Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୁନ୍ଦର ଉପତ୍ୟକାର ପୁଲୱାମା ଜିଲ୍ଲାରେ ରହନ୍ତି ଜଣେ ଯୁବତୀ। ଯିଏ ସ୍ୱାଧୀନତା, ନମନୀୟତା ଓ ଅବସ୍ଥାନ୍ତରର ଏକ ପ୍ରତୀକ ବନି ଯାଇଛନ୍ତି। ପୁଲୱାମାରେ ଅରିଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମିତ ଇନଶାହ ସାବିର ଏକ ବ୍ୟବସାୟର ମାଲିକାଣୀ ହେବା ସହ ଗୋଟିଏ  ବୁଟିକ୍ ଚଳାଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଇତ୍ୟାଦିର ହିତାଧିକାରୀ ହୋଇଥିବା ଯୋଗୁଁ ଏହି ସୁବିଧା ହାସଲ କରିବା ସହ ତାଙ୍କ ଭଳି ଅନେକ ଝିଅ ଓ ମହିଳାମାନେ ମଧ୍ୟ ଏହି ସୁଯୋଗର ଅଧିକାରୀ ହୋଇପାରିଛନ୍ତି।

ସେଠାରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାଳରେ ଏକ ସାକ୍ଷାତକାର ବେଳେ ଇନ୍‌ଶାହ କହିଥିଲେ ଯେ ୨୦୧୭ରେ ପ୍ରଥମେ ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଏନଆରଏଲ୍‌ଏମ୍ ସଂଶ୍ପର୍ଷରେ ଆସିବା ପରେ ସଙ୍ଗେ ସଙ୍ଗେ ସେ ନିଜକୁ ପଞ୍ଜୀକୃତ କରିଥିଲେ।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୦୧୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ଦକ୍ଷ ଓ କ୍ରୀୟାଶୀଳ ଆନୁଷ୍ଠାନିକ ମଞ୍ଚ ସୃଷ୍ଟି ଥିଲା ଏହାର ଲକ୍ଷ୍ୟ। ସ୍ଥାୟୀ ଓ ନିରନ୍ତର ଜୀବନ ଜୀବିକା  ଦ୍ୱାରା ଘରୋଇ ଆୟ ଓ ଆର୍ଥିକ ସେବା ବୃଦ୍ଧି ଏହି ମଞ୍ଚ ଜରିଆରେ ହୋଇପାରିବ।

ନିଜର କାହାଣୀ ସମ୍ପର୍କରେ  ସୂଚନା ଦେଇଥିବା ବେଳେ ଇନସାହ କହିଥିଲେ ଯେ ପିଲାଟି ବେଳୁ ଲୁଗାପଟାରେ ଡିଜାଇନ କରିବା ତାଙ୍କର ଏକ ସଉକ ଥିଲା। ହେଲେ ସେ ଯେତେବେଳେ ଡେ-ଏନଆର୍‌ଏଲଏମ୍ ଅଧୀନ ଏକ ସ୍ଥାନୀୟ ସିଲେଇ ବିଦ୍ୟାଳୟରେ ନାମ ଲେଖାଇଲେ, ସେତେବେଳେ ତାଙ୍କ ଜୀବନରେ ଏକ ନୂତନ ମୋଡ ଆସିଲା। ତାଙ୍କ ଧୀଶକ୍ତି ଓ କୌତୂହଳ ଯୋଗୁଁ ଏକ ବ୍ୟାବସାୟିକ ସୁଯୋଗ ଜୀବନ ଜୀବିକା ପାଇଁ ସୃଷ୍ଟି ହେଲା।

ପ୍ରତିଷ୍ଠାନରୁ ଡିଜାଇନ ପାଠ୍ୟକ୍ରମ ଶେଷ କରି ଇନ୍‌ସାହା ତାଙ୍କର ବୁଟିକ୍ ଆରମ୍ଭ କରିବାକୁ ସ୍ଥିର କଲେ। ସେ ଗୋଟିଏ ପିଏମ୍‌ଇଜିପି ଉମିଦ ଋଣ ପାଇଲେ ଓ ଏହି କାର୍ଯ୍ୟରେ ଡେ-ଏନଆରଏଲଏମ୍ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା। ଶେଷେରେ ସେ ତାଙ୍କ ବୁଟିକ୍ ସ୍ଥାପନ କଲେ।

