାଲ): ବୁଧବାର ଅପରାହ୍ନ ୨.୩୦ ଟାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଡିଏମ ସଭାପତିତ୍ଵ କରିଥିଲେ। ତତ୍ ସହିତ ବିଡିଓ, ଏଇଇ, ଡିଏସଏ, ଏପିଓ ଏବଂ ପଞ୍ଚାୟତର ସମସ୍ତ ଷ୍ଟାଫ, ସରପଞ୍ଚ ମାନେ ଉପସ୍ଥିତ ଥିଲେ।

କିପରି କେସ ରେକର୍ଡ ଗୁଡ଼ିକର ଠିକ ପରିଚାଳନା, ଗ୍ରାମ ସଭାକୁ ସୁନିଶ୍ଚିତ କରାଇବା, ପ୍ରକଳ୍ପ ଗୁଡ଼ିକୁ ସମୟରେ ସମାପ୍ତ କରିବା ଉପରେ ଏଡିଏମ (G) ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଯୋଗ୍ୟ ହିତାଧିକାରୀକୁ କିପରି କାମ ଦିଆଯାଇପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ।

୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ କାମ କରାଯାଇଥିବା ପ୍ରକଳ୍ପର ଜନଶୁଣାଣୀ କରାଯାଇଥିଲା। ଏହି ବର୍ଷ ମୋଟ ଶ୍ରମ ଅଟକଳ ୧,୮୧,୧୧୧ ଶ୍ରମ ଦିବସ ସୃଷ୍ଟି ପାଇଁ ଥିବା ବେଳେ ଚିଲିକା ବ୍ଲକ ରେ ୨୦୪୩୬୫ ଶ୍ରମ ଦିବସ ସୃଷ୍ଟି କରି ପାରିଥିଲା ଓ ୪୨୬ ଟି ପରିବାର ୧୦୦ ଦିନ ର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ପରିଶେଷରେ BDO ଚିଲିକା ଧନ୍ୟବାଦ୍ ଦେଇ ସଭା ସମାପ୍ତ କରିଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୨୭ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୬ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୧ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ରେଡକ୍ରସ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳା ଜେନା, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସି ଡ଼ି ଏମ୍ଓ ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଚିଲିକା ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ କିଶୋରୀମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଆୟୋଜିତ ହେଲା ନିଯୁକ୍ତି ମେଳା

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ସିଡିପିଓ ଅନୁସ୍ଵୟା ମିଶ୍ରଙ୍କ ନେତୃତ୍ୱରେ କିଶୋରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସୌମ୍ୟଶ୍ରୀ ମହାନ୍ତି,ସୁଭଦ୍ରା ମହାନ୍ତି କାଉନସେଲର ଭାବେ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କରେ ଅବଗତ କରିଥିଲେ।କମ ବୟସରୁ ବିବାହ ନକରି ଗୁଣାତ୍ମକ ଶିକ୍ଷାଦ୍ୱାରା କିପରି ଜଣେ ମହିଳା ସ୍ୱାବଲମ୍ବୀ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେନେଇ ସିଡିପିଓ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଥିଲେ।

ଉକ୍ତ ଶିବିରରେ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା,କଳକଳେଶ୍ୱର,ସିଙ୍ଗେଶ୍ୱର,ଚଣ୍ଡେଶ୍ୱର, ଆଙ୍କୁଲା ପଞ୍ଚୟତରୁ ୧୨୬ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।ଏହି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଶନିବାର ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦକ୍ଷତା ଅନୁଯାଇ କିଶୋରୀ ବାଳିକାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭିନ୍ନ ସଂସ୍ଥାର କାଉନସେଲର ମାନେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ହଳଧର ଶବର,ସିଡ଼ିପିଓ ଅନୁସ୍ଵୟା ମିଶ୍ର,ଏବିଇଓ ଗୀତାଞ୍ଜଳି ନାୟକ, ସୁପରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ପଞ୍ଚୁପଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ଚିିଲିକା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ପ୍ରଫେସର୍ ମାନସ ମୋହନ ବଳିଆରସିଂହ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଦକ୍ଷତା ତଥା ପ୍ରତିଭାର ପରିପ୍ରକାଶ ହୋଇପାରୁଥିବାରୁ ସେ କାର୍ଯକ୍ରମକୁ ପ୍ରଶଂସା କରିଥିଲେ।

