Categories
ଆଜିର ଖବର ଆଞ୍ଚଳିକ

ବୃଦ୍ଧାଙ୍କ ଜାଗାକୁ କିସିଣ୍ଡା ଥାନା ଜବରଦଖଲ କରିଥିବା ଅଭିଯୋଗ: ସମାଧାନ ନ ହେଲେ ଧାରଣା ଧମକ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଜଣେ ହରିଜନ ମହିଳାଙ୍କ ଏକ ଜାଗାକୁ ଅକ୍ତିଆର୍ କରି ତାରବାଡ ଦେବା ଅଭିଯୋଗରେ ହୋଇଛି। ମହିଳାଜଣଙ୍କ ଜିଲ୍ଲାପାଳଙ୍କ ଠାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଅନୁଯାୟୀ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀ ବିଶାଖା ପାଇକ କହିବା ମୁତାବକ ୨୦୧୫ ମସିହାରେ ନାକଟିଦେଉଳ ତହସିଲ୍‌ଦାର, କିସିଣ୍ଡା ରାଜସ୍ୱ ନିରୀକ୍ଷକ, କିସିଣ୍ଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ସେହି ଜାଗା ବଦଳରେ ଅନ୍ୟ ଏକ ଜାଗା ମୋ ନାମରେ ପଟ୍ଟା କରିଦେବାକୁ ପ୍ରତିଶୃତି ଦେଇଥିଲେ ବୋଲି ମହିଳା ଜଣଙ୍କ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।

ଏପରିକି ମହିଳା ଜଣଙ୍କ ଦଖଲରେ ଥିବା ଖାତା ନଂ ୧୮୬ ର ପ୍ଲଟ୍ ନଂ ୩୦୦୫ ଓ ୩୨୪୦ ରୁ ମୋଟ ୫୩ ଡିସିମିଲ୍ ଜାଗାକୁ ଅଭିଯୋଗକାରିଣୀ ମହିଳାଙ୍କ ନାମରେ ପଟ୍ଟା କରିବାକୁ ୨୧/୧/୨୦୧୫ ରେ ମହିଳାଙ୍କ ନାମରେ ନୋଟିସ୍ ଆସିଥିଲା ଏବଂ ଜୋରିମାନା ମଧ୍ୟ ଦେଇଥିଲେ ମହିଳା ଜଣଙ୍କ। ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇମଧ୍ୟ ଏ ପର୍ଯ୍ୟନ୍ତ ମହିଳାଙ୍କ ନାମରେ କୌଣସି ଜାଗା ଫେରସ୍ତ ହେଲା ନାହିଁ କି ଜାଗା ମଧ୍ୟ ଦେଲେ ନାହିଁ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ସେ ସମୟରେ ସମ୍ବଲପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଥାନାଧିକାରୀ, ରେଢାଖୋଲ ଉପଜିଲ୍ଲାପାଳ ଆଦିଙ୍କୁ ମଧ୍ୟ ଲିଖିତାକାରାରେ ଜଣାଇଥିଲେ। ହେଲେ ତାଙ୍କ କଥାକୁ କେହି ବି ଶୁଣିଲେ ନାହିଁ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀଙ୍କ ପ୍ରତିଶୃତି ମୁତାବକ ୫୩ ଡିସିମିଲ୍ ଜାଗା ମହିଳା ଜଣଙ୍କ ନାମରେ ପଟ୍ଟା କରା ନ ଗଲେ ସେ ଆସନ୍ତା ୫/୪/୨୦୨୧ ରେ କିସିଣ୍ଡା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଧମକ ଦେଇଛନ୍ତି। ଦୀର୍ଘ ୫୦ ବର୍ଷରୁ ଅଧିକ ହେଲା ସେଇ ପଟ୍ଟାରେ କିସିଣ୍ଡା ଥାନା ଜବର ଦଖଲ କରିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି।