Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଜ ଜନ୍ମମାଟିରେ ପହଞ୍ଚିବେ ରାଷ୍ଟ୍ରପତି, ସ୍ବାଗତ ପାଇଁ ଅପେକ୍ଷା କରିଛନ୍ତି ପାହାଡପୁରବାସୀ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ମୟୁରଭଂଜର ପାହାଡପୁର ଗ୍ରାମକୁ ଆସୁଛନ୍ତି। ସେଥିପାଇଁ ଗ୍ରାମବାସୀ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସେଠାରେ ଥିବା ସ୍କୁଲ, ଗାଁ ସବୁକିଛି ସାଜସଜା କରି ରଖାଯାଇଛି। ବିଭିନ୍ନ ସ୍ଥାନରେ ରାଷ୍ଟ୍ରପତିଙ୍କ ସ୍ବାଗତ ତୋରଣ ଲଗାଯାଇଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ନିଜ ଜନ୍ମମାଟିକୁ ପ୍ରଥମ ଗସ୍ତ।

ରାଷ୍ଟ୍ରପତି ପାହାଡ଼ପୁର ଠାରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ। ଏହାପରେ ସେ ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରକୁ ଗସ୍ତ କରିବେ ଏବଂ ସେଠାରେ ବ୍ରହ୍ମ କୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଆରମ୍ଭ କରିବେ। ସନ୍ଧ୍ୟାରେ ରାଷ୍ଟ୍ରପତି ରାଇରଙ୍ଗପୁର ଠାରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ।

ମେ ୫ ତାରିଖରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ। ମେ ୬ ତାରିଖରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।