Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଜିତ ପାୱାରଙ୍କ ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’ କୁ ଟାର୍ଗେଟ: ମହାରାଷ୍ଟ୍ରରେ କରୋନା ବୃଦ୍ଧି ହେଲେ କିଏ ରହିବ ଦାୟୀ?

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପିର ‘ଜନ ଆଶିର୍ବାଦ୍ ଯାତ୍ରା’କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏହି ସମାବେଶ ଯୋଗୁଁ କରୋନା ମାମଲା ବୃଦ୍ଧି ପାଏ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ କେନ୍ଦ୍ର ସରକାର ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ କହୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କର ଚାରିଜଣ ନୂତନ ମନ୍ତ୍ରୀ (ମହାରାଷ୍ଟ୍ର) ରାଲି/ଯାତ୍ରା ବାହାର କରିବାକୁ କହୁଛନ୍ତି। ଏହି ସମାବେଶରେ ଏତେ ମାତ୍ରାରେ ଲୋକ ଏକାଠି ହେବା କରୋନା ସଂକ୍ରମଣର ବିସ୍ତାର ଉପରେ ପ୍ରଭାବ ପକାଇବ।

ସୂଚନାଯୋଗ୍ୟ ଯେ ଅଜିତ ପାୱାରଙ୍କ ପୂର୍ବରୁ ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ବିଜେପି ଜନ ଆଶିର୍ବାଦ୍ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ ଯେ, ବିଜେପି ‘ଜନ ଆଶିର୍ବାଦ୍ ଯାତ୍ରା’ ତୃତୀୟ ତରଙ୍ଗକୁ ନିମନ୍ତ୍ରଣ କରିବା। ଜାଣିଶୁଣି ବିଜେପି ଏହା କରୁଛି ବୋଲି ଶ୍ରୀ ରାଉତ କହିଥିଲେ।