Categories
ଆଜିର ଖବର ରାଜ୍ୟ ଖବର

ଜଳୁଛି ଓଡ଼ିଶା: ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି। ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସେଠାରେ ୪୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜିର ତାପମାତ୍ରା:

୧- ସୋନପୁର- ୪୫.୭ ଡିଗ୍ରୀ

୨- ବୌଦ୍ଧ- ୪୫.୬ ଡିଗ୍ରୀ

୩- ସମ୍ବଲପୁର- ୪୫.୪ ଡିଗ୍ରୀ

୪- ହୀରାକୁଦ- ୪୫.୧ ଡିଗ୍ରି

୫- ବଲାଙ୍ଗୀର- ୪୫ ଡିଗ୍ରୀ

୬- ଝାରସୁଗୁଡ଼ା- ୪୪.୮ ଡିଗ୍ରୀ

୭- ଅନୁଗୁଳରେ ୪୪.୭ ଡିଗ୍ରୀ

୮- ସୁନ୍ଦରଗଡ଼- ୪୪.୫ ଡିଗ୍ରୀ

୯- ନୟାଗଡ଼- ୪୪.୫

୧୦- ବରଗଡ଼ରେ ୪୪.୪

୧୧- ଭୁବନେଶ୍ବର- ୪୪.୩

୧୨- ତାଳଚେର- ୪୪ ଡିଗ୍ରୀ

୧୩- ଢେଙ୍କାନାଳ- ୪୩.୬ ଡିଗ୍ରୀ

୧୪- ଟିଟିଲାଗଡ଼- ୪୩.୫

୧୫- ଖୋର୍ଦ୍ଧା- ୪୩.୫ ଡିଗ୍ରୀ

୧୬- ରାଉରକେଲା- ୪୩.୪ ଡିଗ୍ରୀ

୧୭- ନୂଆପଡ଼ା- ୪୩.୪

୧୮- ଦେବଗଡ଼- ୪୨.୫ ଡିଗ୍ରୀ

୧୯- ବାରିପଦା-୪୨.୫ ଡିଗ୍ରୀ

୨୦- ଜଗତସିଂହପୁର- ୪୨.୪ ଡିଗ୍ରୀ

୨୧- କଟକ- ୪୨.୧ ଡିଗ୍ରୀ

୨୨- ଫୁଲବାଣୀ- ୪୨ ଡିଗ୍ରୀ

୨୩- ଭବାନୀପାଟଣା- ୪୧.୮ଡିଗ୍ରୀ

୨୪- କେନ୍ଦୁଝର- ୪୧.୪ ଡିଗ୍ରୀ

୨୫- ଭଦ୍ରକ- ୪୦.୫

୨୬- ବ୍ରହ୍ମପୁର- ୪୦.୫ ଡିଗ୍ରୀ

୨୭- କେନ୍ଦ୍ରାପଡ଼ା- ୪୦.୨ ଡିଗ୍ରୀ

୨୮- ଯାଜପୁର- ୪୦ ଡିଗ୍ରୀ

୨୯- ଛତ୍ରପୁର- ୪୦ ଡିଗ୍ରୀ ରେକର୍ଡ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅସହ୍ୟ ତାତିରେ ଜଳୁଛି ଓଡିଶା: ୨୫ ଟି ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ଵର: ଓଡିଶାରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ୨୫ ଟି ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୧୦ ଟି ସହରରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଜି ବାରିପଦା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ବାରିପଦାରେ ଆଜି ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡା ଦ୍ଵିତୀୟ ସ୍ଥାନରେ ରହିଛି। ଝାରସୁଗୁଡାରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେରରେ ୪୨.୬ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଟିଟିଲାଗଡରେ ୪୨.୫, ସମ୍ବଲପୁରରେ ୪୨.୨ ଡିଗ୍ରୀ, ବଲାଙ୍ଗୀରିରେ ୪୨.୫, ଅନୁଗୁଳରେ ୪୨.୧, ସୋନପୁରରେ ୪୨.୨, ସୁନ୍ଦରଗଡରେ ୪୨।ଓ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Image

ତେବେ ରାଜଧାନୀ ଭୁବନେଶ୍ଵରରେ ଆଜି ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ଜଣାପଡିଛି।