Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀ ହତ୍ୟା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇକୁଳି ଗ୍ରାମର ଏନ୍ ଗଣେଶ ନାମରେ ଜଣେ ବ୍ୟକ୍ତିକୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଗଣେଶ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଡେରା ସାସିର ଏନ୍ ଲତା ନାମ୍ନୀ ଜଣେ ଝିଅକୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗଣେଶ ତାର ମାଁ ଓ ବଡ଼ ଭାଇ ସମସ୍ତେ ମିଶି ସ୍ତ୍ରୀ ଲତାକୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ଅଧିକ ଟଙ୍କା ଓ ସୁନା ବାପଘରୁ ଆଣିବା ପାଇଁ ଚାପ ପକାଉଥିଲେ। ଏହି ଭଳି ପରିସ୍ଥିତି ରେ ଦିନେ ଲତାକୁ ସମସ୍ତେ ମିଶି ଶ୍ଵାସରୁଦ୍ଧ କରି ମାରିଦେବା ସହ ଲତାର ସମ୍ପର୍କୀୟ ଘରକୁ ଖବର ଜଣାଇଦେଇ ତରବରିଆ ଭାବେ ନିଜର କିଛି ବନ୍ଧୁଙ୍କ ସହ ଗାଁ ଶ୍ମଶାନରେ ଶବ ସତ୍କାର କରିଦେଇଥିଲେ। ଏହି ଖବର ଜାଣିବା ପରେ ଲତାର ଭାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ଏତଲା ନଂ ୨୩୧/୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ପ୍ରଥମେ ଅଭିଯୁକ୍ତର ମାଁ, ଭାଇ ଓ ଶବ ସତ୍କାରରେ ସହଯୋଗ କରିବା ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନ ପୁରୀ ଏସ୍ ଡି ପି ଓ ଘଟଣା ର ତଦନ୍ତ ଚଳାଇ ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗଣେଶକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର ଆରଟିଓ ଅଫିସରୁ ଧରାପଡ଼ିଲେ ୪ ଦଲାଲ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଆରଟିଓ ଅଫିସରୁ ୪ ଜଣ ଦଲାଲ ଧରାପଡିଛନ୍ତି। ଲାଇସେନ୍ସ ପଞ୍ଜୀକରଣ, ରିନ୍ୟୁ, ଟିକସ ପୈଠ କରିବା ନାଁରେ ଲୋକଙ୍କୁ ସେମାନେ ଲୁଟୁଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ପାଖରୁ ୭ ଟି ଆରସି ବୁକ୍, ୧୨ ଟି ଡିଏଲ ୱେବ୍‍, ୮ ଟି ଲର୍ଣ୍ଣିଂ ଲାଇସେନ୍ସ ଜବତ କରାଯାଇଛି।

Categories
ଆଞ୍ଚଳିକ

ଛତ୍ରପୁରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୱ।ନ୍ ଷ୍ଟପ୍ ସେଣ୍ଟର (ସକ୍ଷୀ କେନ୍ଦ୍ର) ପକ୍ଷରୁ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ହୋଇଛି। ସକ୍ଷୀ କେନ୍ଦ୍ରର ପ୍ରଶାସିକା ମହେଶ୍ୱତା ପାଢୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରଭିନ୍, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର,ସି ଆର ସି ସି ଆଲୋକ ସେଠୀ, ପ୍ରଧାନ ଶିକ୍ଷକ ଦ୍ବାରିକାନାଥ ବେହେରା ଓ ବ୍ଳକ ଶିକ୍ଷା ଅଧିକାରୀ ଶିତାରାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୫୦ ଜଣ ଉପସ୍ଥିତ ଛାତ୍ରୀଙ୍କୁ ଯୋଗ ଦେଇଥିବା ଅତିଥି ମାନେ ସଚେତନତା କରାଇଥିଲେ ଯେ ନିଜ ନିଜ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ବିଭିନ୍ନ ସମସ୍ୟା ର ମୁକାବିଲା କୌଶଳ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ।

ଏତଦବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ରୀଙ୍କୁ ନେଇ ନାଚ, ଗୀତ, ଚିତ୍ର ଓ ବତ୍କ୍ତତା ପ୍ରତିଯୋଗିତା ର ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ବାଳିକା ମାନଙ୍କୁ ସକ୍ଷୀ କେନ୍ଦ୍ର ତରଫରୁ ପୁରସ୍କୃତ କରାଯାଇଛି।

Categories
ଆଞ୍ଚଳିକ

ଛତ୍ରପୁର ଆବାସିକ ସେବାଶ୍ରମ ସ୍କୁଲରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତର ଛତ୍ରପୁର ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପରମେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ନାକଟିଦେଉଳ ବ୍ଲକ ର ଏସ୍ ଇ ଓ ଉଦିତ ନାରାୟଣ ସାହୁ ମୁଖ୍ୟ ଅତିଥି, ଭାବଗ୍ରାହୀ ନାଏକ ଡବ୍ଲୁଇଓ ସମ୍ମାନୀତ ଅତିଥି, ମହୁକୁଦ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦିଶ ଶତପଥୀ ଓ ଏସ୍ ଏମ୍ ସି ରଶ୍ମିତା ନାଏକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ପାଠପଢା ସହିତ କୃଷି, ଉଦ୍ୟାନ, ଖାଦ୍ୟ ପୋଷଣ ଉପରେ ବକ୍ତବ୍ୟ ରଖିଥିଲା।

ସରକାରଙ୍କ ଆବାସିକ ବିଦ୍ୟାଳୟକୁ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ତର୍କ, ଚିତ୍ରାଙ୍କନ, ଏବଂ ରଙ୍ଗୋଲି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସହକାରୀ ହିମାଂଶୁ ଶେଖର ଦେହୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅରବିନ୍ଦ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଛାତ୍ରଙ୍କ ଥାନାରେ ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ସରୋଜ କୁମାର ପଟ୍ଟନାୟକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଉଦ୍ଦେଶ୍ୟ ମୁଳକ ଭାବେ ତାଙ୍କୁ ଅନୁପସ୍ଥିତିର ଆଳ ଦେଖାଇ ପରୀକ୍ଷାରେ ଫେଲ୍ କରାଯାଉଛି ଓ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଲେ ଗୁରୁତ୍ଵ ନଦେଇ ଓଲଟି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି। ଯ’ଦ୍ଵାରା ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଶେଷରେ ଅଭିଯୋଗ ଦାୟର କରି ପୋଲିସର ଆଶ୍ରୟ ନେଇଛନ୍ତି।

ଅଧ୍ୟକ୍ଷ ମହାଶୟ ଯେ କୌଣସି ଛାତ୍ର ଅଭିଯୋଗ କରିବାକୁ ଗଲେ ପ୍ରାୟ ସମସ୍ତଙ୍କୁ ଏହି ଭଳି ଧମକ ଚମକ ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତିି ବୋଲି ଜନୈକ ପୁର୍ବତନ ଛାତ୍ର ନେତା ମନ୍ତବ୍ୟ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର: ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଯୁବକ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଗତକାଲି ସନ୍ଧ୍ୟାରେ ଛତ୍ରପୁର ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଯାଉଥିବା ଉକ୍ତ ଟ୍ରେନର କୌଣସି କାରଣ ବଶତଃ ଏହି ଯୁବକ ଜଣକ ଖସିଯିବାରୁ ଗୋଡ଼ରେ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି। ରେଲୱେ ପୋଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ କରାଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ପ୍ରଭାତ ଲେଙ୍କା ଓ ତାଙ୍କର ବାପାଙ୍କ ନାମ ସୁକଦେବ ଲେଙ୍କା। ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବକଙ୍କ ପରିସ୍ଥିତି ବର୍ତ୍ତମାନ ଭଲ ଅଛି। ସେ ଘର ଲୋକଙ୍କ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଛତ୍ରପୁର ରେଲୱେ ଥାନା ମୁଖ୍ୟ ସିପାହୀ କମଲ କୁମାର ପଣ୍ଡା ସୁଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଗଂଜାମ ରାମଚଣ୍ଡୀ ମନ୍ଦିରରେ ପ୍ରତିଷ୍ଠା ଓ ଯଜ୍ଞୋତ୍ସବ: କଳସ ଯାତ୍ରାରେ ଯୋଗ ଦେଲେ ଏକ ହଜାର ମହିଳା