ବେଳେ ବେଳେ ସୀମିତ ସମ୍ବଳ ଓ ଅଳ୍ପ ସୁଯୋଗ ଦୃଷ୍ଟିରୁ ସ୍ୱପ୍ନଗୁଡିକ ରାତ୍ରୀ ଆକାଶର ଦୁରେଇ ଥିବା ତାରା ଭଳି ଲାଗେ। ମାତ୍ର ଇନଶାହଙ୍କ ନିମନ୍ତେର ଡେ-ଏନଆରଏଲଏମ୍  ତାଙ୍କ ସ୍ୱପ୍ନ ସାର୍ଥକ କରିପାରିଲା। ଯୋଜନା ଅଧୀନରେ ରିହାତିଯୁକ୍ତ ଋଣ  ପାଇ ନଥିଲେ। ଏହି ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ  ହୋଇ ନ ଥାନ୍ତା ବୋଲି ଇନଶାହ ପ୍ରକାଶ କରିଥିଲେ।

ନୂତନ ଓ ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀ ସାହାଯ୍ୟ  କରୁଥିବା ସରକାରଙ୍କ ବ୍ୟାବସାୟିକ ଯୋଜନା ଗୁଡିକରେ ଇନ୍‌ଶାହ ପ୍ରଶଂସା କରିଥିଲେ। ଆଜି କେବଳ ଧନୀଲୋକମାନେ ଯେ ବ୍ୟାବସାୟିକ ସଫଳତା ହାସଲ କରୁଛନ୍ତି, ତାହା ନୁହେଁ ଗ୍ରାମାଞ୍ଚଳ ଗରିବ ପୃଷ୍ଠଭୂମିରୁ ଆସିଥିବା ଲୋକମାନେ ମଧ୍ୟ ସଫଳ ବ୍ୟବସାୟୀ  ହୋଇପାରୁଛନ୍ତି। ସରକାର ଏପରି ଯୋଜନା ଦ୍ୱାରା ତାକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରି ପାରିଥିବାରୁ ସେ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। ଆଜି ଇନଶାହ କେବଳ ନିଜର ପଇସା କମାଉ ନାହାଁନ୍ତି, ତାଙ୍କ ବୁଟିକରେ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଛୋଟ ହେଲେ ମଧ୍ୟ ବୁଟିକଟି ବିକାଶ ଓ ଆତ୍ମନିର୍ଭରତାର ଏକ ପ୍ରତି ଶବ୍ଦ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଶୁଭ ରୀତିନୀତି ସହ ‘ମୋଦି କି ଗ୍ୟାରେଣ୍ଟି କି ଗାଡି’ କୁ ସ୍ବାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକାଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି।

ଜମ୍ମୁ ଓ କଶ୍ମୀରର ଶେଖ୍ ପୁରାର ଜଣେ ଦୁଗ୍ଧ ବିକ୍ରେତା ତଥା ଭିବିଏସୱାଇ ହିତାଧିକାରୀ ଶ୍ରୀମତୀ ନାଜିଆ ନାଜିରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ପଚାରିଥିଲେ। ସେ ଉତ୍ତର ଦେଇଥିଲେ ଯେ ତାଙ୍କ ସ୍ୱାମୀ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କର ଦୁଇ ପିଲା କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟରୁ ଶିକ୍ଷା ଲାଭ କରନ୍ତି।

ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ତାଙ୍କ ଗାଁରେ ଦେଖାଯାଉଥିବା ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀମତୀ ନାଜିଆ ନାଜିର ଉତ୍ତର ଦେଇଥିଲେ ଯେ ଜଳ ଜୀବନ ମିଶନ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି ଏବଂ ସେମାନଙ୍କ ଘରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଯୋଗାଣ ପହଞ୍ଚିଛି ଯେଉଁଠାରେ ଏକଦା ଜଳ ସମସ୍ୟା ରହିଥିଲା । ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ, ସରକାରୀ ବିଦ୍ୟାଳୟରେ ଶିକ୍ଷା ଏବଂ ପିଏମଜିକେଏୱାଇକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ ତାଙ୍କ ଗାଁରେ ଭିବିଏସୱାଇ ରଥର ଅଭିଜ୍ଞତା ଏବଂ ପ୍ରଭାବ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି ଯେ କାଶ୍ମୀର ସଂସ୍କୃତି ଅନୁଯାୟୀ ଶୁଭ ଅବସରରେ କରାଯାଇଥିବା ରୀତିନୀତି ଦ୍ୱାରା ଲୋକମାନେ ଏହାକୁ ସ୍ୱାଗତ କରିଥିଲେ।

