Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଘରେ ବସି ଜମି କିଣାବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା

ଭୁବନେଶ୍ବର, ଜମି କିଣିବିକା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଅନଲାଇନରେ କରାଯାଉଥିଲେ ମଧ୍ୟ ଜମି କ୍ରେତା ଓ ବିକ୍ରେତାଙ୍କୁ ଅଫିସ ଆସିବାକୁ ପଡୁଛି। ହେଲେ ସବ ରେଜେଷ୍ଟ୍ରି ଅଫିସ ନ ଆସି କିପରି ଏହି କିଣିବିକା ହେବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି।

ଲୋକସେବା ଭବନରେ ଆୟୋଜିତ ଏକ ଭର୍ଚ୍ୟୁୟାଲ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଥିଲ। ସେ କହିଥିଲେ ଯେ, ବର୍ତ୍ତମାନ ଜମି ଦାଖଲ ଖାରଜ ସମୟ ସୀମା ପୂର୍ବରୁ 90 ଦିନ ଥିଲା। ହେଲେ ବର୍ତ୍ତମାନ ଏହା 7 ଦିନକୁ ହ୍ରାସ ପାଇଛି। ଅଂଶୀଦାରଙ୍କ ଅଭିଯୋଗ ନ ଥିଲେ ବର୍ତ୍ତମାନ 7 ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରାଯାଉଛି।

ସେହିପରି ବିଭିନ୍ନ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ 30 ଦିନରୁ 15 ଦିନକୁ ହ୍ରାସ ପାଇଛି। ଏଣିକି ଜାତିଗତ ପ୍ରମାଣ ପତ୍ର ଆବେଦନ କଲେ 15 ଦିନ ମଧ୍ୟ ଏହା ମିଳି ପାରୁଛି। ସେହିପରି ଆୟ ପ୍ରମାଣ ପତ୍ର 15 ଦିନରୁ 10 ଦିନକୁ ହ୍ରାସ ପାଇଛି।

ବର୍ତ୍ତମାନ ତଥ୍ୟ ଅନୁସାରେ ରାଜ୍ୟରେ 40 ହଜାର ଦାଖଲ ଖାରଜ 7 ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ପ୍ରାୟ 4 ଲକ୍ଷ ଜାତିଗତ ସହ ବିଭିନ୍ନ ପ୍ରମାଣ ପତ୍ର 15 ଦିନ ମଧ୍ୟରେ ଯୋଗାଇ ଦିଆଯାଇଛି ବୋଲି ରାଜସ୍ବ ସଚିବ କହିଥିଲେ। ମୋ ସରକାର ଅନୁସାରେ ଲୋକଙ୍କର ଅଭିଯୋଗକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।