Categories
ଆଞ୍ଚଳିକ

ବାଣପୁର: ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ମହାମହୋତ୍ସବ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଓ ବାଣପୁର ସତସଙ୍ଗ ବିହାରର ୫ମ ବାର୍ଷିକ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ସହ-ପ୍ରତି-ଋତ୍ବିକ କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସତସଙ୍ଗରେ ପ୍ରତି ଋତ୍ବିକ ବିନାୟକ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସହ-ପ୍ରତି-ଋତ୍ବିକ ଶ୍ରୀଧର ସୁନ୍ଦର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଯାଜକ କର୍ମୀ ତ୍ରିନାଥ ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏଇ ପରିପ୍ରେକ୍ଷୀରେ ବାଣପୁର ବଜାର ସମେତ ଆଖପାଖ ଅଞ୍ଚଳରେ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା। ଭୁବନେଶ୍ୱର, କଟକ ବ୍ରହ୍ମପୁର, ଖୋର୍ଦ୍ଧା ସମେତ ବିଭିନ୍ନ ଅଞ୍ଚଳର ଭକ୍ତ ଜନ ଯୋଗ ଦେଇଥିଲେ। ବାଣପୁର ସତସଙ୍ଗ ବିହାର ର ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ସହ-ପ୍ରତି-ଋତ୍ବିକ ପୁରୁଷୋତ୍ତମ ପାଲଟାସିଂ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରିଥିଲେ।

ବହୁସଂଖ୍ୟାରେ ଯୋଗଦେଇ ଥିବା ସମବେତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।