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ନିକଟସ୍ଥ ଗଂଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ପଞ୍ଚାୟତର କରପଡା ଗ୍ରାମ ତଥା ପୁଣ୍ୟତୋୟା ରୁଷିକୁଲୟା ନଦୀ ତଟ ଧଡାହଡା ପାହାଡ଼ ଉପରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମାଁ ରାମଚଣ୍ଡୀ ଠାକୁରାଣୀଙ୍କ ବହୁ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ନୂତନ ମନ୍ଦିର, ପ୍ରାସାଦ, ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଗତକାଲି ମଙ୍ଗଳବାର ପୁର୍ବାହ୍ନରେ ଏକ ହଜାର ମହିଳାଙ୍କ ଦ୍ଵାରା କଳସ ଯାତ୍ରା ସହିତ ପ୍ରତିଷ୍ଠା ନୀତି ନିୟମ ଅନୁଯାୟୀ କାର୍ଯକ୍ରମ ଆରମ୍ଭ ହୋଇଛି।

ଆଜିଠାରୁ ନାମଯଜ୍ଞ, ଘ୍ରୁତଯଜ୍ଞ, ଅନ୍ନଯଜ୍ଞ ଓ ଚତୂଃବେଦ ନୀତି କାର୍ଯକ୍ରମ ଆରମ୍ଭ ହୋଇଛି ଓ ମନ୍ଦିର କମିଟି, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ଫଟୋ ଖବର

ଗଂଜାମ ଜିଲ୍ଲାରେ ସ୍ଥାପିତ ହୋଇଥିବା ସର୍ବବୃହତ ବିଶ୍ବରୂପ ପ୍ରତିମୂର୍ତ୍ତିକୁ ଦେଖି ଭକ୍ତ ହେଉଛି ବିମୋହିତ

ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଛତ୍ରପୁରର ସଂସ୍କୃତ ଭବନ ପରିସରରେ ମଞ୍ଚସ୍ଥ ହେବ ନାଟକ “ଗାନ୍ଧୀଙ୍କ ଓଡ଼ିଶା”

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଶ୍ୱ ନାଟ୍ୟ ଦିବସ ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତ ଭବନ ପରିସରରେ ଓଡ଼ିଶା ନାଟକ ସମାରୋହ ସମିତି ଦ୍ୱାରା ପ୍ରସ୍ତୁତ ନାଟକ “ଗାନ୍ଧୀଙ୍କ ଓଡ଼ିଶା” ଆଜି ମଞ୍ଚସ୍ଥ ହେବ।

ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ଗଂଜାମ ମିଳିତ ଆନୁକୂଲ୍ୟରେ ଏହା ମଞ୍ଚସ୍ଥ ହେବ। ୧୯୨୧ ମାର୍ଚ୍ଚ ୨୩ ତାରିଖ ଦୋଳପୂର୍ଣ୍ଣିମା ଦିନ କଟକ ରେଳଷ୍ଟେସନରେ ପ୍ରଥମେ ଗାନ୍ଧିଜୀ ଓଡ଼ିଶା ଆଗମନ କରି ଓଡ଼ିଶାରେ ଶାନ୍ତି, ମୈତ୍ରୀ ବାର୍ତ୍ତା ପ୍ରଚାର କରିବା ସହିତ ଓଡ଼ିଶାରେ ଅରଟ ଅଭିଯାନର ଆରମ୍ଭ କରିଥିଲେ। ଲବଣ ସତ୍ୟାଗ୍ରହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଓଡ଼ିଶାର କୁଟୀରଶିଳ୍ପ ବିକାଶ କ୍ଷେତ୍ରରେ ଡ଼ାକରା ଦେଇଥିଲେ।