ସାହିତ୍ୟିକ, ନାଟ୍ୟକାର ଶ୍ରୀଯୁକ୍ତ ଭିକାରୀ ଚରଣ ପ୍ରଧାନ ଓ ଶ୍ରୀଯୁକ୍ତ ଶ୍ୱେତ କୁମାର ସ୍ୱାଇଁ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇ ପ୍ରତିଯୋଗୀ ମାନଙ୍କର ମୂଲ୍ୟାଙ୍କନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟୀତ୍ୱରେ ଥିବା ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ, ଅଧ୍ୟାପକ ରବି ଶଙ୍କର ହୋତା, ଅଧ୍ୟାପକ ସଂଗ୍ରାମ କେଶରୀ ମିଶ୍ର ବିଭିନ୍ନ ପ୍ରତିଯୋଗିତା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଛାତ୍ର ଛାତ୍ରୀ ମାନେ ଏକକ ନୃତ୍ୟ,ସମବେତ ନୃତ୍ୟ ,ସଙ୍ଗୀତ, ଫ୍ୟାସନ ସୋ ଇତ୍ୟାଦି ପରିବେଷଣ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟ ନାରାୟଣ ମିଶ୍ର, ମମତା ମହାପାତ୍ର, ପ୍ରଶାନ୍ତ କୁମାର ମଙ୍ଗରାଜ, ବିପିନ ବିହାରୀ ସାମନ୍ତରାୟ, ଶ୍ରୀ ପ୍ରଦୀପ କୁମାର ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯକ୍ରମ କୁ ସଫଳ କରାଇଥିଲେ। ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତ ଅତିଥି, ଛାତ୍ର ଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Categories
ଆଞ୍ଚଳିକ

ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ସଫଳତାର ସହିତ ସମାପନ ହୋଇଛି। ଆଙ୍କୁଲାଚଟୀ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ପଦଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ସହର ପରିକ୍ରମା କରି ସଚେତନତାର ବାର୍ତା ବାଣ୍ଟିଥିଲେ। ସମାଜ ସେବା କାର୍ଯକ୍ରମ ଅଧିକାରୀ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଙ୍କ ନେତୃତ୍ୱରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ହାତରେ ଗ୍ଲୋବ ଓ ମୁଁହ ରେ ମାସ୍କ ପରିଧାନ କରି ମନ୍ଦିର ପ୍ରାଙ୍ଗଣ, ଚତୁଃ ପାର୍ଶ୍ଵ ଓ ରାସ୍ତା ସଫା କରିଥିଲେ।

୨ୟ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରାଥମିକ ସହାୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଦସ୍ୟ ଅନନ୍ତ ଚରଣ ଖଟେଇ ଓ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ନିରଞ୍ଜନ ମିଶ୍ର ଓ ସାମାଜିକ କାର୍ଯକ୍ରମ ସହଯୋଗୀ ସଂଗ୍ରାମ କେଶରୀ ମିଶ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ସାମାଜିକ କାର୍ଯକ୍ରମର ସମସ୍ତ ସେବା ଓ ସଚେତନତା କାର୍ଯ୍ୟ ସଫଳତାର ସହିତ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Categories
ଆଞ୍ଚଳିକ

ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକର ଗଙ୍ଗାଧରପୁର ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଶାଖା ଡାକ ଘର ଡାକପାଳଙ୍କ ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ମୋଟ ୮ ଟି ଗ୍ରାମୀଣ ଶାଖା ଡାକ ଘର ଯଥା ନଇରୀ, ଵଉଳାବନ୍ଧ, ନାଚୁଣୀ, ସୁନାଖଳା, ସଲପଡିହ, କୁଲେଇ, ହରିକୁଣ୍ଡ ଵରଡିହ ସାମିଲ ହୋଇଛନ୍ତି। ଫଳରେ ଗଙ୍ଗାଧର ପୁର ଉପଡାକ ଘର ସମେତ ଉପରୋକ୍ତ ଶାଖା ଡାକ ଘରର ଡାକ ସେବା ବ୍ୟାହତ ହୋଇଯାଇଛି।

