Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ: ଦୁଇ ଦିନ ପରେ ଉଦ୍ଧାର ହେଲା ମୃତ ଦେହ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତର ଖମାରପଦର ଗ୍ରାମର ଭୁତଗୁଡା ଠାରେ ଥିବା ଜଳ ପ୍ରପାତରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି।  ଯୁବକ ଜଣକ ଭୁତଗୁଡା ପଡାର ସାନ୍ ଟିବୁ ମାଝୀ ଙ୍କ ପୁଅ ସୋଭା ମାଝୀ ବୋଲି ଜଣାପଡିଛି। ଗତ ତା, ୨୨ ତାରିଖ ଦିନ ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ଘର ଠାରୁ ବାହାରି ଜଗଂଲ କୁ ଯାଇ ଫେରି ନଥିଲେ। ସଂଧ୍ୟାରେ ଖୋଜାଖୋଜି କଲାପରେ ମଧ୍ୟ କୌଣସି ପତ୍ତା ମିଳିନଥିବା ବେଳେ ସାନ୍ ଟିବୁ ମାଝୀ ମହୁଲପାଟଣା ପୋଲିସ୍ ପାଂଣ୍ଡି ରେ ପୁଅର ମୃତ୍ୟୁ ବିଷୟରେ ଲିଖିତ ଏତାଲା ଦେଇଥିଲେ।

ପରେ ଗ୍ରାମର କିଛି ଲୋକ ସୋଭା ମାଝୀର ମୃତ ଦେହ ସିନ୍ଦେର ଝରଣା ଜଳ ପ୍ରପାତରେ ଭାସୁଥିବାର ଦେଖିଥିଲେ ଓ ମହୁଲପାଟଣା ପୋଲିସ୍ ପାଂଣ୍ଡି ଅଧିକାରୀଙ୍କୁ ଜଣାଇବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ସଂଧ୍ୟା ସମୟ ବୋଲି ଶବକୁ ଉଦ୍ଧାର କରିନଥିଲେ ପୋଲିସ୍। ତା’ପର ଦିନ ଥୂଆମୁଳ ରାମପୁର ପୋଲିସ୍ ଥାନା ଅଧିକାରୀ ଅଗ୍ନିଶମ ବାହିନୀ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଶବ ତିନି ଶହ ଫୁଟରୁ ଅଧିକ ତଳେ ଥିବାରୁ ମୃତ ଦେହ ପାଖକୁ ପୋଲିସ୍ ପହଞ୍ଚି ପାରିନଥିଲେ। ପରେ ସ୍ଥାନୀୟ ଗ୍ରାମ ବାସୀ ଶବ ଉଦ୍ଧାର କରି ପୋଲିସ୍ କୁ ହସ୍ତାନ୍ତର କରିଥିଲେ।  ପରେ ଥୂଆମୁଳ ରାମପୁର ଥାନା ଭାର ପ୍ରାପ୍ତ ଅଧିକାରୀ ମନୋରଞ୍ଜନ କୁମ୍ଭାର ୟୁଡି କେସ୍ ନଂ ୧୧ ୨୫/୧୦/୨୦୨୦ ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଶବ ବ୍ୟବେଚ୍ଛେଦ କରି ତଦନ୍ତ ଜାରି ରଖିଛନ୍ତି।