ନାଜିଆ ନାଜିରଙ୍କ ସହ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ସେ କାଶ୍ମୀରର ମହିଳା ଶକ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି, ଯେଉଁମାନେ ସରକାରଙ୍କ ସୁବିଧା ପାଇ ନିଜ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ଦେଶର ବିକାଶ ଉଦ୍ଦେଶ୍ୟରେ ଆଗକୁ ବଢୁଛନ୍ତି । ଜମ୍ମୁ-କଶ୍ମୀରରେ ଭିବିଏସ୍ୱାଇ ପାଇଁ ଯେଉଁ ଉତ୍ସାହ ରହିଛି ତାହା ସାରା ଦେଶକୁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି, “ଆପଣଙ୍କ ଉତ୍ସାହ ମୋ ପାଇଁ ଶକ୍ତିର ଉତ୍ସ”। ଏହା ନୂଆ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ସମଗ୍ର ଦେଶର ଲୋକମାନେ ବିକାଶର ଚକ୍ରାନ୍ତରେ ସାମିଲ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଜମ୍ମୁ-କଶ୍ମୀରବାସୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ହେଲା ଉଦଘାଟନ: ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଚାଷୀମାନଙ୍କ ପାଇଁ ୭ଟି କଷ୍ଟମ ହାୟାରିଂ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକଙ୍କ ପାଇଁ ୯ଟି ପଲି ଗ୍ରୀନ ହାଉସ ସାମିଲ ରହିଛି।

ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ଟ୍ୱିଟ ଶୃଙ୍ଖଳା ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଉଦଘାଟିତ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ବିବିଧତା ଜମ୍ମୁ ଓ କଶ୍ମୀରବାସୀ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାବାସୀଙ୍କ ଜୀବନର ଗୁଣବତ୍ତା ସମୃଦ୍ଧ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।”

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ୨୦ଟି ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ସିଟ୍ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି। ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ।

Categories
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଜମ୍ମୁକଶ୍ମୀର ଗସ୍ତ: ୨୦ ହଜାର କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଂଶ ଗ୍ରହଣ କରିବା ନିମନ୍ତେ ଆଜି ଜମ୍ମୁ ଓ କଶ୍ମୀର ଗସ୍ତ କରି ସେଠାରେ ଦେଶବ୍ୟାପୀ ଗ୍ରାମସଭାଗୁଡିକୁ ସମ୍ବୋଧିତ କରିବେ। ସେ ଶମ୍ବା ଜିଲ୍ଲାର ପାଲୀ ପଞ୍ଚାୟତ ପରିଦର୍ଶନ କରିବେ। ପରିଦର୍ଶନ କାଳରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସେ ଅମୃତ ସରୋବର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ। ପରେ ପରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ସମାରୋହରେ ଯୋଗଦେବେ ଓ ସେଠାରେ ସେ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନ ଗ୍ରହଣ କରିବେ।

ଜମ୍ମୁ ଓ କଶ୍ମୀରରେ ପ୍ରଧାନମନ୍ତ୍ରୀ

ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନ ହେବା ପରଠାରୁ ସରକାର ସେ ଅଞ୍ଚଳରେ ଜନସାଧାରଣଙ୍କ ଜୀବନମାନରେ ଉନ୍ନତି ଓ ଉତ୍ତମ ପ୍ରଶାସନ ପାଇଁ ଅନେକ ସଂସ୍କାର ଆଣିଛନ୍ତି। ଯେଉଁ ପ୍ରକଳ୍ପଗୁଡିକ ଉଦଘାଟିତ ହେଉଛି ବା ଯାହାର ଶିଳାନ୍ୟାସ କରାଯାଉଛି ସେଗୁଡିକ ଭବିଷ୍ୟତରେ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ବିଶେଷ ସହାୟକ ହେବ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଯନ କରିବେ। ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ। ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ।

