Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେକରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଧରାକୋଟ ଗ୍ରାମର ମଝି ସାହିରେ ଶ୍ଵେତା ସ୍ବାଇଁ ନାମ୍ନୀ ଜଣେ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ଜଣକ ଆସ୍କା ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ ଓ ବାପା ମାଙ୍କ କଳି ଝଗଡ଼ାକୁ ସହ୍ୟ କରିନପାରି ନିଜ ଘରେ ଏହି ଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି।

ବାପା ଓ ମା ଝୁଲୁଥିବା ଅବସ୍ଥାରେ ଦେଖି ଛାତ୍ରୀକୁ ତଳକୁ ଓହ୍ଲେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୋଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗିରିରୋଡ୍ ନିକଟରେ ଅବସ୍ଥିତ ପଦ୍ମାବତୀ ଛାତ୍ରୀ ନିବାସରେ ସୁଞାନୀ ସ୍ବାଇଁ ନାମକ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ଦ୍ଵିତୀୟ ବର୍ଷ ଛାତ୍ରୀ ଓ ତା’ର ଘର ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ଜଣାପଡିଛି। ସେ କିଛିଦିନ ହେଲା ଗାଁ କୁ ଯାଇ ସୋମବାର ସନ୍ଧ୍ୟାରେ ଫେରିଥିଲା। ଗୋଟିଏ ରୁମରେ ୪ ଜଣ ଛାତ୍ରୀ ମିଶି ରହୁଥିଲେ। କିନ୍ତୁ ସେ ରୁମକୁ ଆସିଲା ବେଳକୁ କେହି ନଥିଲେ।

ସହପାଠୀ ମାନେ ରୁମକୁ ଆସି କବାଟ ବାଡ଼େଇବାପରେ ସୁଜ୍ଞାନୀ କବାଟ ନଖୋଲିବାରୁ ସେମାନେ ହଷ୍ଟେଲ ମାଲିକଙ୍କୁ ଖବର ଦେଇଥିଲେ ଓ ମାଲିକ ଆସି କବାଟ ଖୋଲିଲା ବେଳକୁ ସେ ଉକ୍ତ ରୁମ୍ ଭିତରେ ନିଜର ଓଢଣି ବେକରେ ଗୁଡେଇ ଉପର ଫ୍ୟାନରେ ଝଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ମାଲିକ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ସୁଞାନୀ ପରିବାର ଲୋକେ ଆସି ପହଞ୍ଚିଛନ୍ତି। ଆତ୍ମହତ୍ୟା ର କାରଣ ଜଣାପଡ଼ିନାହିଁ।