Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡାକ ଟିକଟ ସଂଗ୍ରହ ପାଇଁ ମିଳିବ ଛାତ୍ରବୃତ୍ତି: ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ କରିପାରିବେ ଆବେଦନ

ଭୁବନେଶ୍ୱର: ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘‘ଦୀନ ଦୟାଲ ସ୍ପର୍ଶ ଯୋଜନା’’ର ଶୁଭାରମ୍ଭ କରାଯାଇଛି।

ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଏବଂ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦/- ଟଙ୍କା ଓ ମାସିକ ୫୦୦/-ଟଙ୍କାର ବୃତ୍ତି ଦିଆଯିବ। ପ୍ରଥମସ୍ତରର ପ୍ରତିଯୋଗିତା ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ଏବଂ ଦ୍ୱିତୀୟ ସ୍ତରର ପ୍ରତିଯୋଗିତା ଭାବେ ଡାକ ଟିକେଟ୍‌ ସଂଗ୍ରହ ପ୍ରକଳ୍ପକୁ ଆଧାର କରି ଅନ୍ତିମ ପ୍ରାର୍ଥୀ ଚୟନ କରାଯିବ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଦିଷ୍ଟ ଡାକ ପ୍ରଭାଗ ମାଧ୍ୟମରେ ଆବେଦନ ପ୍ରାପ୍ତିର ଶେଷ ତାରିଖ ୧୮ ସେପ୍ଟେମ୍ବର ୨୦୨୪ ରଖାଯାଇଛି। ଲିଖିତ ଡାକ ଟିକଟ ସଂଗ୍ରହ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇଁ ପ୍ରାରମ୍ଭିକ ତାରିଖ ୨୯ ସେପ୍ଟେମ୍ବର, ୨୦୨୪ ରଖାଯାଇଛି।