ପ୍ରଧାନମନ୍ତ୍ରୀ ୭୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନି ରୋଡ ପ୍ୟାକେଜ ବିଶିଷ୍ଟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେର ଶିଳାନ୍ୟାସ ମଧ୍ୟ କରିବେ। ସେଗୁଡିକ ୪/୬ ଲେନ ଯୁକ୍ତ ଦିଲ୍ଲୀ-କଟ୍ରା-ଅମୃତସର ଏକ୍ସପ୍ରେସ ୱେ ଯାହା ଜାତୀୟ ରାଜପଥ ୪୪ ବାଲସୁଆରୁ ଗୁରହା ବେଲଜାଇନ, ହମରାନଗରରୁ ଜାଖ ବିଜୟପୁର ଏବଂ ଜାଖ, ବିଜୟପୁରରୁ କୁଞ୍ଜୱାନୀ, ଜମ୍ମୁ ଓ ଜମ୍ମୁ ବିମାନଘାଟୀ ସହ ଉତ୍ତମ ସଂଯୋଗ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।

ଜମ୍ମୁ ଓ କଶ୍ମୀରରେ ଜନଔଷଧି କେନ୍ଦ୍ରର ବିସ୍ତାର ତଥା ଉତ୍ତମ ମାନର ଜେନେରିକ ଔଷଧ କମ ବ୍ୟୟ ସାପେକ୍ଷ ଦରରେ ଉପଲବ୍ଧ କରାଇବା ପାଇଁ ଶହେଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ଓ ତାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କେନ୍ଦ୍ରଶାସିତ ଅଞ୍ଚଳର ଦୂରଦୂରାନ୍ତରେ ଏହି କେନ୍ଦ୍ରଗୁଡିକ ରହିଛି। ସେ ମଧ୍ୟ ୫୦୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ ପାଲୀରେ ଉଦଘାଟନ କରିବେ। ଏହା ଦ୍ୱାରା ଏହା ଦେଶର ଅଙ୍ଗାରକାମ୍ଳ ରହିତ ଦେଶର ପ୍ରଥମ ପଞ୍ଚାୟତ ହେବ।

ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବେ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିଭିନ୍ନ ଶ୍ରେଣୀରେ ସଫଳତା ନିମନ୍ତେ ପୁରସ୍କାର ଜିତିଥିବା ପଞ୍ଚାୟତ ଗୁଡିକୁ ସେ ପୁରସ୍କାର ବାବଦ ଅର୍ଥ ମଧ୍ୟ ହସ୍ତାନ୍ତର କରିବେ। ପ୍ରଧାନମନ୍ତ୍ରୀ ସେ ଅଞ୍ଚଳର ଗ୍ରାମ୍ୟ ଐତିହ୍ୟ ପ୍ରଦର୍ଶନ କରୁଥିବା ଇନଟାକ ଫଟୋ ଗ୍ୟାଲେରୀ ମଧ୍ୟ ପରିଦର୍ଶନ କରିବେ। ଭାରତରେ ଆଦର୍ଶ ସ୍ମାର୍ଟଗ୍ରାମ ସୃଷ୍ଟି ପାଇଁ ସେ ଗ୍ରାମୀଣ ଉଦ୍ୟୋଗ ଭିତ୍ତିକ ନୋକିଆ ସ୍ମାର୍ଟପୁର ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିବେ।

ଅମୃତ ସରୋବର

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ। ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

ମୁମ୍ବାଇରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୫ଟା ବେଳେ ମୁମ୍ବାଇଠାରେ ମାଷ୍ଟର ଦୀନନାଥ ମଙ୍ଗେସକର ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେବ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେସକର ସମ୍ମାନରେ ସମ୍ମାନିତ କରାଯିବ। ଭାରତ ରତ୍ନ ଲତା ମଙ୍ଗେସକରଙ୍କ ସ୍ମୃତିରେ ପ୍ରତିଷ୍ଠା କରାଯାଇଥିବା ଏହି ସମ୍ମାନ ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କୁ ଦେଶ ଗଠନରେ ଦୃଷ୍ଟାନ୍ତ ମୂଳକ ଅବଦାନ ନିମନ୍ତେ ପ୍ରଦାନ କରାଯିବ।