Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକରେ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ

ପୁରୀ: ଶ୍ରୀମନ୍ଦିରରେ ଆଗାମୀ ଦୋଳପୂର୍ଣ୍ଣିମାକୁ ନେଇ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନୀତି ନିର୍ଘଣ୍ଟକୁ ଗୁରୁବାର ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଅଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଆସନ୍ତା ମେଣ୍ଢା ପୋଡ଼ି, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଅଛି। ଆସନ୍ତା ୧୩ ଓ ୧୪ ତାରିଖ ମେଣ୍ଢା ପୋଡ଼ି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ମୋହର ମାରିଛି ଛତିଶା ନିଯୋଗ। ୧୩ ଓ ୧୪ ତାରିଖ ରାତି ୩ ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସମ୍ପାଦନ କରାଯାଇ ଅନ୍ୟାନ୍ୟ ନୀତି କାନ୍ତି ହେବ।

ସେହିପରି ୧୪ ତାରିଖ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୪ ଟା ସୁଦ୍ଧା ମଙ୍ଗଳ ଆଳତି ହୋଇ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଜାଧିରାଜବେଶ ବା ସୁନାବେଶ। ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନରେ ଦୋଳଗୋବିନ୍ଦ ବିଜେ ନୀତି ହେବ। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ କେବଳ ଓମଫେଡ ଘିଅ ବ୍ୟବହାର ଓ ଏଥିରେ ମହାପ୍ରଭୁଙ୍କର ଫୋଟୋ ବ୍ରାଣ୍ଡିଂ କୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଓମଫେଡ ଘିଅ ବ୍ୟବହାର କରିସାରିବା ପରେ ଫୋଟୋ ଥିବା ଡବା ଗୁଡ଼ିକ ଏଣେତେଣେ ପଡ଼ିବା ସହ ଏଥିରେ ବର୍ଜ୍ୟ ଉଠାଇବା କାର୍ଯ୍ୟରେ ବ୍ୟବହାର କରାଯାଉଅଛି ବୋଲି ସେବାୟତ ଅଭିଯୋଗ କରିଥିଲେ। ଏଣୁ ଧାର୍ମିକ ଭାବନାକୁ କୁଠାରଘାତ ନ ହେବା ଭଳି ପଦକ୍ଷେପ ନେବାକୁ ଓମଫେଡ୍ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ମତ ରଖିଥିଲେ।

ସେହିପରି ଆଗକୁ ଖରାଦିନ ପାଇଁ ଭକ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସ୍ୱତନ୍ତ୍ର ସେଡ୍ ଠାରୁ ଆରମ୍ଭ କରି ପାଣି ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଅଛି ।୧୦ ଟି ୱାଟର ଡିସ୍ପେନସର ମାଧ୍ୟମରେ ଭକ୍ତ ଙ୍କୁ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ମତ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ। ଅପରାହ୍ନ ୫ଟା ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଅଧକ୍ଷତାରେ ବସିବ ଏହି ବୈଠକ।

ତେବେ ଆସନ୍ତା ୧୪ ତାରିଖରେ ଦୋଳପୂର୍ଣ୍ନିମା ଓ ୧୩ ତାରିଖରେ ମେଣ୍ଢାପୋଡି ନୀତିନିର୍ଘଣ୍ଟ ଆଲୋଚନା ନେଇ ବସିବ ବୈଠକ। ସେହିପରି ରତ୍ନଭଣ୍ଡାର ମରାମତି ଅଗ୍ରଗତି ଓ ନାଟମଣ୍ଡପର ନୂତନ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେନେଇ ଚାଲିଛି ଆଲୋଚନା। ରତ୍ନଭଣ୍ଡାର ମରାମତି ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିବ ଛତିଶା ନିଯୋଗ।

ଆଗାମୀ ୧୬ ତାରିଖ ଠାରୁ ପହିଲି ଭୋଗ ଆରମ୍ଭ ହେବାକୁ ଥିବା ବେଳେ ସେହି ଦିନ ଠାରୁ ରାତ୍ର ୨ ଟାରୁ ଦ୍ୱାର ଫିଟା ଯାଇ ଦୈନିକ ନୀତି ସମାପନ କରାଯିବ। ସେହିପରି ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ପ୍ରତ୍ୟେହ ରତ୍ନ ଭଣ୍ଡାର ଘର ମରାମତି କରାଯିବ ନେଇ ପ୍ରସ୍ତାବ ରହିଥିବା ବେଳେ ତାହା ଉପରେ ଆଲୋଚନା ଜାରି ରହିଅଛି।

ସେହିପରି ଆଗାମୀ ଜାନୁଆରୀ ୧୩ ତାରିଖ ଦିନ ଦେବାଭିଷେକ ପୂର୍ଣ୍ଣିମା ଓ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ନେଇ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ଉପସ୍ଥିତ ରହିଛନ୍ତି।