Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ବାରା ଆନ୍ତଃଜିଲ୍ଲା ପ୍ରତିଯୋଗିତା

ଭୁବନେଶ୍ଵର: ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧୮ ତମ ଦିବସରେ ଆନ୍ତଃଜିଲ୍ଲା କୁଇଜ୍, ତର୍କ, ପ୍ରବନ୍ଧ, ସ୍ଲୋଗାନ ଲିଖନ ତଥା ଛାୟା ଜି-୨୦ ସମ୍ମିଳନୀ ପ୍ରତିଯୋଗିତା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ତଥା ଡି.ଏମ. ସ୍କୁଲରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଦ୍ବାରା ଚୟନିତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ, ଜୱାହାର ନବୋଦୟ ବିଦ୍ୟାଳୟ, ରାଜ୍ୟ ବିଦ୍ୟାଳୟ ଓ ଡି.ଏମ. ସ୍କୁଲର ଛାତ୍ରଛାତ୍ରୀ ଜି-୨୦ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପ୍ରତିଯୋଗୀତାରେ ଭାଗ ନେଇ ଜି-୨୦ ର ବାର୍ତ୍ତା ବଣ୍ଟନ କରିଥିଲେ। ତର୍କ ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁରର ପଦ୍ମିନୀ ସୂର୍ଯ୍ୟପ୍ରଭା ସାହୁ, ପ୍ରବନ୍ଧରେ ଡିଏମ ସ୍କୁଲ, ଭୁବନେଶ୍ବର ଛାତ୍ର ସ୍ବୟମଭୁବା ପଟ୍ଟନାୟକ, ସ୍ଲୋଗାନ ଲିଖନରେ ନବୋଦୟ ବିଦ୍ୟାଳୟ, ଜଗତସିଂହପୁରରେ ବେଦପ୍ରକାଶ ମଲ୍ଲିକ, କୁଇଜ୍ ପ୍ରତିଯୋଗୀତାରେ ଡିଏମ୍ ବିଦ୍ୟାଳୟର ସ୍ବପ୍ନିଲ୍ ବେହେରା ଓ ଛାୟା ଜି-୨୦ ସମ୍ମିଳନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଣ୍ଡା, କେନ୍ଦ୍ରାପଡ଼ାର ଲିପ୍‌ସା ଶୁଭଦର୍ଶିନୀ ପରିଡ଼ା ଯୋଗ୍ୟ ବିବେଚିତ ହୋଇ ତୃତୀୟ ଶିକ୍ଷା ସମ୍ମିଳନୀରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ପ୍ରଫେସର ମାନସୀ ଗୋସ୍ବାମୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୋଡାଲ୍ ଅଧିକାରୀ ଜି-୨୦ ପ୍ର. ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଅଭିଷେକ ଶତପଥୀ, ବିଭୂତି ଭୂଷଣ ସାଦ, ଶିକ୍ଷୟତ୍ରୀ ଜ୍ୟୋତି ଜେନା, ଅଧ୍ୟାପିକା ଅଭିପ୍‌ସା ବଳ, ରଶ୍ମିତା ମହାଳିକ, ସରସ୍ବତୀ ମହାରଣା, ଅଖିଲେଶ୍ବର ମିଶ୍ର, ଡିନ୍  ସନ୍ଧ୍ୟାରାଣୀ ସାହୁ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ମାସବ୍ୟାପୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ଭଲିବଲ ଓ ରଙ୍ଗୋଲୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ରଙ୍ଗୋଲୀରେ ଜି-୨୦ଲୋଗୋ ଡିଜାଇନ କରିଥିଲେ।

ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଲୋକ ନୃତ୍ୟ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। କଳାକାରମାନେ କୃଷି, ବିବାହ ଓ ଯୁଦ୍ଧ ବିଷୟବସ୍ତୁ ଉପରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ପରିବେଶ କରିଥିଲେ। ସେହିପରି ଏନଆଇଟି ଋତ୍ୱିକ କ୍ଲବର ସଦସ୍ୟମାନେ ‘ଅବସର’ ନାମକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଜଳବାୟୁ ପରିବର୍ତ୍ତନ ବିଷୟବସ୍ତୁ ଉପରେ ନାଟକଟି ଆଧାରିତ ଥିଲା।

ରାଉରକେଲାର ସ୍କୁଲ ଛାତ୍ରଛାତ୍ରୀମାନେ ଜି୨୦ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରିଥିଲେ। ସ୍ମାର୍ଟସିଟି ଉପରେ ଆଧାରିତ ଏହି ପ୍ରଦର୍ଶନୀରେ ଦୀର୍ଘସ୍ଥାୟୀ ଜୀବନଯାପନ ଏବଂ ବିକାଶ ଉପରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଛାତ୍ରଛାତ୍ରୀଙ୍କ ସହିତ ମତବିନିମୟ କରିବା ସହିତ ସେମାନଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥିଲେ।

ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ‘‘ମୌଳିକ ସାକ୍ଷରତା ଓ ସଂଖ୍ୟା ଶାସ୍ତ୍ର : ନୀତି ଓ ଅଭ୍ୟାସ’’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱରସ୍ଥିତ ବିଆଇଆଇଟିଏମ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟପଟେ ବ୍ରହ୍ମପୁର ସ୍ଥିତ ଆଇଜର ପକ୍ଷରୁ ଏକ ସଚେତନତା ଗଣଦୌଡ଼ ଆୟୋଜନ କରାଯାଇଥିଲା। ଜି-୨୦ ଜନଭାଗିଦାରୀ ଅଧୀନରେ ଆୟୋଜିତ ଏହି ମିନି ଗଣଦୌଡ଼ ପ୍ରତିଯୋଗିତାକୁ ଜିଲ୍ଲା ଦୌଡ଼କୁଦ ସଂଘ ସହଭାଗିତାରେ ଅନୁଷ୍ଠିତ ହୋଇଥିଲା।

କଟକ ଓଲଟପୁର ସ୍ଥିତ ଏସଭି-ନିରତାର ପକ୍ଷରୁ ଜନଭାଗିଦାରୀ କାର୍ଯକ୍ରମ ଅଧୀନରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ସମ୍ମିଳନୀକୁ ଉଦଘାଟନ କରି ଶିକ୍ଷାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ତଥା ବିଶ୍ୱ ନାଗରିକ ଗଠନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ।

ପ୍ରତିଷ୍ଠାନର ଡିନ ପ୍ରଫେସର ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛାୟା ସମ୍ମିଳନୀରେ ଜି-୨୦ର ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ରଛାତ୍ରୀ ଖୁବ ସୁନ୍ଦର ଭାବେ ନିଜ ଦେଶର ଶିକ୍ଷା, ବୈଷୟିକ ଜ୍ଞାନ, ପରିବେଶ ଓ ଜଳବାୟୁ, ବିଶ୍ୱ ଅର୍ଥବ୍ୟବସ୍ଥା ତଥା ସମାଜର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବା ସହିତ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ଡକ୍ଟର ଏଲିଜାବେଥ, ଡକ୍ଟର ପୁଷ୍ପଲତା ନେଗୀ, ଡକ୍ଟର ଅଭିଷେକ ଶତପଥୀ ଓ ପ୍ରତିଷ୍ଠାନ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଶେଷରେ ଡକ୍ଟର ରଶ୍ମୀରେଖା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆଜି ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ।

ଅନୁରୂପ ଭାବେ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଦିବ୍ୟାଙ୍ଗମାନଙ୍କ ପାଇଁ ଗମ୍ଭୀର ଅସୁସ୍ଥତାରୁ ଆରାମ ପାଇବା ଲାଗି ଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେହିପରି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫର୍ମେସନ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ୟି ଏଣ୍ଡ ଲରେନ୍ସ ଏଣ୍ଡ ମାୟୋ ଟିମ୍‌ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ସୌଧ୍ୟା ଗ୍ରାମ ପଞ୍ଚାୟତ ଠାରେ ଏକ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟ୍ରାଭେଲ ଏଣ୍ଡ ଟୁରିଜିମ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ପକ୍ଷରୁ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ‘‘ଓଡ଼ିଶା : ଇଣ୍ଡିଆସ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’’ ବିଷୟବସ୍ତକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଅନୁଗୁଳ ସ୍ଥିତ ଜବାହର ନବୋଦାୟ ବିଦ୍ୟାଳୟ ଦ୍ୱାରା ଏକ ଜି-୨୦ ଲୋଗୋ ଡିଜାଇନ କର୍ମଶାଳା ଆୟୋଜନ କରାଯାଇଥିଲା। ଜି-୨୦ରେ ଭାରତର ନେତୃତ୍ୱ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ଲୋଗୋ ଡିଜାଇନ କରିଥିଲେ।

ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଭୁବନେଶ୍ୱରସ୍ଥିତ ଆଇସିଏମଆର ଆରଏମଆରସି ପକ୍ଷରୁ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସିଏସଆଇଆର-ଆଇଏମଏମଟି ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱର ସ୍ଥିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପକ୍ଷରୁ ଆଜି ଏକ ବୈଜ୍ଞାନିକ-ଛାତ୍ରଛାତ୍ରୀ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସିଏସଆଇଆର- ଆଇଏମଏମଟିର ବୈଜ୍ଞାନିକ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଜିଜ୍ଞାସା ଦ୍ୱାରା କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଏମବିବି ସାଇନ୍ସ କଲେଜ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଭର୍ସିଟୀ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଜି୨୦ ଓ ଭବିଷ୍ୟତର ଶିକ୍ଷା ଓ ଗବେଷଣା କାର୍ଯ୍ୟ ଉପରେ ଆଲୋଚନାଚକ୍ର, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ଗବେଷଣାଗାର ପରିଦର୍ଶନ, ବୈଜ୍ଞାନିକ ପ୍ରୟୋଗ ପ୍ରଦର୍ଶନ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ଭବିଷ୍ୟତର କାର୍ଯ୍ୟ ବିଷୟରେ ଆଲୋଚନା, ଆଇଏମଏମଟି ପରିସରରେ ଥିବା ଜିଜ୍ଞାସା ଉଦ୍ୟାନ (ଔଷଧିୟ, ସୁଗନ୍ଧିତ ଏବଂ ପୁଷ୍ପଉଦ୍ୟାନ) ପରିଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ଦୁଇଟି ବର୍ଗରେ ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଅପରାହ୍ଣରେ, ସିଏସଆଇଆର ଆଇଏମଏମଟି ପରିସରରେ ଥିବା ଆମ୍ବ ଉଦ୍ୟାନରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଜି୨୦ ଏବଂ ଭବିଷ୍ୟତର କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜାତୀୟ ଦକ୍ଷତା ବିକାଶ ଆୟୋଗ (ଏନଏସଡିସି)ର ଡିଜିଏମ ଶ୍ରୀମତୀ ଭାବନା ବର୍ମା ମୁଖ୍ୟ ଅତିଥି, ଏନଏସଡିସିର ଅଧିକାରୀ ଦେବୀ ପ୍ରସାଦ ଏବଂ ସ୍ମୃତି ରଞ୍ଜନ  ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ତଥା ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ନୋଡାଲ ଅଧିକାରୀ ଡକ୍ଟର ଅଶୋକ କୁମାର ସାହୁ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବୀ ପ୍ରସାଦ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ଆଜି ଆଇଆଇଏମ ସମ୍ବଲପୁର ସହଯୋଗରେ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଗଣଦୌଡ଼  ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ଭାରତ ଜି-୨୦ ଅଧ୍ୟକ୍ଷତାକୁ ଜନସଚେତନତା ସୃଷ୍ଟି କରିଥିଲେ।

ଅନ୍ୟପଟେ ଏନଆଇଟି ରାଉରକେଲା ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମିନି-ମାରାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଆଇଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିପରି ଏନଆଇଟି ପରିସରରେ ‘ଜାତୀୟ ଉଦ୍ୟମିତା ଶିଖର ସମ୍ମିଳନୀ ୨୦୨୩’ ଆଜି ଉଦଘାଟିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀର ଅଂଶବିଶେଷ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଉରକେଲା ମହାନଗର ଉପ ଆୟୁକ୍ତ ରୋନିତ କୁମାର ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ଉଦ୍ୟୋଗୀମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ଉପରେ ସଚେତନ କରାଯାଇଥିଲା।

ସେହିପରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି ପକ୍ଷରୁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ କ୍ରିକେଟ, ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱରସ୍ଥିତ ସିପେଟ୍‌ ଆଇପିଟି ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିୟୁଟିଏମ୍‌ ଓ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ଆଜି ସେଞ୍ଚୁରିଅନ ୟୁନିଭର୍ସିଟୀ ଅଫ୍‌ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟ (ସିୟୁଟିଏମ) ପକ୍ଷରୁ ଗଜପତି ଜିଲ୍ଲାରେ ଏକ ଗ୍ରାମୀଣ ହାଟ ଆୟୋଜନ କରାଯାଇଥିଲା। ହାଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଘରକରଣା ସାମଗ୍ରୀ ବିକ୍ରି କରାଯାଇଥିଲା। ସିୟୁଟିଏମର ଛାତ୍ରଛାତ୍ରୀ ସ୍ଥାନୀୟ ଅଞ୍ଚଳରେ ଜି-୨୦ ବୈଠକକୁ ନେଇ ସଚେତନତା ସୃଷ୍ଟି କରିଥିଲେ।

ଅନ୍ୟପକ୍ଷରେ ଜି-୨୦ ଜନଭାଗିଦାରୀ ବୈଠକର ଅଂଶବିଶେଷ ଭାବେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଏକ ସ୍ଲୋଗାନ୍‌ ଲେଖା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଜି୨୦ ସମ୍ମିଳନୀର ପ୍ରଚାର ଉଦ୍ଦେଶ୍ୟରେ ସ୍ଲୋଗାନମାନ ଲେଖିଥିଲେ। ସେହିପରି ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କିଟ୍‌, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର/ପୁରୀ: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ଶିଖର ଚଣ୍ଡି ପାହାଡ଼ ଉପରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। କିଟ୍‌ ବିଶ୍ୱବିଦ୍ୟାଳୟର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ପାହାଡ଼ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପୁରୀ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଆଜି ପ୍ରତିଷ୍ଠାନ ପରିସରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏଥିରେ ୧୫୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗ ଦେଇ ବ୍ୟାଡମିଣ୍ଟନ ଓ ଲନ୍‌ ଟେନିସ୍‌ ଖେଳିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି.ଅଗ୍ରୱାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ହେବରା, ପ୍ରଫେସର ଏ.କେ ମହାପାତ୍ର, ଡକ୍ଟର ଡି.କେ ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।