Categories
ବିଶେଷ ଖବର ରାଜ୍ୟ ଖବର

ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ

ଭୁବନେଶ୍ବର, ବର୍ତ୍ତମାନ ପଞ୍ଚାୟତ, ମ୍ୟୁନିସପାଲଟି, ଏନଏସି ସହିତ ମହାନଗର ନିର୍ବାଚନ ପାଖେଇ ଆସିଲାଣି। ଏ ନେଇ ବିଧିବଧ ତାରିଖ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ସରଗରମ ଭୁବନେଶ୍ବରରେ ଅଧିକ ଅନୁଭୂତ ହୋଇଛି। ତାହା ହେଉଛି ବିଜେପିର ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ଯୋଗ ଦେବାକୁ ନେଇ।

ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗା ବିଜେପି ଛାଡି ବିଜେଡିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି। ତେବେ ତାହା ମିଛ ନୁହେଁ। କାରଣ ଜଗନ୍ନାଥ ବର୍ତ୍ତମାନ ବିଜେପିର ଅସନ୍ତୁଷ୍ଠ ନେତା ଭାବେ ରହିଛନ୍ତି। ଯେଉଁଦିନ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗଦେଲେ ସେହି ଦିନଠାରୁ ସେ ଅସନ୍ତୁଷ୍ଠ ଅଛନ୍ତି।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଏହା ଭିତରେ ଜଗା ବିଜେଡିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ସାକ୍ଷାତ କରି ସାରିଲେଣି। କେତେକ ମଣ୍ଡଳ ସଭାପତିଙ୍କୁ ନେଇ ବବିଙ୍କ ବାସଭବନରେ ଗୋଟିଏ ରାଉଣ୍ଡ ଆଲୋଚନା କରି ସାରିଲେଣି।

ଖବର ଅନୁସାରେ ଜଗାଙ୍କ ଦାବୀ ହେଉଛି ଯେ, ଭୁବନେଶ୍ବର ମେୟର ପଦବୀ। ଯଦି ବିଜେଡି ଏହି ପଦବୀ ଦେବା ପାଇଁ ରାଜି ତେବେ ସେ ଏବଂ ତାଙ୍କ ଦଳବଳ ସହିତ ବିଜେଡିରେ ଯୋଗ ଦେବେ। ଅନ୍ୟପଟେ ଭୁବନେଶ୍ବର ମହାନଗର ସଂଗଠନ ସମ୍ଭାଳୁଥିବା ବିଜେଡିନେତାମାନେ ଏହା ଜାଣିବା ପରେ ଅସନ୍ତୁଷ୍ଠ ହେବା ଆରମ୍ଭ କରିସାରିଲେଣି। ଫଳରେ ବିଜେଡି କଣ କରିବ ସେ ନେଇ ଚିନ୍ତାରେ ରହିଛି। ତେବେ ଖବର ଅନୁସାରେ ବିଜେଡି କୁଆଡେ ଜଗାଙ୍କୁ କୋଳେଇ ନେବ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ବର : ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଛନ୍ତି ଜଗନ୍ନାଥ । ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ବିଗତ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ରହିଥିବା ଜଗନ୍ନାଥ ପ୍ରଧାନ ବିଜେପି ଛାଡିବା ପାଇଁ ଗତକାଲି ଇସ୍ତଫା ପତ୍ର ଦେଇଥିଲେ । ଭୁବନେଶ୍ବରର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଇସ୍ତଫା ଦେଇଥିଲେ ଜଗନ୍ନାଥ । ବାବୁ ସିଂଙ୍କୁ ଭୁବନେଶ୍ବର ବିଜେପିର ସଭାପତି ଘୋଷଣା କରାଯାଇଛି ।