Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ହୋମିଓପାଥି ସ୍ପିରିଟ ଜବତ: ଅଭିଯୁକ୍ତମାନଙ୍କୁ ବାନ୍ଧିଲା ବେଗୁନିଆପଡ଼ା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗୋଟିଏ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାର୍ ଭିତରେ ୯୪ ବୋତଲ ଅର୍ଥାତ୍ ୪୨ ଲିଟର ଚୋରା ହୋମିଓପାଥି ସ୍ପିରିଟ ମହଜୁଦ ଥିବା ଦେଖିବାକୁ ମିଳିଥିଲା। ଉକ୍ତ ସ୍ପିରିଟ ସବୁ ନିଶା ଔଷଧ ପ୍ରସ୍ତୁତି ପାଇଁ ବାହାରକୁ ଚାଲାଣ ହେଉଥିଲା।

ବେଗୁନିଆପଡ଼ା ଥାନା ପୋଲିସ୍ ଉକ୍ତ ସ୍ପିରିଟ ଜବତ କରିବା ସହ ଚାଲାଣକାରୀମାନଙ୍କୁ ଅଟକାଇ ଜେରା କରୁଛି।