Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ରଥ

ଭୁବନେଶ୍ବର: ଆଜି ସୂଚନା କମିଶନର ଭାବେ ଶପଥ ନେଇଛନ୍ତି ବରିଷ୍ଠ ଆଇନିଜୀବୀ ଜଗନ୍ନାଥ ରଥ। ତାଙ୍କୁ ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଶପଥ ପାଠ କରାଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ ତାଙ୍କର ନିଯୁକ୍ତି ସଂପର୍କରେ ଅବଗତ କରାଇଥିଲେ। ଏହାପରେ ରାଜ୍ୟପାଳ ଶପଥପାଠ କରାଇଥିଲେ।

ଆଇନଜୀବୀ ଭାବେ ଜଗନ୍ନାଥଙ୍କର ରହିଛି ୨୫ବର୍ଷର ଅଭିଜ୍ଞତା। ଜଗନ୍ନାଥ ହେଉଛନ୍ତି ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପୁଅ। ସେ ରାଜସ୍ୱ ପର୍ଷଦର ଆଇନ ପରାମର୍ଶଦାତା ଭାବେ ଏବେ କାମ କରୁଛନ୍ତି। ଏଥିସହିତ ସେ ଶ୍ରୀମନ୍ଦିରର ଅବୈତନିକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପରିକ୍ରମା କରୁଛି ଜଗନ୍ନାଥ ରଥ, ଲୋକଙ୍କ ଘରୁ ସଂଗ୍ରହ ହେଉଛି ଚାଉଳ ଓ ଗୁଆ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜଗନ୍ନାଥ ରଥ ବୁଲିବା ଆରମ୍ଭ ହୋଇଛି। ରାଜ୍ୟରା ସମସ୍ତ ଜିଲ୍ଲା ଓ ପଞ୍ଚାୟତରେ ଏହି ରଥ ବୁଲିବ। ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ ହେବ। ସେଗୁଡିକ ସଂଗ୍ରହ କରାଯାଇ ପୁରୀ ଆସିବ।

ଏକଗାଡିରେ ସୁସଜ୍ଜିତ କରାଯାଇ ଗାଁ କୁ ଗାଁ ଏବଂ ସହରକପ ସହର ପରିକ୍ରମା କରୁଛି। ସବୁ ସ୍ଥାନରେ ଲୋକମାନେ ରଥକୁ ସଂକୀର୍ତ୍ତନ କରି ପାଛୋଟି ନେଉଛନ୍ତି। ସେହିପରି ଲୋକମାନେ ମଧ୍ୟ ଚାଉଳ ଓ ଗୁଆ ଆଗ୍ରହ ସହକାରେ ଦେବାରେ ଲାଗିଛନ୍ତି।