Categories
ଆଜିର ଖବର ରାଜ୍ୟ ଖବର

ରାତି ପାହିଲେ ଛାଡଖାଇ, ଏଥର ପର, ରୁମ ଆଉ କାତି ମିଳିବା ମଧ୍ୟ ହେବ କଷ୍ଟକର

ଭୁବନେଶ୍ବର: ଆଜି ସରିଲା କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତାକାଲି ହେବ ଛାଡଖାଇ। ଏଥର ଛାଡଖାଇ ବୁଧବାର ଆମିଷ ବାରରେ ପଡୁଛି। ସେଥିପାଇଁ ବର୍ତ୍ତମାନ ଗରାଖ ଆଉ ଆମିଶ ବ୍ୟବସାୟୀ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। ସକାଳ ପାହିଲେ ଆରମ୍ଭ ହୋଇଯିବ ବେପାର।

ଅଧିକାଂଶ ସମୟରେ ଛାଡଖାଇରେ ନିରାମୀଷ ବାର ପଡୁଥାଏ। ଫଳରେ କାର୍ତ୍ତିକ ମାସସାରା ଆମିଷ ଛାଡିଥିବା ବ୍ୟକ୍ତିମାନେ ପୁଣି ଆମିଷ ବାରକୁ ଅପେକ୍ଷା କରିଥାନ୍ତି। ହେଲେ ଏଥର ତାହା ନୁହେଁ। ପୁରା ଆମିଷ ବାରରେ ପଡୁଛି ଛାଡଖାଇ। ଫଳରେ ବ୍ୟବସାୟୀମାନେ ପୁରା ପୂର୍ବ ପ୍ରସ୍ତୁତ ହୋଇ ରହିଛନ୍ତି।

ଫଳରେ ଆସନ୍ତାକାଲି ସକାଳେ ଆମିଷ ଦୋକାନରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି। ଏପରିକି ଏଥର ରୁମ, କାତି ଆଉ ପର ମଧ୍ୟ ମିଳିବା କଷ୍ଟକର ହେବ ବୋଲି କେତେକ ଗରାଖ ହସି ହସି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଡିମାଣ୍ଡରେ କଳାକୁକୁଡା :  କୁକୁଡାର ଦାମ୍‌ 850ଟଙ୍କା

ଭୋପାଳ : ଦେଶରେ କରୋନା ସଂକ୍ରମଣ ବଢୁଥିବାବେଳେ ମଧ୍ୟପ୍ରଦେଶ ଓ ଛତିଶଗଡରେ ଦେଖାଯାଉଥିବା ଏକ ବିଶେଷ ପ୍ରଜାତିର ଚିକେନ୍‌ କଡକନାଥର ଡିମାଣ୍ଡ ବେଶ୍‌ ବଢିଛି । ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲ୍ଲାରେ ମିଳୁଥିବା ଏକ ନିଆରା କଳାରଙ୍ଗର କୁକୁଡା ହେଉଛି କଡକନାଥ । ଏହି କୁକୁଡା ଏବେ ଖାସି ମାଂସଠାର ଅଧିକ ଦାମ୍‌ରେ ବିକ୍ରି ହେଉଛି । ଏବେ ଏହି କୁକୁଡା ପ୍ରାୟ 850ଟଙ୍କାରେ ବିକ୍ରି ହେଉଛି । ଏହି କୁକୁଡାକୁ ଦେଖିବାକୁ କଳା, ମାତ୍ର ଏହାର ମାଂସରେ ଇମ୍ୟୁନିଟ୍‌ ବୁଷ୍ଟ୍‌ ରହିଛି ।ଏହାସହିତ ଏହାର ମାଂସ ହାର୍ଟ, ଶ୍ବାସକ୍ରିୟା, ରକ୍ତହୀନତା ପୀଡ଼ିତଙ୍କ ପାଇଁ ବେଶ୍‌ ଲାଭଦାୟକ । ଏହାର ମାଂସରେ କମ୍‌ ଚର୍ବି ଓ ଅଧିକ ପ୍ରୋଟିନ୍‌ ରହିଥାଏ ।

ଏହି କୁକୁଡାର ଚାହିଦାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ମାଲିକଙ୍କ ଆୟ ବୃଦ୍ଧି ନିଶ୍ଚିତ କରିବାକୁ ରାଜ୍ୟ ସରକାର ଏହାର ଉତ୍ପାଦନ ତଥା ବିକ୍ରୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରଜାତିର କୁକୁଡ଼ା ଉତ୍ପାଦନ ବୃଦ୍ଧି ପାଇଁ ସମବାୟ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଜାବୁଆ, ଆଲିରାଜପୁର, ବାରଓ୍ବାନି ଏବଂ ଧର ଜିଲାର ପଞ୍ଜୀକୃତ କୁକୁଡ଼ା ଫାର୍ମଗୁଡ଼ିକରେ ପ୍ରାୟ 300 ସଦସ୍ୟ ଏହି କୁକୁଡାର ପାଳନ କରୁଛନ୍ତି । ଏହି ପ୍ରଜାତିର କୁକୁଡ଼ାଙ୍କଠାରେ ଅଧିକ ପ୍ରୋଟିନ ଥାଏ ଏବଂ ଅନ୍ୟ କୁକୁଡ଼ାମାନଙ୍କ ତୁଳନାରେ ଚର୍ବି ଏବଂ କୋଲୋଷ୍ଟ୍ରଲ୍‌ ପରିମାଣ କମ୍‌ ରହିଥାଏ । ତେଣୁ ଏହାର ଚାହିଦା ଅହେତୁକ ଭାବରେ ବୃଦ୍ଧି ପାଇଛି । କରୋନା ଯୋଗୁ ଚିକେନ୍‌ ଖାଇବା କମାଇ ଦେଇଥିଲେ ଲୋକେ। ବର୍ତ୍ତମାନ ଅନଲକ୍‌ ଲାଗୁ ହେବା ପରଠାରୁ ଏହାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀଠାରେ ଏହି କୁକୁଡା ଏବେ 850ଟଙ୍କାରେ ବିକ୍ରି ହେଉଛି । (ଏଜେନ୍ସି)