ଭୁବନେଶ୍ବର: ଓଡିଶାରେ ୨୦୨୪ ମସିହାରେ ହୋଇଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ନେଇ ଉନମୋଚିତ ହେଲା ଏକ ପୁସ୍ତକ ‘ନିର୍ବାଚନ ୨୦୨୪’। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଉନମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଏବଂ ସମ୍ବାଦ ଓ କନକ ଟିଭିର ସମ୍ପାଦିକା ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ପେନ ଇନ ବୁକସ ପ୍ରକାଶନୀ ସଂସ୍ଥା ତରଫରୁ ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ଯୁବ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁସ୍ତକଟି ବେଶ ଉପାଦେୟ ହୋଇପାରିବ ବୋଲି କହିଥିଲେ। ଗତ ନିର୍ବାଚନରେ ଓଡିଶାରେ ବେଶ ବିରଳ ଘଟଣା ଘଟିଯାଇଛି। ଯାହାକୁ ଜଣେ ସାମ୍ବାଦିକ ଭାବେ ଅମିତାଭ ବେଶ ପାଖରୁ ଦେଖିଛନ୍ତି। ସେଥିପାଇଁ ଏହି ପୁସ୍ତକରେ ସେସବୁ ଘଟଣା ନିଶ୍ଚିତ ସ୍ଥାନିତ ହୋଇଥିବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ପ୍ରସାଦ ହରିଚନ୍ଦନ ଏବଂ ତନୟା ପଟ୍ଟନାୟକ ଅମିତାଭଙ୍କ ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ।