Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବେଗୁନିଆ ଏବଂ ଟାଉନ ଥାନା ଅଧିନସ୍ଥ ଚୁଡ଼ା, ତଳଟୁଙ୍ଗା, ରାମଚନ୍ଦ୍ରପୁର ଏବଂ ଗୁରୁଜଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା।

ତେବେ ଚଢ଼ାଉ ସମୟରେ ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୯୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ଖୋର୍ଦ୍ଧା ଭାରପ୍ରାପ୍ତ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ପ୍ରମୁଖ ସାମିଲ ଥିଲେ।