Categories
ଆଜିର ଖବର ଜୀବନ ଶୈଳୀ

ସରିଲା ପ୍ରଧାନମନ୍ତ୍ରୀଙ୍କ ସହିତ ଜମ୍ମୁକାଶ୍ମୀର ସର୍ବଦଳୀୟ ବୈଠକ, ପୁଣି ରାଜ୍ୟ ମାନ୍ୟତା ସମ୍ଭାବନା

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସ ଭବନରେ ଚାଲିଥିବା ଜମ୍ମୁକାଶ୍ମୀର ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଜମ୍ମୁକାଶ୍ମୀରର 14 ଜଣ ନେତା ଯୋଗ ଦେଇଥିଲେ। ଏଥିସହିତ ଏଥିରେ ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ନେତାମାନେ ପୁଣିଥରେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ଦାବୀ କରିଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ରାଜ୍ୟର ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନେତାଙ୍କୁ ଦିଲ୍ଲୀ ରୁ ଦିଲ୍ ଦୂରତା ହ୍ରାସ କରିବାର ଆବଶ୍ୟକ ବୋଲି କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା: ଜଣେ ଆତଙ୍କୀ ଆହତ, ଦୁଇ ଜଣ କଲେ ଆତ୍ମସମର୍ପଣ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କି ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସରେଣ୍ଡର କରିଛନ୍ତି। ଦୁଇ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷାବଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେପଟେ ଆହତ ହୋଇଥିବା ଆତଙ୍କବାଦୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏଣିକି ଜାମ୍ମୁକାଶ୍ମୀରରେ କିଣିପାରିବେ ଜାଗା

ଜମ୍ମୁକାଶ୍ମୀର : ଭାରତର ସ୍ବର୍ଗ ଜମ୍ମୁକାଶ୍ମୀରର ସୌନ୍ଦର୍ଯ୍ୟ ସତରେ ରମଣୀୟ । ସେଠାରେ ଘର କରି ରହିବା ଅନେକଙ୍କ ସ୍ବପ୍ନ । ତେବେ ଏହି ସ୍ବପ୍ନ ଏବେ ସତରେ ପରିଣତ ହୋଇପାରିବ । ଏଣିକି ଜାମ୍ମୁକାଶ୍ମୀରରେ ଦେଶର ଯେକୌଣସି ନାଗରିକ ଜମି କିଣି ବସବାସ କରିପାରିବ । ଏନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍‌ ଜାରି ରହିଛି। ଧାରା 370 ଓ 35 ଏ ଉଚ୍ଛେଦ ପୂର୍ବରୁ ଜମ୍ମୁକାଶ୍ମୀରର ବାହାର ଲୋକେ ସେଠାରେ ଜମି କିଣିପାରୁନଥିଲେ । ପୂର୍ବରୁ କେବଳ ଜାମ୍ମୁ କାଶ୍ମୀର‌ର ବାସିନ୍ଦାଙ୍କ ମଧ୍ୟରେ ହିଁ ଜମି କିଣାବିକା ପାଇଁ ଆଇନ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ସେଠାରେ ଜାଗା କିଣିପାରିବେ । ସେହିପରି ଚାଷଜମି ଅନ୍ୟ ଉଦ୍ଦେଶ୍ୟରେ ବିକ୍ରି ପାଇଁ ଥିବା କଟକଣା ମଧ୍ୟ ଉଠିଛି । ଏଣିକି ସେଠାକାର ଚାଷ ଜମିରେ ସ୍ବାସ୍ଥ୍ୟ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନୁମତି ମିଳିଛି । କେନ୍ଦ୍ରଗୃହ ମନ୍ତ୍ରାଳୟର ଏହି ବିଜ୍ଞପ୍ତି ପରେ ସେଠାରେ ଜମିକୁ ନେଇ ଥିବା ଆଇନଗତ ପ୍ରତିବନ୍ଧକ ହଟିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀର ପୁନଃଗଠନ ଅଧିନିୟମ ଅନୁସାରେ ଏହାର ପରିବର୍ତ୍ତନ କରିଛି। ଯାହା ଫଳରେ ସେଠାରେ ଫ୍ୟାକ୍ଟ୍ରି, ଦୋକାନ ବା ଘର କରିହେବ ଏବଂ ଏଥିପାଇଁ ସ୍ଥାନୀୟ ବାସିନ୍ଦାର କୌଣସି ପ୍ରମାଣ ପତ୍ରର ଆବଶ୍ୟକ ହେବ ନାହିଁ। (ଏଜେନ୍ସି)