Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ତିନିଦିନିଆ ଓଡ଼ିଶା ଗସ୍ତ, ୨୨ରେ ଯିବେ ଢ଼ିଙ୍କିଆ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ, ସାଂସଦ ଡ. ଏ ଚେଲା କୁମାର ୨୧ ତାରିଖ ଶୁକ୍ରବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଡ. ଚେଲା କୁମାର ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ପହଂଚି ରାତ୍ରୀଯାପନ କରିବେ ।

୨୨ ତାରିଖ ଦିନ ୧୧ ଘଂଟା ସମୟରେ ଡ. ଚେଲା କୁମାର ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି ସଭ୍ୟମାନଙ୍କ ସହିତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆ ଅଂଚଳ ଗସ୍ତରେ ଯିବେ । ସେଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ ଆଲୋଚନା କରି ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୩ ତାରିଖ ଦିନ ପୂର୍ବାହ୍ନ ଘ. ୮.୩୦ମି. ସମୟରେ ରସୁଲଗଡ଼ ଛକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପିସିସି ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଭିଏସଏସ ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଘ. ୯.୩୦ ମି. ସମୟରେ କଂଗ୍ରେସ ଭବନ ପରିସରରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ ।

ଦିବା ୧୧ ଘଂଟା ସମୟରେ ପିସିସି ପଂଚାୟତ ନିର୍ବାଚନ କମିଟି ବୈଠକରେ ଡ. ଏ ଚେଲା କୁମାର ଯୋଗଦେଇ ସଂଧ୍ୟାରେ ଚେନ୍ନାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।