Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଠ 10 ତାରିଖରୁ ଛୋଟ ଛୋଟ ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଚେନ୍ନାଇ, ଦୀର୍ଘ ଦିନ ଧରି ଧର୍ମ ଅନୁଷ୍ଠାନ ବନ୍ଦ ରହିବା ପରେ ଏବେ ତାମିଲନାଡୁ ସରକାର ନୂଆ ଘୋଷଣା କରିଛନ୍ତି। ତାହା ହେଲା ଆସନ୍ତା 10 ତାରିଖରୁ ରାଜ୍ୟରେ ଥିବା ଛୋଟ ଛୋଟ ଧର୍ମ ଅନୁଷ୍ଠାନ ପୂଜା ପାଇଁ ଖୋଲାଯିବ।ଏହା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପିଲାନିସ୍ବାମୀ। ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଧର୍ମ ଅନୁଷ୍ଠାନର ବାର୍ଷକ ଆୟ 10 ହଜାରରୁ କମ ହୋଇଥିବ ସେହି ଅନୁଷ୍ଠାନ ଖୋଲାଯିବ।

କୋଭିଡ19 ସଂକ୍ରାମଣ ଭୟରେ ସବୁ ରାଜ୍ୟ ସରକାରଙ୍କ ପରି ତାମିଲନାଡୁ ସରକାର ମଧ୍ୟ ସବୁ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ। ତେବେ ଏତେଦିନ ଧରି ପୂଜାପାଠ ବନ୍ଦ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସୃଷ୍ଟି ହେଲା। ତାହାକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ବଡ ମନ୍ଦିର ଖୋଲାଗଲେ ସେଠାରେ ଭିଡ ହେବାର ସମ୍ଭାବନା ଥିବାରୁ ସରକାର ପ୍ରଥମେ ଏହି ଛୋଟଛୋଟ ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।