Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଚଢାଉ କଲା ବନ ବିଭାଗ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଘର ଭିତରେ ଚଢାଉ ଟାଙ୍ଗୀ ବନ ବିଭାଗ କରିଛି। ଚଡାଉ ବେଳେ ୧୦ କେଜି ବାରହା ମାଂସ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର କୁନା ପାତ୍ରଙ୍କ ଘରେ ମାଂସ କାଟୁଥିବାର କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ତେଣୁ ରେଂଜ୍ ଅଫିସର ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ଫରେଷ୍ଟର ଗୋଲାପ ସେଠୀ ସଦଳ ବଳେ କୁନାଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ତାଙ୍କ ନିକଟରୁ ୧୦ କେଜି ବାରହା ମାଂସ ସହ କେଜି, ପାଲ, ବଟକରା ଓ ଧାରୁଆ ଛୁରୀ ଜବତ କରାଯାଇଥିଲା।

ଜବତ ମାଂସର ନମୁନା ସଂଗ୍ରହ କରାଯାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଓୟୁଏଟିକୁ ପରିକ୍ଷା ପାଇଁ ପଠାଯାଇଛି। ଏହା ସହ ବଳକା ମାଂସକୁ ଟାଙ୍ଗୀ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି।

ଅଭିଯୁକ୍ତ କୁନା ପାତ୍ରକୁ ଆଜି କୋର୍ଟ ଚାଲାଣ କରାଯିବା ବୋଲି ରେଂଜ୍ ଅଫିସର କହିଛନ୍ତି। ଏହା ସହ ଏଥିରେ ଯେଉଁମାନେ ଜଡିତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଂଜର ଶ୍ରୀ ପଣ୍ଡା କହିଛନ୍ତି।