Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଆଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଆ ଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଲା ଅଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମାଆଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମହାଷ୍ଟମୀ ମଧ୍ୟ ରାତ୍ରି ରେ ମାଆଙ୍କର ଭୈରବ ବୁଢ଼ାରାଜାଙ୍କ ପାଖରେ ମହାପଶୁ ବଳି ହେବା ପରେ ମାଆଙ୍କର ପ୍ରତ୍ୟକ ଛତର ମନ୍ଦିର ରୁ ବାହାରି ଉଗ୍ର ରୂପରେ ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥାନ୍ତି। ଏହି ଯାତ୍ରା ସମୟରେ ସ୍ଥାନୀୟ ଲୋକେ କେହି ଦର୍ଶନ କରିବା ବାରଣ ଥିଲେ ମଧ୍ୟ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ବହୁ ଦୂର ଦୁରାନ୍ତରୁ ଆସୁଥିବା ଲୋକେ ରାସ୍ତା ଘାଟରେ ଦର୍ଶନ କରି ଦେଉଥିବା ଦେଖାଯାଏ। ମା’ ମଣିକେଶ୍ଵରୀଙ୍କର ଛତର ଜେନା ଖାଲ ରେ ପହଞ୍ଚିବା ପରେ ସେଠାରେ ଗୁପ୍ତ ପୂଜା ସହିତ ବଳି ଭୋଗ ଦିଆଯିବା ପରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ଜେନଖାଲ ରୁ ମାଆଙ୍କ ଛତରକୁ ବ୍ରାହ୍ମଣ ସେବାୟତ ମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ବାହାରିଥାନ୍ତି। ଏହାକୁ ହିଁ ମା ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା କୁହାଯାଇଥାଏ।

ଏହି ଛତର ଯାତ୍ରା ସମୟରେ ମାନସିକ ଧାରି ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଭୋଗ ଅର୍ପଣ କରିଥାନ୍ତି। ମା’ଙ୍କ ଉପରେ ଭକ୍ତ ମାନଙ୍କ ଅଗାଧ ବିଶ୍ବାସ ରହିଛି। ସବୁଠାରୁ ଭବାବେଗର ବିଷଯ ହେଲା ମାଆଙ୍କ ଛତର ମନ୍ଦିର ରୁ ବାହାରିବା ପରେ ମନ୍ଦିରରେ ପାରା ଛାଡି ଦିଆଯାଇଥାଏ, ସେହି ପାରା ସିଧା ଜେନା ଖାଳ କୁ ଯାଇ ସେଠାରୁ ଛତର ଉପରେ ବସି ମନ୍ଦିରକୁ ଫେରିଥାନ୍ତି। ଏତେ ଜନ ଗହଳି ବାଦ୍ୟ, କୋଳାହଳ, ହେଉଥିଲେ ମଧ୍ୟ ପାରା ଗୁଡିକ ଛତର ଉପରେ ହିଁ ବସି ରହିଥାନ୍ତି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀଙ୍କର କିମ୍ବଦନ୍ତୀ ଅନନ୍ୟ, ପରମ୍ପରା ମଧ୍ୟ ଅନନ୍ୟ। ମା’ ଙ୍କର ଛତର ମନ୍ଦିରକୁଫେରିବା ପରେ ରାଜା ସମ୍ମାନର ସହ ବନ୍ଦାପନା କରି ମନ୍ଦିରକୁ ପାଛୋଟି ନେବାର ପରମ୍ପରା ରହିଛି। ପରଦିନ ଲାଖ ମରା ପଡ଼ିଆକୁ ଛତର ବିଜେ କରିଥାନ୍ତି ଏବଂ ସେଠାରେ ଲାଖ ମରା ପ୍ରତିଯୋଗିତା ହୋଇଥାଏ ଓ ବିଜୟୀଙ୍କୁ ରାଜା ଘର ପକ୍ଷରୁ ସମ୍ମାନିତ କରାଯାଇଥାଏ। ଭକ୍ତ ବତ୍ସଲା ମାଆ ମାନିକେଶ୍ଵରୀଙ୍କ ପକ୍ଷରୁ କେବେ କେହି ଖାଲି ହାତରେ ଫେରି ନାହି ବୋଲି ଭକ୍ତ ମାନକର ବିଶ୍ବାସ ରହିଛି ଚଳିତ ବର୍ଷ ଛତର ଯାତ୍ରା ସରଖୁରୁରେ ପାଳନ ହୋଇଯାଇଛି।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମା’ ମଣିକେଶ୍ଵରୀଙ୍କ ଆଉ ଏକ ଅଂଶ ବିଶେଷ ଥୁଆମୂଳ ରାମପୁର ଠାରେ ପୂଜିତ ହେଉଥିବା ବେଳେ ସେଠାରେ ମଧ୍ୟ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ ତଥା ପୋଲିସ ବିଭାଗ ତରଫରୁ କୋଭିଡ-୧୯ ଅନୁସାରେ ଏହି ଛତର ଯାତ୍ରା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସମଗ୍ର ଭବାନୀପାଟଣା ସହରକୁ ୧୪୪ ଧାରା