ସେହି ସମସ୍ତ ଘଟଣାବଳୀକୁ ଆଧାର କରି ଏକ ଭିନ୍ନଶୈଳୀରେ ରୂପକ ନାଟକ “ଗାନ୍ଧିଙ୍କ ଓଡ଼ିଶା”କୁ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ପାଢ଼ୀ, ସହ ନିର୍ଦ୍ଦେଶନାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାୀ ରବି ନାରାୟଣ ବେହେରା ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ଦୁର୍ଘଟଣାରେ ୧ମୃତ, ୫ ଆହତ: ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଛତ୍ରପୁର ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ଦୁର୍ଘଟଣାମାନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥର ତାମ୍ପରା ନିକଟରେ ଘନ କୁହୁଡ଼ି ଯୋଗୁଁ ଆଜି ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଦ୍ୱାରା ଛତ୍ରପୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ତତ୍ପରତା ଦେଖାଇ ପ୍ରଥମେ ଅଂଚଳର ବିଦ୍ୟୁତ ସରବରାହକୁ ବନ୍ଦ କରିବା ସହ ରାଜପଥର ଦୁଇପାଶ୍ୱର୍ଠାରୁ ଗଂଜାମ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗାଡ଼ିଚାଳନାକୁ ବନ୍ଦ କରିଦିଆଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସ୍ପ୍ରେ କରିଥିବାବେଳେ ଟ୍ୟାଙ୍କର ନିକଟକୁ ଯିବା ରାସ୍ତାକୁ ସିଲ୍ କରି ଦିଆଯାଇଥିଲା। ଘଟଣସ୍ଥଳରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟସ ରଂଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ତହସିଲ୍‌ଦାର ନୀଳମାଧବ ଭୋଇ, ଥାନାଧିକାରୀ ପ୍ରିୟସ ରଜନ ଛୋଟରାୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଗ୍ୟାସ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଆସୁଥିବା ଏକ ପୋଲିସ୍ ଭ୍ୟାନ ମଧ୍ୟ ରାସ୍ତାରେ ଓଲଟି ପଡ଼ିଥିଲା। ଭ୍ୟାନ ମଧ୍ୟରେ ଥିବା ଚାଳକ ସୁଲେଖ ପ୍ରଧାନ, ଗୋପାଳ ସେଠୀ, ଘନଶ୍ୟାମ ରେଡ଼ି, ସଂଜୟ ବାରିକ, ସରଜେଣ୍ଟ ସଂଜୟ ଆହତ ହୋଇଥିଲେ। ସଂଗେ ସଂଗେ ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ ନିଆଯାଇଥିବାବେଳେ ଜଣକର ଅବସ୍ଥା ଗୁରୁତର ରହିଛି।

ଏହାର କିଛି ସମୟ ପରେ ଏହି ଦିଗରେ ଆସୁଥିବା ଏକ ଟ୍ରକ ରାସ୍ତାରେ ସାଇଡ଼୍ କରିବା ବେଳେ ଖାଲ ମଧ୍ୟକୁ ପଶିଯାଇଥିଲା। ଫଳରେ ଗାଡ଼ିର ଡ଼୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅଂଚଳରେ ସକାଳୁ ସକାଳୁ ଘନକୁହୁଡ଼ି ହୋଇଥିବାରୁ ରାସ୍ତା ଦେଖାଯାଉନଥିବାରୁ ଏଭଳି ଦୁର୍ଘଟଣାମାନ ଘଟିଥିବା କୁହାଯାଉଛି। ଆଗାମୀ କିଛିଦିନ ମଧ୍ୟ ଏଭଳି କୁହୁଡ଼ି ଦେଖାଯିବାରୁ ସାବଧାନାରେ ଗାଡ଼ି ଚଳାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗ୍ୟାସ ଟ୍ୟାଙ୍କର ଓଲଟିବା ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ବର୍ଷ ତଳେ ଛତ୍ରପୁର କଲେଜ ଛକ ନିକଟରେ ମଧ୍ୟ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ଯିବାରୁ ଅଂଚଳର ପ୍ରାୟ ସମସ୍ତ ଘରର ରୋଷେଇ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଆଜିର ଟ୍ୟାଙ୍କର ଓଲଟିବା ପରେ ଅଂଚଳରେ ପୁରୁଣା ଭୟ ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

ରାସନ କାର୍ଡ଼ ପ୍ରଦାନ ନିମନ୍ତେ ୨୦ରୁ ଉର୍ଦ୍ଧ୍ୱ ମହିଳା ଜିଲ୍ଲାପାଳଙ୍କୁ ଭେଟିଲେ

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର: ଆମେ ନିହାତି ଗରିବ, ଅସହାୟ ଓ ମେହନତି ଖଟିଖିଆ ଶ୍ରେଣୀର ମହିଳା ଅଟୁ। ଆମେ ରାସନ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀ। ତେଣୁ ଆମମାନଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମପଂଚାୟତ ଅନ୍ତର୍ଗତ ଖଣ୍ଡୁୁରୁ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ମହିଳାମାନେ ଛତ୍ରପୁର ଆସି ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ସେମାନେ କହିବାନୁସାରେ ଆମେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପଂଚାୟତ ସରପଂଚ ଓ ବ୍ଲକ କର୍ତୃପକ୍ଷ ରାସନ କାର୍ଡ଼ ପ୍ରଦାନ କରୁନାହାନ୍ତି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆମକୁ ରାସନ କାର୍ଡ଼ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କଲେ ଆମେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ପାଇବୁ। ଏହାସହ ଗ୍ରାମର ରଶ୍ମିତା ବେହେରା, ମଞ୍ଜୁ ସାହୁ, ଶଶୀ ବେହେରା, ରେଣୁ ବେହେରା, ଉର୍ମିଳା ବେହେରା ସେମାନଙ୍କ ରାସନ କାର୍ଡ଼ ମିଳିଥିଲେ ମଧ୍ୟ ତାଙ୍କୁ ରାସନ କାର୍ଡ଼ରୁ ବାଦ୍ କରାଯାଇଛି। ତେଣୁ ସେମାନଙ୍କୁ ରାସନ କାର୍ଡ଼ର ସଂଯୋଗ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି।

Categories
ଫଟୋ ଖବର

ଛତ୍ରପୁର ଚିକିତ୍ସାଳୟକୁ ଆସୁଥିବା ଲୋକମାନଙ୍କ ପାଇଁ ଲାଗିଲା ହ୍ୟୁମାନ୍ ସାନିଟାଇଜେସନ ମେସିନ୍

ବ୍ରହ୍ମପୁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଚିକିତ୍ସାଳୟ ପରିସରରେ Human Sanitization Machine ଅବସ୍ଥାପିତ କରାଯାଇଅଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ଓ ରୋଟାରି କ୍ଲବ ସଦସ୍ୟ ମାନେ ଉପସ୍ଥିତରେ ହେଲା ଉଦଘାଟିତ। ଏହି ମେସିନ ଦେଇ ଗଲେ ଆପଣଙ୍କ ସାରା ଦେହ ହେବ ସଂକ୍ରାମଣ ମୁକ୍ତ