Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ବାଳିକା ଖୋ-ଖୋ ଏବଂ କବାଡି ପ୍ରତିଯୋଗୀତା ଅନୁଷ୍ଠିତ

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ବେଟୀ ବଚାଓ ବେଟୀ ପଢାଓ ଏବଂ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା କେବଳ ଝିଅ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ବିଭାଗ ଦ୍ବାରା ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥାଏ। ଆଜି ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ବଛା ହୋଇ ଆସିଥିବା ଝିଅ ମାନଙ୍କୁ ନେଇ ଖୋର୍ଦ୍ଧା ଷ୍ଟାଡିୟମରେ ଖୋ-ଖୋ ଏବଂ କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏହି ପ୍ରତିଯୋଗୀତାକୁ ଆୟୋଜନ କରିଥିଲେ। ଏହି ପ୍ରତିଯୋଗୀତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ଅନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଝିଅ ମାନେ କିପରି ସେମାନକ ଜୀବନ ଯୁଦ୍ଧରେ ଆଗକୁ ବଢି ସଫଳତା ଲାଭ କରିବା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତାକୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପି ଇ ଟି ଶିକ୍ଷକ ସୂଚାରୁ ରୂପେ ପରିଚାଳନା କରିଥିଲେ। କବାଡି ପ୍ରତିଯୋଗିତାରେ ରେ ବାଲିପାଟଣା ଖୋର୍ଦ୍ଧା ବ୍ଲକକୁ ହରାଇ ଚମ୍ପିୟାନ ହୋଇଥିବାବେଳେ ଖୋ-ଖୋ ରେ ଜଟଣୀ ଖୋର୍ଦ୍ଧାକୁ ହରାଇ ଚମ୍ପିୟାନ ହୋଇଛନ୍ତି। ଏହି ପ୍ରତିଯୋଗିତାର ଅପରାହ୍ନରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ବ୍ରଜ କିଶୋର ମହାପାତ୍ର, ଖୋର୍ଦ୍ଧାର ବରିଷ୍ଠ ପି ଇ ଟି ଶିକ୍ଷକ ଭାଗିରଥ ଜେନା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବୋସନ ଅଫିସର ସୌମେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ବାଲିପାଟଣା ଏବଂ ଜଟଣୀ ବ୍ଲକ ର ପିଲାମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କନ୍ୟା ମାନଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣପତ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରଞ୍ଜନ କୁମାର ଗୋଛାୟତ, ଶଚିନ୍ଦ୍ରନାଥ ସାହୁ, ସୁକାନ୍ତ କୁମାର ପୃଷ୍ଟି, ଅଶୋକ କୁମାର ସେଠି, ରତାଞ୍ଜଳି ମହାନ୍ତି ପରିଚାଳନା କରିଥିଲେ। ୟୁନିଟ ର ପରାମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଟଣୀ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଜଟଣୀ: ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୮୪ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୭୨ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୮ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଦୁଇ ଜଣଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ଆଜିର ମିଳିତ ଜନଶୁଣାଣି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ମାନ୍ୟବର ବିଧାୟକ, ଜଟଣୀ ସୁରେଶ ଚନ୍ଦ୍ର ରାଉତ ରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଭୁବନେଶ୍ୱର ଡ଼ି ସି ପି ଙ୍କ ପ୍ରତିନିଧି ଭାବେ ଏ ସି ପି ଜୋନ -୪, ଭୁବନେଶ୍ୱର, ଉପ ଜିଲ୍ଲାପାଳ, ଦେବବ୍ରତ ସାହୁ, ବିଡିଓ , ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ: ତୃତୀୟ ଦିବସର ଫଳାଫଳ ଉଦ୍‌ଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗୀ ବୋଲଗଡ଼ ବ୍ଲକ ବଙ୍କଳ ଦଳ ଜଟଣୀ ବ୍ଲକ ବଙ୍କଳ ଦଳଙ୍କୁ ୫-୩ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଜଟଣୀର ବାଳିକା ଦଳ ବୋଲଗଡ଼ର ବାଳିକା ଦଳଙ୍କୁ ୨-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମହାନଗର ନିଗମ ବାଳିକା ଦଳ ବେଗୁନିଆ ବାଳିକା ଦଳକୁ ୩-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି।

ଆଜି ତୃତୀୟ ଦିବସର ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ଆରକ୍ଷୀ ଅଧିକ୍ଷକଙ୍କ କୁମାର ମଜୁମଦାର୍‌, ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ବ୍ଲକ ଶିକ୍ଷାଧବକାରୀ ଡ଼ଃ ନିରଂଜନ ମହାନ୍ତି, ସଂଧ୍ୟାରାଣୀ ରାଉତ, ସନାତନ ଜାଲି, ଏବଂ ନଳିନୀକାନ୍ତ ମହାନ୍ତି, ଜିଲ୍ଳା କ୍ରୀଡ଼ା ନିରୀକ୍ଷକ ପଠାଣି ଆଗ୍ରାସିଂହ ଆନୁଷ୍ଠାନିକ ଭାବେ ପ୍ରତିଯୋଗିମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ଆସନ୍ତା କାଲି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକର ଉଭୟ ବଙ୍କଳ ଓ ବାଳିକା ଦଳ ଭୁବନେଶ୍ୱର ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଭୁବନେଶ୍ୱର ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହେବାକୁ ସ୍ଥିର କରାଯାଇଛି।

ଆସନ୍ତା ତା ୧୬.୧୦.୨୦୨୨ ରିଖରେ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରତିଯୋଗିତା କରାଯାଇ ଉଭୟ ବାଳକ ଓ ବାଳିକା ଦଳର ବିଜେତାଙ୍କୁ ଚମ୍ପିୟାନ୍ ସିଲ ଓ ରନର୍ ଅପ୍‌କପ୍ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।