Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ବିଭିନ୍ନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଭତ୍ତା ଓ ଆବାସ ବଣ୍ଟନ କଲେ ବିଧାୟକ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କରକମଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ୬୦ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ଚାଟ୍ରା ଠାରୁ କାଳିଆବରା କଂକ୍ରିଟ ରାସ୍ତା ଏବଂ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ କଲେଜ ଛକ ଠାରୁ ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଏବଂ ମୁଖ୍ୟ ବକ୍ତାଭାବେ ଜିଲ୍ଲାପାଳ ଯୋଗଦେଇ ୨୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏକ ମିନି ସେସପୋଲର ଲୋକାର୍ପଣ କରିଛନ୍ତି।

ଏଥିସହିତ ଜଗତସିଂହପୁର ପୌରାଞ୍ଚଳରେ ଜନସାଧାରଣଙ୍କ ହିତ ନିମନ୍ତେ ଏକ ଆଦର୍ଶ ପାର୍କ, ଆଦର୍ଶ ଶବଦାହ ଗୃହ ଏବଂ ଆଦର୍ଶ ପୋଖରୀ କରାଯିବ ବୋଲି ଜିଲ୍ଲାପାଳ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

କରୋନା ମୁକାବିଲା ପାଇଁ ସରକାରଙ୍କୁ ୩ମାସର ଦରମା ପ୍ରଦାନ କଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟର ସମସ୍ଥ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ରଜ୍ୟସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଜଗତସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି। ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶ୍ରୀ ମୁଦୁଲି ଏକଲକ୍ଷ ପାଂଚ ହଜାର ଟଙ୍କାର ଏକ ଚେକ୍ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।