ବୃତ୍ତି ଯୋଜନା ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି, ଲିଖିତ ପ୍ରଶ୍ନୋତ୍ତର ର ପାଠ୍ୟଖସଡ଼ା, ଡାକ ଟିକେଟ୍‌ ସଂଗ୍ରହ ପ୍ରକଳ୍ପ କାର୍ଯ୍ୟ ଆଦି ସମ୍ପର୍କରେ ସୂଚନା ୱେବସାଇଟ୍‌ http://odishapost.gov.inରେ ଉପଲବ୍ଧ ରହିଛି। ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ବରିଷ୍ଠ ଅଧିକ୍ଷକ/ଅଧିକ୍ଷକ, ପିଏମଜି ସମ୍ବଲପୁର/ବ୍ରହ୍ମପୁର ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ: ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଜାରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା(ନାଟ୍ସ) ଆମର ଯୁବପିଢ଼ିଙ୍କୁ ଆପ୍ରେଣ୍ଟିସିପ୍ ସୁଯୋଗ ସହିତ ଯୋଡ଼ିବା ସହ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ତଥା ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବାରେ ବେଶ୍ ସହାୟକ ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା (ନାଟ୍ସ) ୨.୦ ପୋର୍ଟାଲର ଶୁଭାରମ୍ଭ ସହ ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି କରିଛନ୍ତି। ନିଯୁକ୍ତି ସୁଯୋଗକୁ ଗତି ଦେବା ସହ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି।  ଆପ୍ରେଣ୍ଟିସିପକୁ ଲୋକାଭିମୁଖୀ କରିବା, ଦକ୍ଷତା ବ୍ୟବଧାନକୁ ଦୂର କରିବା, ଯୁବାକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଶୁଭାରମ୍ଭ ହୋଇଥିବା ଏନଏଟିଏସ୍ ୨.୦ ପୋର୍ଟାଲ ଆପ୍ରେଣ୍ଟିସିପ୍ ସୁଯୋଗର ପହଞ୍ଚକୁ ବ୍ୟାପକ କରିବ ଏବଂ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କୁ ମ୍ୟାଚ୍ ମେକିଂ କରିବାରେ ସାହାଯ୍ୟ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହି ଯୁଗ କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ ବରଂ ଦକ୍ଷତା ବିକାଶ ପାଇଁ ମଧ୍ୟ ଗୁରୁତ୍ୱବହନ କରେ। ଆମ ପାଠ୍ୟକ୍ରମରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟି ଦିଆଯିବା ଉଚିତ୍। ଚଳିତ ବର୍ଷର ବଜେଟରେ ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆମର ଆପ୍ରେଣ୍ଟିସିପ୍ ଇକୋସିଷ୍ଟମ୍ ବିବିଧ ଏବଂ ଉଭା ହେଉଥିବା ନୂଆ କ୍ଷେତ୍ରକୁ ସାମିଲ କରିବା ଉଚିତ୍ । ଦେଶର ଡେମୋଗ୍ରାଫିକ୍ ଡିଭିଡେଣ୍ଡକୁ  ଉପଯୋଗ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ଶିକ୍ଷା ମନ୍ତ୍ରୀ। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଗୁଡ଼ିକୁ ନାଟ୍ସ ୨.୦ ପୋର୍ଟାଲରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି। ଆପ୍ରେଣ୍ଟିସିପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ନାଟ୍ସ ଯୋଜନାର ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଗରିବ ପରିବାରରୁ ଆସି ସରକାରୀ ପଲିଟେକନିକ, ସମ୍ବଲପୁର ଶିକ୍ଷାନୁଷ୍ଠାନରୁ ଡିପ୍ଲୋମା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରର ପାଠ ପଢି ନାଟ୍ସ ମାଧ୍ୟମରେ ସମ୍ବଲପୁର, ବୁର୍ଲା ସବଡିଭିଜନରେ କିପରି ପ୍ରଶିକ୍ଷଣ ପାଇ ଲାଭ ପାଇପାରିଛନ୍ତି ତା’ ଉପରେ ଆଲୋକପାତ କରିଥିଲେ, ଯାହାକୁ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏନ୍ ଜି ଓ ମାନଙ୍କୁ ନେଇ ୧୪ ମାର୍ଚ୍ଚ ୨୦୨୪ ରେ ଡି ପି ଏମ୍ ୟୁ ସଭା ଗୃହରେ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର, ଡି ପି ଏମ୍ ୟୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମ ଶାଳାରେ ଅରବିନ୍ଦ ରାୟ, ଡବ୍ଲୁଓ, କଳାହାଣ୍ଡି, ପବିତ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଡାକ୍ତର କୁମୁଦିନୀ ମିଶ୍ର, ଜୀବିକା ଏକସ୍ପଟ, ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ, ଡାଇଟ, ନିହାରିକା ଦେବୀ, ବରିଷ୍ଠ ଶିକ୍ଷକ, ଡାଇଟ, ସୌମେନ୍ଦ୍ର ନାଥ ପଟ୍ଟନାୟକ, ପ୍ରୋଗ୍ରାମର, ବିକ୍ରମ କିଶୋର ରଣା ଓ ଚାର୍ଲସ୍ ଜିମି, ପ୍ରୋଗ୍ରାମ ମାନେଜର, ପିରାମଲ୍ ଫାଉଣ୍ଡେସନ ତରଫରୁ ଉପସ୍ଥିତ ଥିଲେ।

ପିରାମଲ ଫାଉଂଡେସନ ତରଫରୁ ଏହି କର୍ମଶାଳା ଟି ସଚଳା ବାରିକ୍ ଙ୍କ ଦ୍ଵାରା ଚେତନା ଗୀତ ସହ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ବାଳିକା ଶିକ୍ଷା, ଗୁଣାତ୍ମକ ଶିକ୍ଷାରେ ଏନ୍ ଜି ଓ ର ଯୋଗଦାନ ସହ ପ୍ରି- ମେଟ୍ରିକ ଛାତ୍ରବୃତ୍ତି ପାଇବାରେ କିପରି ସହାୟକ ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ବର୍ଣନା କରିଥିଲେ। ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର, ଏସ୍ ଡି ଜି ଲକ୍ଷ -୪ ବିଶେଷ ଆଲୋଚନା କରିବା ସହିତ କିପରି ତାହାର ସମସ୍ତ ଇଂଡିକେଟରକୁ ୨୦୩୦ ସୁଧା ହାସଲ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ରାୟ, ଜିଲ୍ଲା ମଂଗଳ ଅଧିକାରୀ ପ୍ରାକ ଛାତ୍ରବୃତ୍ତି ପାଇ ଆମ ଅଂଚଳର ଅଭାବ ଗ୍ରସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ତାହା ଉପରେ ଆଲୋକପାତ କହିଥିଲେ।

ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ, ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି।

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା –

୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ।

୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ।

୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧିକ ହୋଇନଥିବ।

୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଧ୍ୟୟନରତ ଥିବେ।

୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡ଼ିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହୋଇଛି।

ଆବଶ୍ୟକୀୟ ନଥିପତ୍ର –

୧. ଆଧାର କାର୍ଡ
୨. ଜାତି ପ୍ରମାଣ ପତ୍ର
୩. ଆୟ ପ୍ରମାଣ ପତ୍ର ( ଟ. ୨,୫୦,୦୦୦ ରୁ କମ),
୪. ଆଧାର ସଂଯୋଗ ବ୍ୟାଙ୍କ ଖାତା

ବୃତ୍ତିରାଶି ହାର (ଟଙ୍କାରେ) (ବାର୍ଷିକ)

ଅନୁସୂଚୀତ ଜନଜାତି ବର୍ଗ ଦିବାଧ୍ୟାୟୀ -୩୦୦୦ ଏବଂ ଅନ୍ତେବାସୀ ୬୨୫୦
ଅନୁସୂଚୀତ ଜାତି ବର୍ଗ ଦିବାଧ୍ୟାୟୀ -୩୫୦୦ ଏବଂ ଅନ୍ତେବାସୀ ୭୦୦୦

ଅନ୍ୟାନ୍ୟ ପଛୁଆ ବର୍ଗ / ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ- ୪୦୦୦

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)- ४००० ଅଭିଭାବକ ଏବଂ ଲୋକ ମାନଙ୍କର ସଚେତନତା ବଢିଲେ ଛାତ୍ର ଛାତ୍ରୀମାନେ ଅଧିକରୁ ଅଧିକ ଛାତ୍ରବୃତ୍ତି ଆବେଦନ କରିପାରିବେ ବୋଲି ଆଶା ପୋଷଣ କରାଯାଇଥିଲା। ତେଣୁ ଏଦିଗରେ ସବୁ ଏନ୍ ଜି ଓ ମାନଙ୍କୁ ନିବେଦନ କରାଯାଇଛି କି ସେମାନେ ଏହି ବିଷୟରେ ଅଧିକ ଅଧିକ ଲୋକଙ୍କ ସଚେତନ କରାଇବେ।

ଶେଷରେ ରିକେତା କୁମାରୀ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କର୍ମଶାଳା ଶେଷ କରାଯାଇଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସରସ୍ବତୀ ପୂଜାରେ କଲେଜ ପିଲାଙ୍କ ପାଇଁ ପାଣ୍ଡିଆନଙ୍କ ଘୋଷଣା, ମିଳିବ ୧୦ ହଜାର ଟଙ୍କା ଓ ମ୍ୟାଜିକ କାର୍ଡ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନାରେ ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ସେହିପରି ଏସସି/ଏସଟି ତଥା ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର ଟଙ୍କା ଓ ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ଥାୟୀ ସରକାରୀ ଚାକିରିଆ ଅଥବା ଆୟକର ଦେଉଥିବା ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପିଲାମାନେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ଶିକ୍ଷାବର୍ଷର ‘ନୂଆ -ଓ ଛାତ୍ରବୃତ୍ତି’ ଟଙ୍କା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେବୃଆରୀ ୨୦ ତାରିଖରୁ ମାସ ଶେଷ ସୁଦ୍ଧା ସିଧାସଳଖ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶାର ସ୍ଵପ୍ନକୁ ବାସ୍ତବ ରୂପାୟନ ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏଥି ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ କରାଯିବ ଏବଂ ଶିକ୍ଷା ତଥା ବିଭିନ୍ନ co-curricular activities ରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପାଣ୍ଠିରୁ ଉଚ୍ଚ ବୃତ୍ତି ରାଶି ପ୍ରଦାନ କରାଯିବ।

ଲାଗୁ ହେବ ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ’

ଅଗଷ୍ଟ ମାସ ସୁଦ୍ଧା ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ’ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଯେଉଁଥିରେ ଛାତ୍ରଛାତ୍ରୀ ବସ, ଟ୍ରେନରେ ଯାତ୍ରା ସମୟରେ ଫ୍ରି ୱାଇଫାଇ, ଅନଲାଇନ କୋର୍ସ, ସ୍କିଲ ଡେଭେଲପମେଣ୍ଟ, କୋଚିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ ବିଶେଷ ସୁବିଧା ପାଇ ପାରିବେ ବୋଲି ମଧ୍ୟ ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଶକ୍ତ ହେବା ପାଇଁ ନୂଆ ଯୁଗ ଆରମ୍ଭ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନବୀନ ଓଡିଶା ଗଠନର ସାକାରରେ ଏହା ସହାୟତା କରିବ। ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବଡ ସ୍ୱପ୍ନ ଦେଖ ଓ ଏହାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣାଦାୟୀ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଏହି ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ସ୍ନାତକ ଶ୍ରେଣୀର ୪.୫ ଲକ୍ଷ ଛାତ୍ରଛାତ୍ରୀ ଓ ସ୍ନାତକୋତ୍ତର ଶ୍ରେଣୀର ୩୨ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୪୫୮ କୋଟି ଟଙ୍କା ହସ୍ତାନ୍ତର କଲା ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୪୫୮.୬୬ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ସହିତ ଉତ୍ତରପ୍ରଦେଶ ସରକାରୀ ଛାତ୍ରବୃତ୍ତିର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪୫୮.୬୬ କୋଟି ଟଙ୍କାର ଛାତ୍ରବୃତ୍ତି ଯୋଜନା ଅଧୀନରେ ୧୨,୧୭,୬୩୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଛାତ୍ରବୃତ୍ତି ସ୍ଥାନାନ୍ତର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଗତ ଚାରି ବର୍ଷ ମଧ୍ୟରେ ଆମ ସରକାର ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଛାତ୍ରବୃତ୍ତି ଯୋଗାଇବା କାର୍ଯ୍ୟ କରିଆସିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ପୂର୍ବ ସରକାରମାନେ ଭେଦଭାବ କରୁଥିଲେ। ୨୦୧୬-୧୭ ମସିହାରେ କେବଳ ଏସସି-ଏସଟି ପିଲାମାନଙ୍କର ଛାତ୍ରବୃତ୍ତି ବନ୍ଦ ହୋଇଯାଇଥିଲା। ଯେତେବେଳେ ଆମେ ମାର୍ଚ୍ଚ ୨୦୧୭ ରେ ଆସିଥିଲୁ, ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ପରୀକ୍ଷା ପାଖେଇ ଆସୁଥିଲା। ସେହି ପିଲାମାନଙ୍କୁ ଛାତ୍ରବୃତ୍ତି ପଠାଇବା ପାଇଁ ଆମେ କାମ କରିଥିଲୁ।