Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଇଣ୍ଡିଗୋ କାର ସହ ଗଞ୍ଜେଇ ଜବତ ଘଟଣା: ଫେରାର୍ ଅଭିଯୁକ୍ତକୁ ଛେଣ୍ଡିପଦାରୁ ଗିରଫ, କୋର୍ଟ ଚାଲାଣ

କନ୍ଦର୍ପ ବେହେରା
ରେଢାଖୋଲ: ଗତ ଅପ୍ରେଲ ମାସରେ କୁଡାନାଳୀ କୋଇଲିପଦା ଜଙ୍ଗଲରୁ ୭୯ କେଜି ଗଞ୍ଜେଇ ଜବତ କରିଥିଲା ନାକଟିଦେଉଳ ପୋଲିସ୍। ହେଲେ ପୋଲିସ୍ କୁ ଚକମା ଦେଇ ଏଥିରେ ସଂପୃକ୍ତି ଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ସେଇ ଦିନ ଠାରୁ ସେଇ ଅଭିଯୁକ୍ତକୁ ଖୋଜୁଥିଲା। ଆଜି ନାକଟିଦେଉଳ ପୋଲିସ୍ ସେଇ ଗଞ୍ଜେଇ କାରବାରରେ ସଂପୃକ୍ତି ଥିବା ଛେଣ୍ଡିପଦାର ପବିତ୍ର ମୋହନ ସାହୁକୁ ଛେଣ୍ଡିପଦାରୁ ଗିରଫ କରିବାରେ ସଫଳ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ପ୍ରକାଶ କରିଛନ୍ତି।

ସୂଚନା ଥାଉକି ଗତ ଅପ୍ରେଲ୍ ମାସ ୭ ତାରିଖ ସଂଧ୍ୟାରେ ରେଢାଖୋଲ ରୁ ନାକଟିଦେଉଳ ପଟକୁ ଏକ ଧଳା ଇଣ୍ଡିଗୋ କାର୍ (ଓଡି ୦୨ ଡି ୪୫୭୪) ରେ ଚୋରାରେ ଗଞେଇ ଅନୁଗୁଳ ଅଂଚଳକୁ ଆସୁଥିବାର ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରିଦେଇଥିଲେ। ଗଞ୍ଜେଇ ବେପାରୀ ପୋଲିସ୍ ଥିବାର ଜାଣି ପାରି ସେ ଚରଡପଶି ନିକଟରୁ ଗାଡିକୁ ପଛକୁ କରି ଶିମିଳିପାଳ ଛକରୁ କୁଡାନାଳି ରାସ୍ତା ପଟକୁ ଦୃତ ଗତିରେ ଫେରାର୍ ହୋଇଯାଇଥିଲା। ପୋଲିସ୍ କାର୍ କୁ ପିଛା କରିଥିଲା।

ପୋଲିସ୍ ଆସୁଥିବା ଜାଣି ଜାମୁଜୋରି ପଂଚାୟତର କୁଡାନାଳି ନିକଟ କୋଇଲିପଦା ନିକଟସ୍ଥ ଜଙ୍ଗଲରେ କାରକୁ ଛାଡି ଡ୍ରାଇଭର ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ପହଂଚିଲା ବେଳକୁ ଡ୍ରାଇଭର ନ ଥିଲା। ପୋଲିସ୍ କାରରେ ଥିବା ଏକ ବସ୍ତାରେ ୭୯ କେଜି ଗଞେଇ ଜବତ କରିବା ସହ କାରକୁ ନାକଟିଦେଉଳ ଥାନାକୁ ଆଣିଥିଲା। କାରର୍ ଓରିଜିନାଲ୍ ଆର୍ ସି ବହି ଏବଂ ଇନସୁରାନସ୍ ଥିବାର ଜାଣି ବାକୁ ପାଇଥିଲା। କାର୍ ର ମାଲିକ ଅନୁଗୋଳ ଜିଲ୍ଲାର ବୋଲି ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ଯାଇଥିଲେ।

ନାକଟିଦେଉଳ ପୋଲିସ୍ ସେଇ ଦିନଠାରୁ ଗଞେଇ ଛାଡି ଫେରାର୍ ଥିବା ଅଭିଯୁକ୍ତକୁ ଖୋଜୁଥିଲା। ନାକଟିଦେଉଳ ଥାନା କେସ୍ ନଂ ୭୦-ତା୮/୪/୨୦୨୨ ୟୁ/ଏସ୍ ୨୦(ବି)(ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ୍ ରୁଜୁ ମଧ୍ୟ ହୋଇଥିଲା।