ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ ଚଢେୟାପଲୀ ବୋଉଳ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭିଣୋଇ ଶାଳୀକୁ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି। ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦି ଭାବେ କାର୍ଯ୍ୟରତ ବିଜୟଲକ୍ଷ୍ମୀ ତ୍ରିପାଠୀ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ଭିଣୋଇ ଜମିଜମା ବିବାଦକୁ କେନ୍ଦ୍ରକରି ଗାଁ ଦାଣ୍ଡ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ବିଜୟଲକ୍ଷ୍ମୀର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