ସ°ପୃକ୍ତ ଗ୍ରାମୀଣ ଶାଖା ଡାକଘରର ଡାକପାଳ ଯଥା ଦୁର୍ଗା ପ୍ରସାଦ ଜେନା, ଲକ୍ଷ୍ମୀକାନ୍ତ ଘଡେ଼ଇ, ପ୍ରଶାନ୍ତ ବେହେରା, ହୁସନାରା ଵେଗମ, ଅପରାଜିତା କହଁର, ମୋହିନୀ ହେମ୍ବ୍ରମ, ସୈ।ମିତ୍ରୀ ରାଉତରାୟ, ଖଗେଶ୍ବର ବାରିକ, ରମେଶ ଚନ୍ଦ୍ର ସାମନ୍ତରାୟ, ଶୁଭଶ୍ରୀ ବେହେରା ସାମିଲ ହୋଇ ଆନ୍ଦୋଳନ ଓ ଧାରଣାରେ ବସିଥିବା ପ୍ରକାଶ।

ସୂଚନା ଅନୁସାରେ ଗ୍ରାମୀଣ ଶାଖା ଡାକ ଘରର ଡାକପାଳଙ୍କ ୧୦ ଦଫା ଦାବି ପୁରଣ ନହେଲେ ଆଗକୁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଆନ୍ଦୋଳନ କାରୀଙ୍କ ସୂତ୍ରରୁ ପ୍ରକାଶ।

Categories
ଆଞ୍ଚଳିକ

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ସକାଳେ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। ଗାଁ ପୋଖରୀରେ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ।

ଖବର ମୁତାବକ ସକାଳେ ବିଧାରପୁର ଗ୍ରାମର ଦୀନବନ୍ଧୁ ସ୍ୱାଇଁଙ୍କ ଏକମାତ୍ର ପୁଅ ଦିଲ୍ଲୀପ ସ୍ୱାଇଁ (୩୫) ଗାଧେଇବା ପାଇଁ ପୋଖରୀକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ପୋଖରୀ ମଧ୍ୟରେ ପଡି ଯାଇଥିଲେ। ଦିଲ୍ଲୀପ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀରେ ତାଙ୍କୁ ଭାସୁଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ଅନ୍ତର୍ଗତ ମହାନ୍ତି ସାହିର ଲୋକନାଥ ସାହୁଙ୍କ ଘରେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଘର ଓ ଆସବାବପତ୍ର ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ଖବର ମୁତାବକ ଆଜି ସକାଳେ ଲୋକନାଥଙ୍କ ସାନ ବୋହୁ ଅମୁଲି ସାହୁ ରୋଷେଇ କରିବାକୁ ଗ୍ୟାସ ଲଗାଇ ଥିବାବେଳେ ଗ୍ୟାସ ଟାଙ୍କି ଲିକ ହୋଇ ସଙ୍ଗେ ସଙ୍ଗେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଜୀବନ ବିକଳରେ ଘରୁ ପରିବାର ବର୍ଗ ବାହାରକୁ ଚାଲିଆସିଥିଲେ।ନିଆଁ ଲାଗିଥିବା ଦେଖି ସାହି ବାସିନ୍ଦା ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ଆୟତ୍ତ କରିପାରିନଥିଲେ।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ମାତ୍ର ନିଆଁ ଆୟତ୍ତ ହେଲାବେଳକୁ ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସର୍ବସାନ୍ତ୍ୱ ହୋଇଗଲା ପରେ ଶ୍ରୀ ସାହୁ ନିଜ ସ୍ତ୍ରୀ, ଦୁଇ ପୁଅ ବୋହୂ ଓ ନାତୁଣୀଙ୍କ ଭରଣପୋଷଣ ନେଇ ଚିନ୍ତାରେ ରହିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୪ ରୁ ୨୮ ପର୍ଯ୍ୟନ୍ତ ଓଡ଼ି ଆର୍ଟରେ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୯ମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ପାର୍କୟନ ଓକ, ବିୟୋଙ୍ଗମୋ ଚୁଙ୍ଗ, ଜୁନି ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଅନେକ ଉଚ୍ଚ କୋଟିର କଳା ସଂସ୍କୃତି ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।

ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୯ମ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ କରିବାନେଇ ଆଲୋଚନା କରିଥିଲେ। ଯାହାକି ଏହି ମହୋତ୍ସବକୁ ଓଡ଼ି ଆର୍ଟ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଜେନା ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି। ଏଥିସହିତ ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସଂଗ୍ରହାଳୟକୁ ସାର୍ବଜନୀନ କରାଯାଇଥିବା ସହ ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ଏବଂ କଳା ସଂସ୍କୃତି ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିବାନେଇ ଓଡ଼ିଆର୍ଟ ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ କହିଛନ୍ତି।

