Categories
ଆଜିର ଖବର ଜାତୀୟ ଖବର

୮୦୦ ମେଗାୱାଟ ପାଇଁ ଗ୍ରିଡକୋ ଲିମିଟେଡ ସହ ବିଦ୍ୟୁତ କ୍ରୟ ଚୁକ୍ତି ସ୍ୱାକ୍ଷର କଲା ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍

ଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ – ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ – ୨ରେ ୪୦୦ ମେଗାୱାଟ ପାଇଁ ଭୁବନେଶ୍ୱର ଗ୍ରୀଡକୋ ଲିମିଟେଡ ଠାରେ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହିତ ଏନ୍‌ଏଲ୍‌ସିଆଇଏଲ୍ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ -୧ ର ୨୪୦୦ ମେଗାୱାଟର ସମ୍ପୂର୍ଣ୍ଣ କ୍ଷମତାକୁ ଅନୁବନ୍ଧିତ କରିଛି ।

ଏନଏଲସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏମ୍ ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଏବଂ ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ୱାଇଁଙ୍କ ଉପସ୍ଥିତିରେ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ / ଏମ୍ ଭେଙ୍କଟଚାଲମ୍ ଏବଂ ଶ୍ରୀ. ଉମାକାନ୍ତ ସାହୁ, ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଟି ଆଣ୍ଡ ବିଡି) ବିଦ୍ୟୁତ କ୍ରୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଏନଏଲସିଆଇଏଲ ଅତୀତରେ ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀ ସହିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ – ୧ରୁ ଯଥାକ୍ରମେ ୧୫୦୦ ମେଗାୱାଟ, ୪୦୦ ମେଗାୱାଟ ଏବଂ ୧୦୦ ମେଗାୱାଟ ବିଦ୍ୟୁତ ଯୋଗାଣ ପାଇଁ ଅନୁରୂପ ଚୁକ୍ତି ସ୍ୱାକ୍ଷର କରିସାରିଛି ଏବଂ ଏନଟିଟିପିପିର ୧ x ୮୦୦ ମେଗାୱାଟର ଦ୍ୱିତୀୟ ପର୍ଯ୍ୟାୟରେ ୪୦୦ ମେଗାୱାଟ ପାଇଁ ବର୍ତ୍ତମାନ ଗ୍ରୀଡକୋ ଓଡ଼ିଶା ସହିତ ଚୁକ୍ତି ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ – ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ – ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ ବାଙ୍ଗାଲୋର ସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଯାହାକି ଭାରତୀୟ – ଆଇଡିଏମଏମ (ସ୍ୱଦେଶୀ ଡିଜାଇନ୍ରେ ବିକଶିତ ଏବଂ ଉତ୍ପାଦିତ) ବର୍ଗ ଅଧୀନରେ ମୋଟ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବ। ଲିଙ୍କ୍ସ – ୟୁ୨ ବ୍ୟବସ୍ଥା ହେଉଛି ଏକ ନୌସେନା ଗୁଳିଗୋଳାଜନିତ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା (ନାଭାଲ ଗନ୍ ଫାୟାର କଂଟ୍ରୋଲ ସିଷ୍ଟମ୍) ଯାହା ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି। ଏହା ସାମୁଦ୍ରିକ ଅବ୍ୟବସ୍ଥା ମଧ୍ୟରେ ତଥା ବାୟୁ / ଭୂପୃଷ୍ଠ ଲକ୍ଷ୍ୟ ମଧ୍ୟରେ ସଠିକ୍ ଭାବରେ ଟ୍ରାକିଂ କରିବା ଏବଂ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ।

୪ର୍ଥ ପିଢ଼ି, ସଂପୂର୍ଣ୍ଣ ଭାବରେ ସ୍ୱଦେଶୀ ପ୍ରଣାଳୀରେ ନିର୍ମିତ, ନୂତନ ପିଢ଼ି ସମୁଦ୍ର ତଟବର୍ତୀ ଇଲାକାରେ ପହରା ଦେଉଥିବା ଜାହାଜରେ ଏହା ସ୍ଥାପିତ ହେବ ଯାହା ଗାର୍ଡେନ୍ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଏବଂ ଗୋଆ ସିପ୍ୟାର୍ଡ ଲିମିଟେଡ ଠାରେ ସ୍ୱଦେଶୀ ଭାବରେ ନିର୍ମିତ ହେବ । ଏହି ପଦକ୍ଷେପ ଚାରି ବର୍ଷ ମଧ୍ୟରେ ଦୁଇ ଲକ୍ଷ ମାନବ- ଦିବସର ରୋଜଗାର ସୃଷ୍ଟି କରିବ ଏବଂ ଏମ୍ଏସଏମ୍ଇ ସମେତ ବିଭିନ୍ନ ଭାରତୀୟ ଉଦ୍ୟୋଗ ଗୁଡିକର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବ, ଯାହାର ପରିଣାମ ସ୍ୱରୂପ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରତା’ ହାସଲ କରିବା ପାଇଁ ସରକାରଙ୍କ ଉଦ୍ୟମ ପ୍ରତି ଏହାର ଉଲ୍ଲେଖନୀୟ ଅବଦାନ ରହିବ।