Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ଜଏଣ୍ଟ ଭେଞ୍ଚର (ମିଳିତ ଉଦ୍ୟୋଗ) ଗଠନ ଘୋଷଣା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା କରାଯାଇଛି। ଏହି କାରବାରର ଏକ ଅଂଶ ଭାବରେ, ଭାୟାକମ୧୮ ର ମିଡିଆ ସଂସ୍ଥା ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ରେ କୋର୍ଟ ଅନୁମୋଦିତ ଯୋଜନା ଜରିଆରେ ମିଶ୍ରିତ ହେବ।

ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଏହି ମିଳିତ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ୧୧୫୦୦ କୋଟି ଟଙ୍କା ନିବେଶ କରାଯିବାକୁ ନିଷ୍ପତ୍ତି କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମିଳିତ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ନିୟନ୍ତ୍ରଣ ରେ ରହିବ ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ୧୬.୩୪ ପ୍ରତିଶତ ମାଲିକାନା, ଭାୟାକମ୧୮ ର ୪୬.୮୨ ପ୍ରତିଶତ ଓ ଡିଜନିର ୩୬.୮୪ ପ୍ରତିଶତ ମାଲିକାନା ରହିବ। ଆବଶ୍ୟକୀୟ ନିୟାମକ ଓ ତୃତୀୟ ପକ୍ଷ ଅନୁମୋଦନ ଅନୁଯାୟୀ ଡିଜନି ମଧ୍ୟ ଏହି ମିଳିତ ଉଦ୍ୟୋଗରେ ନିର୍ଦ୍ଦିଷ୍ଟ ଅତିରିକ୍ତ ମିଡ଼ିଆ ଆସେଟ ଯୋଗଦାନ କରିପାରେ।

ନୀତା ଏମ ଅମ୍ବାନୀ ଏହି ମିଳିତ ଉଦ୍ୟୋଗର ଅଧ୍ୟକ୍ଷା ହେବେ ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବରେ ଏହି ମିଳିତ ଉଦ୍ୟୋଗକୁ ରଣନୀତିକ ମାର୍ଗଦର୍ଶନ କରିବେ।

ଭାରତରେ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁ ପାଇଁ ଏହି ମିଳିତ ଉଦ୍ୟୋଗ ଏକ ଅଗ୍ରଣୀ ଟିଭି ଏବଂ ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ହେବ ଯେଉଁଥିରେ ମନୋରଞ୍ଜନରେ କଲର୍ସ, ଷ୍ଟାରପ୍ଲସ୍‌, ଷ୍ଟାରଗୋଲ୍ଡ ଏବଂ କ୍ରୀଡାରେ ଷ୍ଟାର୍ ସ୍ପୋର୍ଟସ୍ ଏବଂ ସ୍ପୋର୍ଟସ୍ ୧୮ ଭଳି ଆଇକନିକ୍ ମିଡିଆ ସମ୍ପତ୍ତି ଏକତ୍ର ହେବାସହିତ ଜିଓସିନେମା ଏବଂ ହଟଷ୍ଟାର ମାଧ୍ୟମରେ ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରମୁଖ ଇଭେଣ୍ଟ ଏକତ୍ରିତ ହେବ। ଏହି ମିଳିତ ଉଦ୍ୟୋଗରେ ସମଗ୍ର ଭାରତରେ ୭୫୦ ନିୟୁତରୁ ଉର୍ଦ୍ଧ୍ୱ ଦର୍ଶକ ରହିବେ ଏବଂ ଏହା ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟମାନଙ୍କ ଚାହିଦା ମଧ୍ୟ ପୂରଣ କରିବ।

ଭାରତରେ ଡିଜନିର ଚଳଚ୍ଚିତ୍ର ଏବଂ ପ୍ରଡକ୍ସନ୍ ବିତରଣ ପାଇଁ ଏହି ମିଳିତ ଉଦ୍ୟୋଗକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯିବ ଏବଂ ୩୦୦୦୦ରୁ ଅଧିକ ଡିଜନି ବିଷୟବସ୍ତୁକୁ ଲାଇସେନ୍ସ ସହିତ ଭାରତୀୟ ଗ୍ରାହକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ସମ୍ଭାର ବିକଳ୍ପ ପ୍ରଦାନ କରାଯିବ।

