Categories
ଆଜିର ଖବର ଜାତୀୟ ଖବର

ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନ ଉତ୍ସବର ଝଲକ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଆକର୍ଷଣୀୟ କାର୍ଯ୍ୟକ୍ରମର ଝଲକ। ଏହା ଅତ୍ୟନ୍ତ ଚମତ୍କାର କଥା ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଏହି ସ୍ଥାନରେ ଆମେ ଏହି ବିଶେଷ ଦିବସ ପାଳନ କରିବାରେ ସକ୍ଷମ ହୋଇଛୁ।’

Categories
ଆଜିର ଖବର ଜାତୀୟ ଖବର

ପୁଣି ଇତିହାସ ରଚିଲା ମୁମ୍ବାଇ ବିମାନବନ୍ଦର, ଗୋଟିଏ ଦିନରେ ଦେଲା ରେକର୍ଡ ସଂଖ୍ୟକ ଯାତ୍ରୀଙ୍କୁ ସେବା

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ଏକ ଐତିହାସିକ ସଫଳତା ସହିତ ଆଉ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୋଟିଏ ଦିନରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ରେ ୧ ଲକ୍ଷ ୬୧ ହଜାର ୭୬୦ ଯାତ୍ରୀଙ୍କୁ ଏସେବା ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ, CSMIA ବର୍ତ୍ତମାନ କେବଳ ଗୋଟିଏ ରନୱେ ବିମାନବନ୍ଦର ଭାବରେ କାର୍ଯ୍ୟ କରୁଛି। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ମଧ୍ୟ ମୁମ୍ବାଇ ବିମାନବନ୍ଦରର ଏହି ରେକର୍ଡ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ କହିଛନ୍ତି ଯେ, “ଏକ ଐତିହାସିକ ସଫଳତା! ନଭେମ୍ବର ୧୧ ତାରିଖରେ ଆମେ ୨୪ ଘଣ୍ଟା ମଧ୍ୟରେ ୧,୦୩୨ ବିମାନ ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରି ବ୍ୟସ୍ତବହୁଳ ବିମାନ ଟ୍ରାଫିକ୍ ଦିବସ ପାଳନ କରିଥିଲୁ। ଆଜି ମୁମ୍ବାଇ ବିମାନବନ୍ଦରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାର ଗୌରବ ହାସଲ ହୋଇଛି … ଏହି ଏକକ ରନୱେ ବିମାନବନ୍ଦର ଗୋଟିଏ ଦିନରେ ୧ ଲକ୍ଷ ୬୧ ହଜାର ୭୬୦ ଯାତ୍ରୀଙ୍କୁ ସେବା ଦେବାରେ ଏକ ରେକର୍ଡ କରିଛି! AAI, CISF, ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ, ଏୟାରଲାଇନ୍ସ ପାର୍ଟନର ଏବଂ CSMIA ରେ ଆମର ଆଦାନୀ ଦଳକୁ ଅକ୍ଲାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ। ଜୟ ହିନ୍ଦ। ”

ଦିୱାଲୀ ଅବସରରେ ମୁମ୍ବାଇ ବିମାନବନ୍ଦରରୁ ଏକ ହଜାରରୁ ଅଧିକ ବିମାନର ଏୟାର ଟ୍ରାଫିକ୍ ମୁଭମେଣ୍ଟ (ଏଟିଏମ୍) ରେକର୍ଡ କରାଯାଇଥିଲା। ୧୧ ନଭେମ୍ବରରେ ୧୦୩୨ ବିମାନର ଟେକ୍ ଅଫ୍ ଏବଂ ଅବତରଣ ହୋଇଥିଲା। CSMIA ପାଇଁ ଏହା ଏକ ବଡ଼ ସଫଳତା।