ଜାରି କରାଯାଇ ଭକ୍ତମାନଙ୍କ ଗହଳିକୁ ବାରଣ କରାଯାଇଥିଲା। ଯେଉଁ ଛତର ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବା ସହିତ ଭକ୍ତମାନଙ୍କ ମାନସିକ ଅନୁସାରେ ହଜାର ହଜାର ପଶୁପକ୍ଷୀ ବଳି ଦିଆଯିବା ଫଳରେ ଜେନାଖଲା ଠାରୁ ମନ୍ଦିର ପର୍ଯ୍ୟନ୍ତ ଛତର ଯାଉଥିବା ରାସ୍ତା ରକ୍ତ ରଞ୍ଜିତ ହେଉଥିଲା ସେହି ଛତର ଯାତ୍ରା ଚଳିତ ବର୍ଷ ଭକ୍ତଶୂନ୍ୟ ଭାବେ କେବଳ ବିଧିରକ୍ଷା ନିମନ୍ତେ ପାଳନ କରାଯାଇଥିଲା। କେବଳ ଭବାନୀପାଟଣାସ୍ଥିତ ସ୍ଥାନୀୟ ଭକ୍ତମାନେ ନିଜନିଜ ଘରେ କିମ୍ବା ଛାତ ଉପରେ ଥାଇ ମାଆଙ୍କ ଛତର ଦର୍ଶନ କରୁଥିବା ଦେଖାଯାଇଥିଲା। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇ ପୁରୀ ରଥଯାତ୍ରା ଶୈଳୀରେ ମାଆଙ୍କ ଛତରକୁ କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପର୍ଯ୍ୟନ୍ତକୁ ନିଆଯାଇଥିଲା।

ପରଂପରା ଅନୁଯାୟୀ  ଦଶହରା ଶୁକ୍ଳ ଅଷ୍ଟମୀ ଦିନ ମନ୍ଦିର ମଧ୍ୟରେ ମାଆଙ୍କ ମସ୍ତକ ଧାରଣ ନୀତି ଅନୁଷ୍ଠିତ ହୋଇଥାଏ। ଛପନ ଉପଚାରରେ ପୂଜା ହୋଇ ପରଂପରା ଅନୁଯାୟୀ ଦୁର୍ଗେøାତ୍ସବ ଆରମ୍ଭ କରାଯାଇଥାଏ। ଏକପକ୍ଷ ବ୍ୟାପି ମାଆଙ୍କ ପୂଜା ପରେ ଶୁକ୍ଳପକ୍ଷ ଅଷ୍ଟମୀ ଗତ ନବମୀ ସନ୍ଧି ସମୟରେ ମାଆ ମାଣିକେଶ୍ୱରୀଙ୍କ ଛତର ରାଜବାଟୀସ୍ଥିତ ମନ୍ଦିର ମଧ୍ୟରୁ ପ୍ରାୟ ସାଢେତିନି କି.ମି. ଦୂର ସହର ଉପକଣ୍ଠସ୍ଥିତ ଜେନାଖାଲକୁ ନିଆଯାଇଥାଏ। ଜେନାଖାଲ ଠାରେ ପରଂପରା ଅନୁସାରେ ଗୁପ୍ତପୂଜା କରାଯିବା ପରେ ମାଆଙ୍କ ଛତରକୁ ସେବାୟତମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥାଏ। ଚଳିତ ବର୍ଷ କେବଳ ହାତଗଣତି ଭକ୍ତଙ୍କ ଉପସ୍ଥିତିରେ ଏବଂ ମାତ୍ର ଗୋଟିଏ ଘୁମୁରା ଦଳରେ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ମାଆଙ୍କ ଛତର ଯାତ୍ରା ସମୟରେ ମାନସିକଧାରୀମାନେ ବଳି ଦେଇଥାନ୍ତି। ଚଳିତ ବର୍ଷ କୋଭିଡ ଯୋଗୁଁ ନିରାଡମ୍ବର ଭାବେ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଆଙ୍କ ପର୍ବ ମଧ୍ୟ ଅନୁରୂପଭାବେ ଜ୍ୟୋତୀଷିୟ ମତାନୁସାରେ ମଳମାସ ପଡିଯାଇଥିବା ହେତୁ ତିନିପକ୍ଷ ପାଳନ କରାଯାଇଥିବା ପ୍ରକାଶ। ସବୁଠାରୁ ଭାବାବେଗର ବିଷୟ ହେଲା ମାଆଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲକୁ ଯିବାପରେ ମନ୍ଦିର ମଧ୍ୟରେ ଥିବା ପାରା ଗୁଡିକ ଛାଡି ଦିଆଯାଇଥାଏ। ପାରାମାନେ ସିଧା ୍ାଇ ଜେନାଖାଲକୁ ପହଂଚି ମାଆଙ୍କ ଛତର ଉପରେ ବସି ପୁଣି ମନ୍ଦିରକୁ ଆସିଥାନ୍ତି। ହଗଳି ଓ ବଜାବାଜଣା ହେଲେ ମଧ୍ୟ କେବେହେଲେ ପାରା ଛତର ଉପରୁ ଉଡେନାହିଁ। ଛତର ଉପରେ ହିଁ ବସିରହିଥାଏ। କଳାହାଣ୍ଡିର ମାଣିକ୍ୟ ଦେବୀ ମାଣିକେଶ୍ୱରୀଙ୍କ କିମ୍ବଦନ୍ତୀ ଅନନ୍ୟ। ପରଂପରା ମଧ୍ୟ ଅନନ୍ୟ। ଭକ୍ତବତ୍ସଳା ମାଆଙ୍କ ପାଖରୁ କେହିଭକ୍ତ କେବେହେଲେ ଖାଲିହାତରେ ଫେରିନାହିଁ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କ ଏକ ଅଂଶ ଥୁଆମୂଲ ରାମପୁର ଠାରେ ମଧ୍ୟ ରହିଥିବାରୁ ସେଠାରେ ମଧ୍ୟ ଅନୁରୂପ ଭାବେ ପରଂପରା ଅନୁଯାୟୀ ଛତରଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ପରଂପରା ଅନୁଯାୟୀ ସରକାରୀ ନିୟମ ପାଳନ ପୂର୍ବକ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଛି।