ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୨୪ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ର ଆକ୍ରାନ୍ତ ହୋଇଛନ୍ତି। ୨ ଦିନ ଭିତରେ ୩ଟି ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ଉପ ଜିଲ୍ଲାପାଳ, ପଡି ଡିଆରଡିଏ ହଷ୍ଟେଲର ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ସସପେଣ୍ଡ କରାଯାଇଛି।
