Categories
ଆଞ୍ଚଳିକ

ଟାଙ୍ଗୀ: କୂଅରେ ପଡ଼ି ଜଙ୍ଗଲୀ ବାରହା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରେ ବାରହା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ୧୦ଟି ଜଙ୍ଗଲୀ ବାରହା ଅକାଳରେ ମୃତ୍ୟୁବରଣ କରିଥିବା ଖବର ରହିଛି। କେତେବେଳେ ଶୀକାରୀଙ୍କ ହାତରେ ଜୀବନ ଯାଉଛି ତ କେତେବେଳେ କୂଅରେ ପଡି ବାରହା ମୃତ୍ୟୁ ବରଣ କରୁଛି।

ଆଜି ମଧ୍ୟ ଏକ ବାରହାର ଜୀବନ ଚାଲିଯାଇଛି। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ରତନପୁର ପଞ୍ଚାୟତ ବଧୀ ସାହିର ଦାସରଥି ବେହେରାଙ୍କ କୂଅରେ ପଡିଥିବା ବାରହା ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ବାରହା କୂଅରେ ପଡ଼ିଥିବା ଜାଣିବା ପରେ ଟାଙ୍ଗୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାରହା ଟିକୁ ଉଦ୍ଧାର କରିଥିଲେ। ମୃତ ବାରହାର ବୟସ ୧୪ ରୁ ୧୫ବର୍ଷ ହେବ। ବାରହାଟି ପୁରୁଷ ବାରହା ବୋଲି ପରୀକ୍ଷା ନୀରିକ୍ଷା ପରେ ଜଣା ପଡିଛି। ଉଦ୍ଧାର ବାରହାକୁ ଟାଙ୍ଗୀ ପ୍ରାଣୀ ବିଭାଗ ମୃତ ଘୋଷଣା କରିଛି।