Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ପୋଲିସ ପକ୍ଷରୁ ହେଲମେଟ ଚେକିଂ ଜୋରଦାର: ବାତିଲ ହେଲା ବହୁ ଡ୍ରାଇଭିଂ ଲାଇସେନ୍ସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ପୋଲିସ ପକ୍ଷରୁ ହେଲମେଟ ଚେକିଂ କୁ ଜୋରଦାର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତରଫରୁ ଡିସେମ୍ବର ୧ ତାରିଖରୁ ଉକ୍ତ ଚେକିଂ ଆରମ୍ଭ କରାଯାଇଅଛି।

ଗାଇଡଲାଇନ ଅନୁଯାୟୀ ଗାଡ଼ି ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବାସହ ଚାଳକଙ୍କ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ ହୋଇଛି। ଏହା ସହିତ ଟ୍ରିପଲ ରାଇଡିଙ୍ଗକୁ ମଧ୍ୟ ବେଆଇନ ବୋଲି ଘୋଷଣା କରାଯାଇଛି।  ଯଦି ଏହି ସବୁ ନିୟମକୁ ଉଲ୍ଲଘଂନ କରାଯାଏ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ଯାଏଁ ବାତିଲ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଣପୁର ଆଇ.ଆଇ.ସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ତେବେ ବିଗତ ପାଞ୍ଚ ଦିନ ମଧ୍ୟରେ ବାଣପୁର ପୋଲିସ ଦଶ ଗୋଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରିଥିବାର ସୂଚନା ଦେବାସହ ଗାଡିଚାଳକ ମାନଙ୍କୁ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧି ଗାଡ଼ି ଚଳାଇବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ।