Categories
ଆଜିର ଖବର ଖେଳ ଜାତୀୟ ଖବର

ଚେପକ୍ ଟେଷ୍ଟ: ଇଂଲଣ୍ଡ ବିରୋଧରେ ବିରାଟ ବିଜୟ, ସିରିଜକୁ ୧-୧ ରେ ବରାବର କଲା ଭାରତ

ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବିରାଟ ବିଜୟ ହୋଇଛି। ଚତୁର୍ଥ ଦିନରେ ବିରାଟ ବାହିନୀ ଇଂଲଣ୍ଡକୁ ଧରାଶାୟୀ କରିଛି। ଫଳରେ ଚାରି ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୧-୧ରେ ବରାବର କରିବାରେ ସଫଳ ହୋଇଛି। ଇଂଲଣ୍ଡ ଗତକାଲି ୫୩/୩ ରନରୁ ଖେଳ ଆରମ୍ଭ କରି ଆଜି ବାକି ସମସ୍ତ ୱିକେଟ ହରାଇ ୧୬୪ ରନରେ ସୀମିତ ରହିଥିଲା। ଭାରତ ୩୧୭ ରନ ବ୍ଯବଧାନରେ ଜିତି ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି।

ଇଂଲଣ୍ଡ ବ୍ୟାଟିଂ:

୧- ଜୋସେଫ ବର୍ନ୍ସ-୨୫

୨- ଡମ ସିବ୍ଲି- ୩

୩- ଡାନ ଲୱରେନ୍ସ- ୨୬

୪- ଜ୍ୟାକ ଲିଚ- ୦୦

୫- ଜୋ ରୁଟ- ୩୩

୬- ବେନ ଷ୍ଟୋକ୍ସ- ୮

୭- ଓଲ୍ଲୀ ପୋପ- ୧୨

୮- ବେନ ଫୋକ୍ସ- ୨

୯- ମୋଇନ ଅଲି- ୪୩

୧୦- ଓଲ୍ଲୀ ଷ୍ଟୋନ- ୦୦

୧୧- ଷ୍ଟୁଆର୍ଟ ବ୍ରଡ଼- ୫( ଅପରାଜିତ)

ଭାରତ ବୋଲିଂ:

ଅକ୍ଶର ପଟେଲ ସର୍ବାଧିକ ୫ ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ଏବଂ କୁଳଦୀପ ଯାଦବ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଚେପକ୍ ଟେଷ୍ଟ: ଷ୍ଟୁଆର୍ଟ ବ୍ରଡ଼ଙ୍କ ୱିକେଟ ନେଇ ନୂଆ ରେକର୍ଡ ସୃଷ୍ଟି କଲେ ଭାରତୀୟ ସ୍ପିନର ଅଶ୍ଵିନୀ

ଚେନ୍ନାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଆଜି ଇଂଲଣ୍ଡ ବିରୋଧରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ ମ୍ୟାଚରେ ୨୦୦ ଥର ବାମ ହାତୀ ଖେଳାଳିଙ୍କୁ ଆଉଟ କରି ଅଶ୍ଵିନୀ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ବିଶ୍ଵର ପ୍ରଥମ ବୋଲର ଭାବେ ଅଶ୍ଵିନୀ ଏହି ରେକର୍ଡ କରିଛନ୍ତି। ଆଜି ଷ୍ଟୁଆର୍ଟ ବ୍ରଡ଼ଙ୍କ ୱିକେଟ ହାସଲ ପରେ ଏହି ସଫଳତା ହାସଲ କରିଛନ୍ତି।

ଟେଷ୍ଟ ମ୍ୟାଚରେ ବାମ ହାତୀ ଖେଳାଳିଙ୍କୁ ରବିଚନ୍ଦ୍ରନ ବେଶୀ ଅସୁବିଧାରେ ପକାଇଥାନ୍ତି। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କୁ ସର୍ବାଧିକ ୧୦ ଥର ଆଉଟ କରିଥିବା ବେଳେ ଇଂଲଣ୍ଡର ଅଲିଷ୍ଟାର କୁକ ଏବଂ ବେନ ଷ୍ଟୋକ୍ସଙ୍କୁ ୯ ଥର ଲେଖାଏଁ ଆଉଟ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଏଡ କୋବାନ ଏବଂ ଜେମ୍ସ ଆଣ୍ଡର୍ସନଙ୍କୁ ୭ ଥର ଲେଖାଏଁ ଶିକାର କରିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନୀ ପ୍ରଥମ ଇନିଂସରେ ୪୩ ରନ ଦେଇ ୫ ୱିକେଟ ହାସଲ କରିଥିଲେ।