Categories
ଆଜିର ଖବର ରାଜ୍ୟ ଖବର

୨୨ତମ ଦିନରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ 

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ସମଗ୍ର ରାଜ୍ୟରେ ରାଜ୍ୟସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଅଗଷ୍ଟ ୧୬ତାରିଖରୁ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ୨୨ତମ ଦିନରେ ପହଞ୍ଚିଛି। ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ଉଚ୍ଛେଦ ସହିତ ୬ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ନିୟମିତ ଚାକିରୀ କ୍ଷେତ୍ରରେ ଗଣନା ୨ ମୁଖ୍ୟ ଦାବିକୁ ନେଇ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ମୁଖ୍ୟକାର୍ଯ୍ୟଳୟରେ ଅବସ୍ଥାପିତ ମୁଖ୍ୟଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ମାଧ୍ୟାନ୍ନ ଭୋଜନ ବିରତି ସମୟରେ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଆନ୍ଦୋଳନ ବର୍ତ୍ତମାନ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି।ସୋସିଆଲ ମେଡିଆରେ ଡିଜିଟାଲ ଆନ୍ଦୋଳନ,ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଦସ୍ତଖତ ଅଭିଯାନ, ସାଧାରଣ ସଭା, ବିଶାଳ ପଦଯାତ୍ରା ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ନିଜର ଯଥାଚିତ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଜଣାଇ ଆସୁଛନ୍ତି। ରାଜ୍ୟସରକାର ଏବଂ ଚୁକ୍ତିଭିତ୍ତିକ ମହାସଂଘ ମଧ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଦୀର୍ଘଦିନ ଧରି ଆଲୋଚନା ହୋଇ ବହୁବାର ମୁଖ୍ୟଶାସନ ସଚିବଙ୍କୁ ଭେଟି ନିଜର ଦାବି ଜଣାଇଛି ମହାସଂଘ। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ଗୁଡିକୁ ସକାରାତ୍ମକ ଭାବେ ଗ୍ରହଣ କରି ଲିଖିତ ପ୍ରତିଶୃତି ଦେଇ ମଧ୍ୟ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦାବି ଗୁଡିକୁ ପୂରଣ କରିବାରେ କୁଣ୍ଠାବୋଧ କରିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମାଇଛି। ଗତବର୍ଷ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେଇ କେବଳ ୫୦% ବେତନ ବୃଦ୍ଧି କରି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ସହ ଅନ୍ୟ ସମସ୍ତ ଦାବି ୨ ମାସ ସମୟ ମଧ୍ୟରେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କଲେ ନାହିଁ।

ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ଦୀର୍ଘ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ରାଜ୍ୟସରକାର ମହାସଂଘର ଦାବି ଗୁଡିକୁ ପୂରଣ କରିବା ଦିଗରେ କୌଣସି ଆନ୍ତରିକତା ଦେଖାଉନଥିବାରୁ ଚୁକ୍ତିଭିତ୍ତିକ ମହାସଂଘ ଆସନ୍ତା କାଲି ତା ୦୭.୦୯.୨୦୨୨ ଦିନ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଯଥାଚିତ ଦାବି ଏବଂ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ସମ୍ବନ୍ଧରେ ରାଜ୍ୟସରକାର, ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କୁ ଅବଗତ କରାଇବ।

ରାଜ୍ୟସରକାର ଚୁକ୍ତିଭିତ୍ତିକ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବା ସହିତ କାର୍ଯ୍ୟବନ୍ଦ କରି ସରକାରୀ ଦପ୍ତର ଗୁଡିକ ଅଚଳ କରାଯିବ ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ,ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ, ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ, ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି, ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସପ୍ତମ ଦିନରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସପ୍ତମ ଦିନରେ ପହଁଚିଛି, ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ,ଯୋଜନାଓ ସମବାୟ,ଖାଉଟି ଯୋଗାଣ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଶିଶୁ ଏବଂ ମହିଳା ସଂସକ୍ତିକରଣ, ଶକ୍ତି, ଦକ୍ଷତା ,ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି/ପ୍ରାରମ୍ଭିକ ନିଯୁକ୍ତିକୁ ବିରୋଧ କରି ବିଭିନ୍ନ ବ୍ଲକ, ତହସିଲ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦପ୍ତର ଠାରୁ ନେଇ ରାଜ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ବିଭାଗର ଚୁକ୍ତଭିତିକ କର୍ମଚାରୀ କଳାବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ୱାସ୍ଥ୍ୟ ଏବଂ ପୋଲିସ ଭଳି ଜରୁରୀ କାଳୀନ ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଉକ୍ତ ଶାନ୍ତିପୂର୍ଣ ଆନ୍ଦୋଳନ ରେ ସାମିଲ ହୋଇ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ଚାକିରୀରେ ଯୋଗ କରିବା ସହ ସବୁ କ୍ଷେତ୍ରରେ ଗଣନା କରିବା ପାଇଁ ମୁଖ୍ୟ ଦୁଇ ଦାବି ବିଭିନ୍ନ ଜିଲ୍ଲା ମୁଖ୍ୟ ଏବଂ ପୋଲିସ କର୍ମଚାରୀ ମାନେ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଏହି ସମୟ ମଧ୍ୟରେ ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବି ଗୁଡିକୁ ପୂରଣ ନକରନ୍ତି ତେବେ ଚୁକ୍ତିଭିତ୍ତିକ ମହାସଂଘର ପୂର୍ଵ ନିର୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଆସନ୍ତା ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଏକ ପ୍ରେସ୍ ରିଲଜ୍ ଦ୍ୱାରା ରାଜ୍ୟ ସରକାନଙ୍କ ଅବଗତି ନିମନ୍ତେ ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା, ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ, ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି, ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ– ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳା ବ୍ୟାଚ ପିନ୍ଧି ବିକ୍ଷୋଭ

ଭୁବନେଶ୍ବର: ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ଠାରୁ ସାରାରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବାସହିତ ଶାନ୍ତିପୂର୍ଣ୍ଣଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି।

ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବସହ ମଧ୍ୟାନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରୀରେ ଯୋଗ ଦୁଇଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ ନେଇ କଳା ବ୍ୟାଚ ପରିଧାନ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ସମୟ ମଧ୍ୟରେ ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବିଗୁଡିକୁ ପୂରଣ ନକରନ୍ତି, ତେବେ ମହାସଂଘର ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଅଗଷ୍ଟ ଶେଷ ସପ୍ତାହରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି।

Categories
ଆଞ୍ଚଳିକ

ଚୁକ୍ତିଭିତ୍ତିକ ଉଛେଦ ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣେଇଲା ଚୁକ୍ତିଭିତିକ ମହାସଙ୍ଘ

ଭୁବନେଶ୍ବର: ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ଆଜି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ତିନିଜଣିଆ କମିଟି ମୁଖ୍ୟଶାସନ ସଚିବଙ୍କୁ ଭେଟି ଚୁକ୍ତିଭିତ୍ତିକ ମହାସଙ୍ଘକୁ ଦେଇଥିବା ପ୍ରତିଶୁତି ପୁରଣ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତିଉତ୍ତରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟସରକାର ସକାରାତ୍ମକ ବିଚାରଧାରା ରଖିଛନ୍ତି ଏବଂ ପର‌୍ୟାୟ କ୍ରମେ ମହାସଙ୍ଘର ସମସ୍ତ ଦାବି ପୂରଣ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାସଂଘର ନେତୃବୃନ୍ଦଙ୍କୁ ପ୍ରତିଶୃତି ଦେଇଛନ୍ତି।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ରାଜ୍ୟବ୍ୟାପି ଚାଲିଥିବା ଦସ୍ତଖତ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଠାରୁ ଜିଲା ପଯ୍ୟନ୍ତ ବିଡ଼ିଓ, ତହସିଲଦାର, ବିଇଓ,ଡିଇଓ, ଜିଲ୍ଲାପାଳ ତଥା ସମସ୍ତ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛନ୍ତି।

ଯଦି ରାଜ୍ୟ ସରକାର ଯଥାଶୀଘ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ତ ଦାବି ନମାନନ୍ତି ତେବେ ଆସନ୍ତା ଦିନରେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାମ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବେ ବୋଲି ଉପଦେଷ୍ଟା ପ୍ରଭାତ ମହାନ୍ତି,ସମ୍ପାଦକ କ୍ଷିତିଶ ପଣ୍ଡା,ସଙ୍ଘଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ ପୂର୍ଣଚଦ୍ର ଆଏଚ,ଶୁବ୍ରଜିତ ପତିହାରି,ପଞ୍ଚାନନ ଜେନା,ବିଶ୍ବଜିତ୍ ବିଶ୍ବାଳ,ରାଜେଦ୍ର ମଲିକ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅକ୍ଷୟ ପାଢ଼ୀ ଉପସଭାପତି ପ୍ରଭାସ ଭୋଇ, ପ୍ରୀତିରଞ୍ଜନ ପ୍ରଧାନ, ଜୀବନ ମହାନ୍ତି, ,ଯୁଗ୍ମ ସମ୍ପାଦକ ଅଶୋକ ଗୌଡ଼, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ଅନିତା ବେହେରା,ଲୋଜାଳିନ ପଣ୍ଡା, ଅଳକା ମହାନ୍ତି,ରଶ୍ମି ଦାସ,ବାବୁଲ ନାୟକ, ଶିବ ଶଙ୍କର ସାହୁ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବଢାଇଲେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଣିକି ୮ ହଜାର ୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୦ ହଜାର ୧୦୦ ଟଙ୍କା ଦରମା ମିଳିବ। ୮ହଜାର ୩ ଶହ ୯୦ ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ୧୦ ହଜାର ୫୦୦ ଟଙ୍କା, ୮ ହଜାର ୭୫୦ ଟଙ୍କା ପାଉଥିବା କର୍ମଚାରୀମାନେ ୧୦ ହଜାର ୯୦୦ ଟଙ୍କା ପାଇବେ।

ସେହିଭଳି ୮ ହଜାର ୮୮୦ ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ଦରମା ୧୧ ହଜାର ୧୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୯ ହଜାର ଟଙ୍କା ରୁ ୧୧ ହଜାର ୨୦୦ ଟଙ୍କା, ୯ ହଜାର ୨୫୦ ଟଙ୍କାରୁ ୧୧ ହଜାର ୫୦୦ ଟଙ୍କା, ୯ ହଜାର ୫୦୦ ଟଙ୍କାରୁ ୧୧ ହଜାର ୯୦୦ ଟଙ୍କା, ୧୦ ହଜାର ଟଙ୍କାରୁ ୧୨ ହଜାର ୫୦୦ ଟଙ୍କା ଓ ୧୬ ହଜାର ୮୮୦ ଟଙ୍କାରୁ ୨୧ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ବୃଦ୍ଧି କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଆସିପାରେ ଖୁସି ଖବର

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଆଜି ସଂଧ୍ୟାରେ ସମସ୍ତଙ୍କ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି।

ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।

Categories
ଆଞ୍ଚଳିକ

କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଡିଜିଟାଲ ଆନ୍ଦୋଳନ ଆରମ୍ଭ କରାଯାଇଛି।

କରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗିତାମୂଳକ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ଶ୍ରେଣୀୟ ଯୁବ କର୍ମଚାରୀମାନେ ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟୁଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆରଙ୍କ ପାରିଶ୍ରମିକ ଠାରୁ କମ।

 

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ ଦିନ ହେବ ଘୋର ବିରୋଧ କରାଯାଉଛି। ଏହାର ପ୍ରତିବାଦରେ ଏହି ମହାସଂଘ  ପକ୍ଷରୁ ଆଜିଠାରୁ ୧୫ ଦିନ ଧରି ଡିଜିଟାଲ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ଫଳସ୍ଵରୂପ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବ ପ୍ରତିବାଦ କରି ସରକାରଙ୍କର ବିରୋଧରେ ଟୁଇଟର ଓ ଫେସବୁକ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯାଉଛି।