Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନବ ଦାସ ହତ୍ୟାର ତଦନ୍ତ ତଦାରଖ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଜେ ପି ଦାସ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ ପି ଦାସ ତଦନ୍ତ ତଦାରଖ କରିବେ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରାଇଛନ୍ତି।

ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ  ନବ ଦାସ ହତ୍ୟା ମାମଲାରେ ତଦନ୍ତ ତଦାରଖ ପାଇଁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଏଥିରେ ତଦନ୍ତ ଦାୟିତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି କିମ୍ବା ଜଣେ ଜିଲ୍ଲା ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଅନୁରୋଧ କରାଯାଇ ଥିଲା।

ସରକାର କହିଥିଲେ,ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି । ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଆଣିବା ନିହାତି  ଆବଶ୍ୟକ। ସେଥିପାଇଁ ଏହାର ତଦାରଖ କରିବା ପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଅନୁରୋଧ କରାଯାଇଥିଲା।