Categories
ଆଜିର ଖବର ରାଜ୍ୟ ଖବର

ଜଳେଶ୍ବରର ବିଧାୟକ ପ୍ରାର୍ଥୀଙ୍କ ପରଲୋକ, ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା, ପୂର୍ବତନ ବାଲେଶ୍ୱର ଜିଲ୍ଲା ଉପସଭାପତି ତଥା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଅରୁଣ ବେଜଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

ସ୍ୱର୍ଗତଃ ବେଜଙ୍କ ଅକାଳ ବିୟୋଗ ରାଜ୍ୟ ରାଜନୀତି ତଥା ପାର୍ଟି ପାଇଁ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ସ୍ୱର୍ଗତଃ ବେଜଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି।

Categories
ଅପରାଧ ଆଜିର ଖବର

କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ

କଟକ: ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିଛି। ଆଜବାହରଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି। ସେ ବିଭିନ୍ନ ସମୟରେ ସ୍ଥାନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା।

ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ରାଜପୁରରେ ବୋଲି ସୂଚନା ମିଳିଛି।  ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା। ସେ ବାଲେଶ୍ୱର, ଜଳେଶ୍ବର ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଜଳେଶ୍ୱର ହେବ ଶଟ୍‌ଡାଉନ୍‌, ଜାଣନ୍ତୁ କେତେ ଦିନ ପାଇଁ ଶଟ୍‌ଡାଉନ୍ କରାଯାଇଛି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା 5ଟା ଠାରୁ 17 ତାରିଖ ସକାଳ 5ଟା ଯାଏ ଶଟ୍‌ଡାଉନ୍‌ ରହିବ। ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି  ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ।  ଯଦି କେହି ଶଟ୍‌ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଥାନାରେ ଅଟକ ଥିଲେ ଆକ୍ରାନ୍ତ ନମ୍ବର 143

ଜଳେଶ୍ବର: ଜଳେଶ୍ବର ପୋଲିସ୍‌ ଷ୍ଟେସନରେ 143 ନମ୍ବର ଆକ୍ରାନ୍ତ ଅଟକ ଥିଲେ ବୋଲି ସୂଚନା ମିଳିଛି। କୋଲକାତାରୁ ଲକ୍ଷ୍ମଣନାଥ ଟ୍ରକ୍‌ରେ ପଳାଇ ଆସିଥିଲେ ଆକ୍ରାନ୍ତ ଜଣକ। ଅନ୍ୟ 17 ଜଣଙ୍କ ସହ ଚାଲି ଚାଲି ଏପ୍ରିଲ୍‌ 23ରେ ଜଳେଶ୍ବରରେ ପହଞ୍ଚିଥିଲେ। ତାଙ୍କୁ ସେହି ଏପ୍ରିଲ୍‌ 23 ରାତିରେ ଜଳେଶ୍ବର ପୋଲିସ୍‌ ଅଟକ ରଖିଥିଲା । ଏପ୍ରିଲ୍‌ 24ରେ ତାଙ୍କୁ ଭୋଗରାଇ ସରକାରୀ କ୍ବାରେଣ୍ଟିନ୍‌କୁ ପଠାଯାଇଥିଲା। ଲକ୍ଷଣ ନଥିଲେ ବି କୋଲକାତା ଫେରନ୍ତା ହୋଇଥିବାର ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା। ଏପ୍ରିଲ୍‌ 30ରେ ରିପୋର୍ଟ ପଜିଟିଭ୍‌‌ ଆସିବା ପରେ ତାଙ୍କୁ  ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।