ଜେଭି ବିଷୟରେ ସୂଚନା ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀକହିଛନ୍ତି ଯେ “ଏହା ଏକ ଯୁଗାନ୍ତକାରୀ ଚୁକ୍ତି ଯାହା ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ନୂତନ ଯୁଗର ପ୍ରାରମ୍ଭ କରିଛି। ଆମେ ସର୍ବଦା ଡିଜନିକୁ ବିଶ୍ୱସ୍ତରରେ ସର୍ବୋତ୍ତମ ମିଡିଆ ଗୋଷ୍ଠୀ ଭାବରେ ସମ୍ମାନ ଦେଇ ଆସିଛୁ ଏବଂ ଏହି ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ ଗଠନ ସହିତ ବେଶ ଉତ୍ସାହିତ ଯେ ଆମ ବିସ୍ତୃତ ବିଷୟବସ୍ତୁ ସମ୍ଭାର, ସୃଜନଶୀଳ ପ୍ରବୃତ୍ତି ଏବଂ ବଜାର ଅଭିଜ୍ଞତା ବଳରେ ସମଗ୍ର ଦେଶରେ ଦର୍ଶକଙ୍କ ନିକଟରେ ଶ୍ରେଷ୍ଠ ବିଷୟବସ୍ତୁ ସୁଲଭ ମୂଲ୍ୟରେ ପହଞ୍ଚାଇବାରେ ଏହା ସାହାଯ୍ୟ କରିବ।

ୱାଲ୍ଟ ଡିଜନି କମ୍ପାନୀର ସିଇଓ ବବ ଆଇଗର କହିଛନ୍ତି, “ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ବଜାର, ଏବଂ ଏହି ମିଳିତ ଉଦ୍ୟୋଗ କମ୍ପାନୀ ପାଇଁ ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି କରିବାର ସୁଯୋଗ ପାଇଁ ଆମେ ଉତ୍ସାହିତ ଅଛୁ। ଭାରତୀୟ ବଜାର ଏବଂ ଉପଭୋକ୍ତା ବିଷୟରେ ରିଲାଏନ୍ସର ଗଭୀର ଅଭିଜ୍ଞତା ରହିଛି ଏବଂ ମିଳିତ ଭାବରେ ଆମେ ଦେଶର ଏକ ଅଗ୍ରଣୀ ମିଡିଆ କମ୍ପାନୀ ସୃଷ୍ଟି କରିବୁ, ଯାହା ଡିଜିଟାଲ୍ ସେବା ଏବଂ ମନୋରଞ୍ଜନ ଏବଂ କ୍ରୀଡା ବିଷୟବସ୍ତୁର ଏକ ବ୍ୟାପକ ସମ୍ଭାର ସହିତ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ସକ୍ଷମ କରିବ। ”

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଓଏନ୍‌ଆଇଟି–ୱାରଙ୍ଗଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ୱାରଙ୍ଗଲ୍ (ଏନ୍‌ଆଇଟି-ଡବ୍ଲୁ) ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ଏତଦ୍ ସଂଲଗ୍ନ ବିଭିନ୍ନ କ୍ଷେତ୍ରରେ ସହଯୋଗ ମୂଳକ ଗବେଷଣା ଏବଂ ଉଚ୍ଚ ଯୋଗ୍ୟ ମାନବସମ୍ବଳର ଉପଲବ୍ଧତା ବୃଦ୍ଧି କରିବା ନିମନ୍ତେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥା ନିଜ ନିଜର ରିସର୍ଚ୍ଚ ଫେଲୋ, ଫ୍ୟାକଲ୍ଟି ମେମ୍ବର୍ସ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗବେଷଣା କାର୍ଯ୍ୟକ୍ରମ, ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରିବେ।

ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏନ୍‌ଆଇଟି-ୱାରଙ୍ଗଲ୍‌ର ନିର୍ଦ୍ଦେଶକ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।