Categories
ଆଜିର ଖବର

ଇଟାଲୀ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ବକ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ, ମୁଁ ୧୪ ଜୁନ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ଆଉଟରିଚ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀର ଆପୁଲିଆ ଅଞ୍ଚଳ ଗସ୍ତ କରୁଛି।

ମୁଁ ଖୁସି ଯେ ମୋର କ୍ରମାଗତ ତୃତୀୟ ପାଳିରେ ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଇଟାଲୀ ଗସ୍ତ କରିବା ରହିଛି । ୨୦୨୧ରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଟାଲୀ ଗସ୍ତକୁ ମୁଁ ଗଭୀର ଭାବରେ ମନେ ପକାଉଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇ ଥର ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲା । ଭାରତ – ଇଟାଲୀ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭୂମଧ୍ୟସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ଆଉଟରିଚ୍ ଅଧିବେଶନରେ, କୃତ୍ରିମ ବୁଦ୍ଧିମତା (ଏଆଇ), ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗରୀୟ କ୍ଷେତ୍ର ଭଳି ପ୍ରସଙ୍ଗ ଉପରେ ଆଲୋଚନାକୁ କେନ୍ଦ୍ରିତ କରାଯିବ । ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଫଳାଫଳ ଏବଂ ଆଗାମୀ ଜି-୭ ଶିଖର ସମ୍ମିଳନୀର ଫଳାଫଳ ମଧ୍ୟରେ ଅଧିକ ସମନ୍ୱୟ ଆଣିବା ଏବଂ ଦକ୍ଷିଣ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବାର ଏହା ଏକ ସୁଯୋଗ ହେବ ।

ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାକୁ ମୁଁ ଉତ୍ସାହିତ ଅଛି ।

Categories
ଆଜିର ଖବର ଜାତୀୟ ଖବର

ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଜି-20 ସମ୍ମିଳନୀ ଅବସରରେ ମହାମହିମ ଜର୍ଜିଆ ମେଲୋନି ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ମାର୍ଚ୍ଚ 2023 ରେ ତାଙ୍କ ରାଜ୍ୟ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମେଲୋନିଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ, ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କ ଏକ ରଣନୀତିକ ଭାଗିଦାରୀ ସ୍ତରକୁ ଯାଇଥିଲା।

ଭାରତର ଜି20 ଅଧ୍ୟକ୍ଷତା ପାଇଁ ଇଟାଲୀର ସମର୍ଥନ ଏବଂ ଇଟାଲୀର ଗ୍ଲୋବାଲ୍ ଜୈବ ଇନ୍ଧନ ଏବଂ ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ  କରିଡରରେ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର 75 ବର୍ଷ ପୂରଣ ହେବା ପରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ମଧ୍ୟ ଭାରତ-ଇଟାଲୀ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ଆକଳନ କରିଥିଲେ ଏବଂ ପ୍ରତିରକ୍ଷା ଏବଂ ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପରି କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାକୁ ସହମତ ହୋଇଥିଲେ।

ବୃହତ ବିଶ୍ବର ମଙ୍ଗଳ ପାଇଁ ଜି7 ଏବଂ ଜି20 ର ସମନ୍ୱୟରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଜି20 ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତ।