Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ଅଘଟଣ: ରୋଷ ଘରେ ୮୦ ଚୁଲା ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ରୋଷ ଘରେ ଦୁର୍ବୃତ୍ତମାନେ ପ୍ରାୟ ୮୦ ଟି ଚୁଲା ଭାଙ୍ଗିଥିବା ସୂଚନା ରହିଛି। କୋଠ ଭୋଗ, ସାତପୁରୀ, ପିଠା ଗଢା, ଥାଳିଆଡ ଚୁଲି ଭାଙ୍ଗିଥିବା ଜଣାପଡିଛି। ଶ୍ରୀମନ୍ଦିର ଇତିହାସରେ ଏଭଳି ଘଟଣା କେବେ ଘଟିନଥିବା କୁହାଯାଉଛି। ହେଲେ ଏଭଳି ଘଟଣା କିଏ ଆଉ କାହିଁକି ଘଟାଇଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛି।

ସ୍ଥିତି ତଦାରଖ ପରେ ଉପ ଜିଲ୍ଲାପାଳ କହିଛନ୍ତି ଯେ, ଦୁଇ ଦିନ ଭିତରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣା ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନେକ ଭକ୍ତ ଦୁଃଖରେ ଭାଙ୍ଗିପଡିଛନ୍ତି।