Categories
ଆଞ୍ଚଳିକ

ଗମ୍ଭୀରୀମୁଣ୍ଡାରେ ପ୍ରବେଶ କଲା ଜଙ୍ଗଲୀ ହାତୀ: ଲୋକେ ଆତଙ୍କିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭୀରୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଆଜି ଏକ ଜଙ୍ଗଲୀ ହାତୀ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଉକ୍ତ ହାତୀଟି ପଦ୍ମପୁର ସରଂକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାଡଖାଇ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା।  ଫଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ଉଠିଥିଲେ।

ଉକ୍ତ ଖବର ସ୍ଥାନୀୟ ସରପଞ୍ଚ ବନ ବିଭାଗକୁ ଜଣାଇବା ପରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକାଧିକ ଟିମ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଉପାୟ ଅବଲମ୍ବନ କରି ପରିଶେଷରେ ହାତୀକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।

ସୂଚନା ଥାଉକି ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ବସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀମାନେ ଜନବସତୀ ମୁହାଁ ହେଉଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବଢିଚାଲିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ: ଚିନ୍ତାରେ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ହାତୀମାନେ ଏବେ ଗାଁ ମୁହାଁ ହେଉଥିବାରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି।  ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଦୁଇଟି ପଞ୍ଚାୟତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହା ହାତୀମାନଙ୍କ ରହଣି ସ୍ଥଳ ପାଲଟି ଯାଇଛି। ଫଳରେ ହାତୀମାନଙ୍କ ଉପଦ୍ରବ ଏଠାରେ ଅସହ୍ୟ ହେବାକୁ ଲାଗିଲାଣି।

ଉକ୍ତ ଦୁଇ ପଞ୍ଚାୟତର ବହୁ ଲୋକ ଚାଷୀ ଓ ଦିନ ମଜୁରିଆ ହୋଇଥିବାରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ହାତୀ ମାନେ ବାରମ୍ବାର ଏମାନଙ୍କର ଶହଶହ ଏକରର ଧାନ ଫସଲ ନଷ୍ଟ କରିଦେଉଥିବାରୁ ବର୍ଷସାରା କିପରି ନିଜ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ଗ୍ରାମବାସୀ ମିଶି ପାଳି କରି ରାତିତମାମ ଜଙ୍ଗଲୀ ହାତୀଙ୍କୁ ଜଗୁ ଥିଲେ ସୁଦ୍ଧା ହାତୀଙ୍କ ଦାଉରୁ ଫସଲ ବଞ୍ଚେଇବା କଷ୍ଟ କର ହୋଇଯାଉଛି। ଯାହା ଫଳରେ ଚାଷୀ ମାନେ ଫସଲ ଅମଳ କରିବା ଆଶା ଏକ ପ୍ରକାର ଛାଡିଦେଲେଣି।

ତେବେ ଏନେଇ ଜଙ୍ଗଲ ବିଭାଗକୁ ଜଣେଇଲେ ମଧ୍ୟ ସେମାନେ ନିରୁପାୟ। ବାଲୁଗାଁ ବନାଞ୍ଚଳ ରେଞ୍ଜ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ବନବିଭାଗ ଜଙ୍ଗଲୀ ହାତୀଙ୍କୁ ଘଉଡ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିଆସୁଥିବାର କହିଛନ୍ତି। ବାଣପୁର, ରଣପୁର, ନୟାଗଡ଼ ଏବଂ ଟାଙ୍ଗୀର କିଛି ଜଙ୍ଗଲ ଅଞ୍ଚଳ ହାତୀମାନଙ୍କ ଚଲାପଥ ହୋଇଥିବାରୁ ସେମାନେ ବର୍ଷତମାମ ଉକ୍ତ ରାସ୍ତା ଦେଇ ଯା ଆସ କରିଥାନ୍ତି। ତେବେ ବନ ବିଭାଗ ଅଦ୍ୟାବଧି ୭୭ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥିବାର ଶ୍ରୀ ମହାନ୍ତି କହିଛନ୍ତି।  ଏବଂ ଯେଉଁ ଚାଷୀଙ୍କ ଫସଲ ହାତୀମାନଙ୍କ ଦ୍ୱାରା ନଷ୍ଟ ହେଉଛି, ସେମାନଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ହୋଇଥିବାର ରେଞ୍ଜ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

ତେବେ ବେଳ ଥାଉ ଥାଉ ଯଦି ବେଣୀ ବନ୍ଧାନଯାଏ, ଭବିଷ୍ୟତରେ ଉକ୍ତ ସମସ୍ୟା ଉଗ୍ରରୂପ ନେବ ବୋଲି ଚାଷୀମାନେ ମତ ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପକ୍ଷୀ ଗଣନା ସମୟରେ ଚିଲିକା କୂଳରୁ ଠାବ କରାଗଲା ଜଙ୍ଗଲୀ ହାତୀ ପଲ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଜଙ୍ଗଲୀ ହାତୀ ଦେଖିବାକୁ ମିଳିଛି। ଚିଲିକା କୂଳ ଠାରୁ ୮ କିଲୋମିଟର ଭୁଷଣ୍ଡପୁରରେ ୧୩ ଟିକିଆ ହାତୀ ପଲ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ହାତୀ ପଲ ନଳ ଘାସ ନିକଟରେ ଅଛନ୍ତି। ହାତୀ ପଲ ମଧ୍ୟ୍ୟରେ  ଗୋଟିଏ ଛୁଆ ହାତୀ ଥିବା ଜଣା ପଡିଛି। ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ବଣ୍ୟପ୍ରାଣୀ ବିଭାଗ କର୍ମଚାରୀ ଏହି ହାତୀ ପଲଙ୍କୁ ଠାବ କରିଛନ୍ତି। ତେବେ ବର୍ତ୍ତମାନ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଉଛନ୍ତି।