ଉକ୍ତ ବୈଠକରେ ସଂସ୍ଥାପକ ପ୍ରସନ୍ନ କୁମାର ଦାସ,ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ପ୍ରକଳ୍ପ ସଭ୍ୟ ରବିନ ରାଏ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଚିଲିକା ବ୍ଲକ ଘେରିଲା ବିଜେପି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ବିଜେପି ପକ୍ଷରୁ ଚିଲିକା ବ୍ଳକ ଘେରାଉ କରାଯାଇଛି। ଦଳୀୟ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ବଢିଚାଲିଥିବା ବେଳେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ପରିମଳ ବ୍ୟବସ୍ଥାରେ ଦୁର୍ନୀତି ସାଙ୍ଗକୁ ଜଳ ସେଚନରେ ଅବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାନାଦି ସ୍ଲୋଗାନ ଦିଆଯାଇ ବ୍ଲକ ଘେରାଉ କରାଯାଇଥିଲା।

ଏହି ଅପାରଗତା ସରକାର ଅମଳରେ ଶିକ୍ଷା,ସ୍ୱାସ୍ଥ୍ୟ,ବେକାରୀ ସମସ୍ୟା ଚରମ ସୀମାରେ ପହଁଚିଛି। ଶାସକ ଦଳର ନେତା କର୍ମୀ ଅପକର୍ମରେ ଲିପ୍ତ ରହିଛନ୍ତି।କୌଣସି ପ୍ରକଳ୍ପ ପାରିତ ହେବାପୁର୍ବରୁ ନାଁ ଗ୍ରାମସଭା ଅବା ପଲ୍ଲୀ ସଭା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁନାହିଁ।ଏଭଳି ଅନେକ ଅଭିଯୋଗ ନେଇ ରଣହୁଙ୍କାର ଦେଇଛି ବିଜେପି। ଏଥିସହିତ ଏସବୁ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବାସହ ଟାଳଟୁଳ ନୀତି ବନ୍ଦ କରି ସୁଚାରୁରୂପେ କାର୍ଯ୍ୟ ପ୍ରତିପାଦନ କରିବାକୁ ବିଜେପି ପକ୍ଷରୁ କୁହାଯାଇଛି। ଯଦି ଏଥିରେ ଖିଲାପ ହୁଏ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା  ଜ୍ୟୋତ୍ସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ତଥା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ମନରେଗା ଜନଶୁଣାଣୀ ଶିବିର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସଭାପତିତ୍ୱରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷ ଜ୍ୟୋତ୍ସନା ବେହେରା , ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ , ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଅମୃତ ସରୋବରକୁ ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧୀନରେ ସମୁଦାୟ ୧୬୨୫୮୭ କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ଏପିଓ ରୋଜାଲିନ ଶ୍ରୀଚନ୍ଦନ ମତପ୍ରକାଶ କରିଥିଲେ। ମନରେଗା ଯୋଜନାରେ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ଯ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ରକ୍ତଦାନ ଶିବିର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ଗାଁ କଲ୍ୟାଣ ସମିତି ପକ୍ଷରୁ ଜରିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର। ଯୁବ ଗୋଷ୍ଠି ମାନଙ୍କ ମଧ୍ୟ୍ୟରେ ରକ୍ତ ଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ଆଶା କର୍ମୀ, ଅଙ୍ଗନବାଡୀ କର୍ମି, ସ୍ୱାସ୍ଥ୍ୟ କର୍ମୀ ଓ ସି ଏଚ୍ ଓ ମାନଙ୍କ ମିଳିତ ସହଯୋଗରେ ଉକ୍ତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜରିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପିନା କୁମାରୀ ସାହୁ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା ରଶ୍ମିରେଖା ଜେନା, ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଓମକାର ପ୍ରସାଦ ଜେନା, ଖୋର୍ଦ୍ଧା ଜିଲ୍ଲା ଡ଼ିପିଏମ ପ୍ରକାଶ ବାନାର୍ଜୀ, ଖୋର୍ଦ୍ଧା ଜିଲା ଆଶା କର୍ମୀ ସହ ପରିଚାଳିକା ରୋଜାଲିନ୍ ମହାପାତ୍ର, ବାଲୁଗାଁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଆରତୀ ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସ୍ଚାହିତ କରିଥିଲେ।

ଜିଲ୍ଲା ରେଡକ୍ରସ୍ ଡା ସୌରଭ କୁମାର ରାୟ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି ଶିବିରରୁ ମୋଟ ୫୨ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା।