ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳାକୁ ଭୁବନେଶ୍ବର ଠାରେ 17-19 ଫେବୃୟାରୀ 2023 ମଧ୍ୟରେ ଆୟୋଜନ କରୁଛନ୍ତି। ଏହି ତିନି ଦିନିଆ କର୍ମଶାଳାର ଉଦଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ଯୋଗଦେବେ। ପଞ୍ଚାୟତ ରାଜ ଓ ପାନୀୟ ଜଳ, ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଡ଼ିଶା ସରକାର ଏବଂ ବାସନ୍ତୀ ହେମ୍ବ୍ରମ୍, ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟୀତ୍ବ), ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ଏହି ଜାତୀୟ କର୍ମଶାଳାକୁ ସୁନୀଲ କୁମାର, ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଡା. ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଆଲୋକ ପ୍ରେମ ନାଗର, ଯୁଗ୍ମ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସୁଶୀଲ କୁମାର ଲୋହାନୀ, ପ୍ରମୁଖ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଶୁଭ ଶର୍ମା, କମିଶନର-ତଥା-ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା, ଅଶ୍ବଥୀ ଏସ୍, କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ଗୁହା ପୁନମ୍ ତାପସ କୁମାର, ସିଇଓ, ଓରମାସ, ସୁରେନ୍ଦ୍ର କୁମାର ମୀନା, ନିର୍ଦ୍ଦେଶକ, ଏସଆରଆରଡି ଏବଂ ପିଆର, ଓଡିଶା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯିବ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ / ଆନ୍ତର୍ଜାତୀୟ ଏଜେନ୍ସିର ପ୍ରତିନିଧୀ ତଥା ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରାୟ 1400 ନିର୍ବାଚିତ ପ୍ରତିନିଧୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି।
‘ପଞ୍ଚାୟତରେ ଏସଡିଜି ଲୋକାଲାଇଜେସନ୍ ଉପରେ ଓଡ଼ିଶା ରାଜ୍ୟ ରୋଡମ୍ୟାପ୍’ – ଜାତୀୟ କର୍ମଶାଳାର ଉଦଘାଟନୀ ଅଧିବେଶନରେ ଓଡିଶା ରାଜ୍ୟ ଦ୍ୱାରା ଏଲଏସଡିଜି ଉପରେ ରାଜ୍ୟ ରୋଡମ୍ୟାପ୍ ପ୍ରକାଶ ପାଇବ। “ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତିକରଣ: ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ସୁଯୋଗ ସୃଷ୍ଟି” ଉପରେ ଏକ କଫି ଟେବୁଲ୍ ପୁସ୍ତକ ବ୍ୟତୀତ ଥିମ୍ 3 ଏବଂ ଥିମ୍ 9 (ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ) ଉପରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରକାଶ ପାଇବ। ପିଆରଆଇ ର ନିର୍ବାଚିତ ପ୍ରତିନିଧୀଙ୍କ ପାଇଁ ସ୍ଥାୟୀ ଆଇଡି କାର୍ଡ ମଧ୍ୟ ଡିଜିଟାଲ୍ ଭାବରେ ପ୍ରକାଶ ପାଇବ।
ଦେଶ ତଥା ଓଡିଶା ରାଜ୍ୟରୁ ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କର୍ମକର୍ତ୍ତାମାନେ ଜାତୀୟ କର୍ମଶାଳାରେ ଯୋଗଦେବେ। ବିଷୟବସ୍ତୁ କ୍ଷେତ୍ରରେ ପଦକ୍ଷେପ ନେଇଥିବା ପଞ୍ଚାୟତକୁ କର୍ମଶାଳାରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି। ଜାତୀୟ କର୍ମଶାଳାରେ ପ୍ରାୟ 1400 ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି।
ଅଂଶଗ୍ରହଣକାରୀମାନେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ପ୍ରମୁଖ ହିତାଧିକାରୀ, ଡୋମେନ୍ ବିଶେଷଜ୍ଞ ଏବଂ ଏଜେନ୍ସିମାନଙ୍କୁ ନେଇ ମହିଳା ଏବଂ ଶିଶୁଙ୍କ ସଶକ୍ତିକରଣ ତଥା ସୁରକ୍ଷା ପାଇଁ ଆଦର୍ଶ କାର୍ଯ୍ୟ କରୁଥିବା ଏବଂ ସେମାନଙ୍କର ଉତ୍ତମ ବିକାଶ ନିଶ୍ଚିତ କରିବେ। ଏହି ଆଲୋଚନାଚକ୍ରରେ ସମସ୍ତ ରାଜ୍ୟ/ୟୁଟି ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଅନ୍ୟାନ୍ୟ ଲାଇନ ବିଭାଗ, ଏନଆଇଆରଡି ଆଣ୍ଡ ପିଆର, ଏସଆଇଆରଡି ଆଣ୍ଡ ପିଆର, ପଞ୍ଚାୟତିରାଜ ତାଲିମ ପ୍ରତିଷ୍ଠାନ, ୟୁଏନ ଏଜେନ୍ସି, ଏନଜିଓ, ଏସଏସଜି ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିବେ। ବିଭିନ୍ନ ରାଜ୍ୟ/ୟୁଟି ରୁ ମନୋନୀତ ଗ୍ରାମ ପଞ୍ଚାୟତ ଏବଂ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ବୈଷୟିକ ଅଧିବେଶନ / ପ୍ୟାନେଲ ଆଲୋଚନା ସମୟରେ 3 ରୁ 4 ମିନିଟର ଭିଡିଓ ଚଳଚ୍ଚିତ୍ର ଉପସ୍ଥାପନା ମାଧ୍ୟମରେ ପ୍ରାସଙ୍ଗିକ ବିଷୟବସ୍ତୁ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବେ।
34 ଟି ରାଜ୍ୟ / ୟୁଟି ଏହି ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରୁଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ବିଡିଏ, ଲାଇନ ବିଭାଗର ରାଜ୍ୟ ଅଧିକାରୀ, ଜାତିସଂଘ ଏଜେନ୍ସିମାନେ ମଧ୍ୟ ଏଥିରେ ଯୋଗଦେବେ। ଗ୍ରାମ ପଞ୍ଚାୟତଗୁଡିକ, ଯେଉଁମାନେ ବିଭିନ୍ନ ସମ୍ମିଳିତ କାର୍ଯ୍ୟ ମାଧ୍ୟମରେ ଶିଶୁ ଅନୁକୁଳ ଏବଂ ମହିଳା ଅନୁକୁଳ ଗ୍ରାମ ହାସଲ କରିବାରେ ଉଳ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କ ଅଭିଜ୍ଞତା ଏବଂ ଅଭିନବ ମଡେଲ, କୌଶଳ, ଆଭିମୁଖ୍ୟ ଇତ୍ୟାଦିକୁ ଉପସ୍ଥାପିତ କରିବେ।
ଥିମ୍ 3 ଏବଂ 9 ରେ ସଙ୍କଳ୍ପ ଚୟନ କରିଥିବା ଗ୍ରାମ ପଞ୍ଚାୟତଗୁଡିକ ଥିମର ସମ୍ପୃକ୍ତ ଦିଗ ଉପରେ ସେମାନଙ୍କର କାହାଣୀ ବିଷୟରେ ଉପସ୍ଥାପନ କରିବା ପାଇଁ କର୍ମଶାଳାରେ ଅଂଶଗ୍ରହଣ କରିବେ। ପଞ୍ଚାୟତର ପ୍ରତିନିଧୀମାନେ ଅନ୍ୟ ଗ୍ରାମପଞ୍ଚାୟତ ଦ୍ବାରା ଗ୍ରହଣ କରାଯାଇଥିବା ତଥା କାର୍ଯ୍ୟକାରୀ ହୋଇଥିବା ଉତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବାକୁ ପାଇବେ। ଶିକ୍ଷାର ଆଦାନପ୍ରଦାନ ପାଇଁ ଏକ ସୁଯୋଗ ଯୋଗାଇବା ପାଇଁ କର୍ମଶାଳା/ ପ୍ରୋଗ୍ରାମର 3ୟ ଦିନରେ କ୍ଷେତ୍ର ପରିଦର୍ଶନ ଆୟୋଜିତ ହେବ।
କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ଦକ୍ଷତା ବିକାଶ ଏବଂ ତାଲିମ ପ୍ରସଙ୍ଗରେ ଆଦର୍ଶ କୌଶଳ, ଆଭିମୁଖ୍ୟ, ସମ୍ମିଳିତ କାର୍ଯ୍ୟ ଏବଂ ଅଭିନବ ମଡେଲଗୁଡିକ ପ୍ରଦର୍ଶିତ କରିବା; ଏହା ସହିତ ସର୍ବୋତ୍ତମ ଅଭ୍ୟାସ; ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ଏସଡିଜି ଗୁଡ଼ିକର ଥିମଗୁଡିକର ମନିଟରିଂ ଢାଞ୍ଚା, ପ୍ରୋତ୍ସାହନ ଏବଂ ପ୍ରତିଫଳନ ଆଦିର ସର୍ବୋତ୍ତମ ଅଭ୍ୟାସକୁ ଉପସ୍ଥାପିତ କରାଯିବ।
ତୃଣମୂଳ ସ୍ତରରେ ଲେନ୍ସ ଥିମେଟିକ୍ ଆଭିମୁଖ୍ୟ ମାଧ୍ୟମରେ ଏଲଏସଡିଜି ଗୁଡ଼ିକର ପ୍ରକ୍ରିୟାକୁ ଅନୁଷ୍ଠାନିକ କରିବା ପାଇଁ ଭୁବନେଶ୍ୱର କର୍ମଶାଳା ବିଭିନ୍ନ ମଡେଲରେ ପଞ୍ଚାୟତର ସାଥୀ ଶିକ୍ଷା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।
ତିନି ଦିନ ମଧ୍ୟରେ ନିମ୍ନଲିଖିତ ଲକ୍ଷ୍ୟ ହାସଲ କରିବାକୁ ଜାତୀୟ କର୍ମଶାଳା ଚେଷ୍ଟା କରିବ :
ଅନ୍ୟ ରାଜ୍ୟମାନଙ୍କ ସହିତ ଭାବ ବିନିମୟ ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରି ଗ୍ରାମ ପଞ୍ଚାୟତ ପାଇଁ ପିୟର-ଲର୍ଣ୍ଣିଂ ପାଇଁ ଏକ ସ୍ଥାନ ସୃଷ୍ଟି କରିବା
ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା ନୀତି ନିର୍ମାତା, ସିଭିଲ୍ ସୋସାଇଟି ସଂଗଠନ, ଏନଜିଓ, ଡୋମେନ୍ ଏକ୍ସପର୍ଟଙ୍କ ମଧ୍ୟରେ କଥାବାର୍ତ୍ତାକୁ ସୁଗମ କରିବା
ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ କାର୍ଯ୍ୟକାରୀ କୌଶଳକୁ ମଜବୁତ କରିବା
ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ ଅଭିନବ ଚିନ୍ତାଧାରାର ପ୍ରସାର ଏବଂ ବିଚାର ବିମର୍ଶ
ଜାତୀୟ କର୍ମଶାଳା ଗ୍ରାମପଞ୍ଚାୟତ ପାଇଁ ସୁଚିନ୍ତିତ କାର୍ଯ୍ୟ ଏବଂ ଅଭିଜ୍ଞତାମୂଳକ ଶିକ୍ଷା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହା ଅଂଶଗ୍ରହଣକାରୀ ଏବଂ ଅନୁସନ୍ଧାନକାରୀ ହେବ ଯାହା ତିନି ଥାକିଆ ପ୍ରକ୍ରିୟା ଗ୍ରହଣ କରିବ:
୧- ଭିଡିଓ ଉପସ୍ଥାପନା: ପଞ୍ଚାୟତ ଏବଂ ଡୋମେନ୍ ବିଶେଷଜ୍ଞମାନେ ଗତ କିଛି ବର୍ଷ ଧରି କରିଆସୁଥିବା ଆଦର୍ଶ କାର୍ଯ୍ୟରେ ପ୍ରସ୍ତୁତ ଭିଡିଓ ଦେଖାଇ ଉପସ୍ଥାପନା କରିବେ। ସେମାନେ ଗ୍ରହଣ କରିଥିବା ପ୍ରକ୍ରିୟା, ଏବଂ ସେମାନଙ୍କର ନିଜସ୍ୱ ଗ୍ରାମ ପଞ୍ଚାୟତ କିମ୍ବା ହସ୍ତକ୍ଷେପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପ୍ରଭାବ ପ୍ରଦର୍ଶନ କରିବେ।
୨- ଗୋଷ୍ଠୀ / ପ୍ୟାନେଲ୍ ଆଲୋଚନା: ପଞ୍ଚାୟତ ପ୍ରତିନିଧୀ, ଡୋମେନ୍ ବିଶେଷଜ୍ଞ, ଏନଜିଓ ସହିତ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ପ୍ୟାନେଲ୍ ଗଠନ କରାଯାଇଛି ଯାହାକି ଭାରତ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ ଉପସ୍ଥାପନାକୁ ଆଧାର କରି ପ୍ୟାନେଲରେ ବରିଷ୍ଠ ଅଧିକାରୀଙ୍କ ସୁବିଧା ପାଇଁ ଭିଡିଓରେ ଦେଖାଯାଇଥିବା ବିଷୟ ଉପରେ ଆଲୋଚନା କରାଯିବ। ଅଂଶଗ୍ରହଣକାରୀଙ୍କ ପ୍ରତିନିଧୀ ପ୍ରଶ୍ନଗୁଡିକ ଗ୍ରାମ ପଞ୍ଚାୟତ ଏବଂ ବିଶେଷଜ୍ଞମାନଙ୍କ ଦ୍ବାରା ନିଆଯିବ ଏବଂ ସମାଧାନ କରାଯିବ।
୩- କ୍ଷେତ୍ର ପରିଦର୍ଶନ: କର୍ମଶାଳା ସ୍ଥଳର ଚାରୋଟି ବିଷୟରେ କେବଳ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ ନାହିଁ ବରଂ ଏହା ଅନ୍ୟ ରାଜ୍ୟରୁ ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ଗ୍ରାମ ପଞ୍ଚାୟତକୁ ନେଇ ଓଡିଶାରେ ଗ୍ରାମ ପଞ୍ଚାୟତ ଦ୍ବାରା କରାଯାଇଥିବା କାର୍ଯ୍ୟ ପ୍ରଦର୍ଶନ କରାଯିବ। ରାଜ୍ୟ ପ୍ରତିନିଧୀମାନେ ନିର୍ଦ୍ଧାରିତ ଗ୍ରାମ ପଞ୍ଚାୟତକୁ ଯାତ୍ରା କରିବେ ଏବଂ କରାଯାଇଥିବା କାର୍ଯ୍ୟ ଏବଂ ଏହାର ପ୍ରଭାବ ଉପରେ ସେମାନଙ୍କର ଅଭିଜ୍ଞତା ହାସଲ କରିବେ। ଏହା ଅଂଶଗ୍ରହଣକାରୀମାନଙ୍କୁ ଓଡିଶାରେ ଗ୍ରହଣ କରାଯାଇଥିବା ଗ୍ରାମ ପଞ୍ଚାୟତ ପ୍ରକ୍ରିୟା ବୁଝିବାରେ ସାହାଯ୍ୟ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡିଶା ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ତଥା ରାଜ୍ୟ ପଞ୍ଚାୟତିରାଜ (ଏସଆଇଆରଡି ଏବଂ ପିଆର), ଓଡିଶା, ଭାରତ ସରକାରଙ୍କ ସହିତ କ୍ଷେତ୍ର ପରିଦର୍ଶନକୁ ସମନ୍ୱିତ ତଥା ସୁବିଧା କରାଯିବ।
ପୃଷ୍ଠଭୂମି:
ମିଳିତ ଜାତିସଂଘ ଦ୍ବାରା ଗ୍ରହଣ କରାଯାଇଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ ଜାନୁୟାରୀ 1, 2016 ଠାରୁ ଲାଗୁ ହୋଇଛି। ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ଏସଡିଜି ଗୁଡ଼ିକ ଉପରେ ଥିମେଟିକ୍ ଆଭିମୁଖ୍ୟ ଗ୍ରହଣ କରିଛନ୍ତି – ‘ବିଶ୍ୱ ଯୋଜନା’ହାସଲ କରିବା ପାଇଁ ‘ସ୍ଥାନୀୟ କାର୍ଯ୍ୟ’ ଉପରେ ଗୁରୁତ୍ବ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହି ପଦ୍ଧତିଟି ପିଆରଆଇ ମାଧ୍ୟମରେ ଗ୍ରାମାଞ୍ଚଳରେ ଏଡିଜି ଗୁଡ଼ିକୁ ଲୋକାଲାଇଜ୍ କରିବାକୁ ଲକ୍ଷ୍ୟ ରଖିଛି, ବିଶେଷକରି ଗ୍ରାମ ପଞ୍ଚାୟତଗୁଡିକ 17 ଟି ଲକ୍ଷ୍ୟକୁ ‘9 ଥିମ୍’ ରେ ଏକତ୍ରିତ କରିଛି। ଉପଯୁକ୍ତ ନୀତିଗତ ନିଷ୍ପତ୍ତି ଏବଂ ସଂଶୋଧନ ପରେ ରାଷ୍ଟ୍ରିୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଗାଇଡଲାଇନର ନବୀକରଣ ହୋଇଛି ଯାହା ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ପ୍ରକ୍ରିୟାକୁ ସୁଗମ କରିଥାଏ।
ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କାର୍ଯ୍ୟସୂଚୀ ଅନୁଯାୟୀ, ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ପଞ୍ଚାୟତରେ ପରିପୂର୍ଣ୍ଣ ହେବାକୁ ଥିବା ନଅଟି ଥିମ୍ ଉପରେ ଆଧାର କରି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ଉପରେ ଏକ ଥିମେଟିକ୍ କର୍ମଶାଳା / ସମ୍ମିଳନୀ ଆୟୋଜନ କରୁଛନ୍ତି। ବିଭିନ୍ନ ସ୍ଥାନରେ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ରାଜ୍ୟ/ ୟୁଟି ପଞ୍ଚାୟତି ରାଜ ବିଭାଗ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତିରାଜ (ଏସଆଇଆରଡି ଆଣ୍ଡ ପିଆର), ଲାଇନ୍ ମନ୍ତ୍ରଣାଳୟ/ ବିଭାଗ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ର ମିଳିତ ସହଯୋଗରେ ଏହାକୁ କରାଯିବ। ଏଲଏସଡିଜିର ସଫଳ କାର୍ଯ୍ୟକାରୀ ସେତେବେଳେ କରାଯାଇପାରିବ ଯେତେବେଳେ ଏହି ବିଷୟକୁ ଉପଯୁକ୍ତ ଭାବରେ ବୁଝା ଯାଇଥିବ ଓ ଏଥିରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ଦ୍ବାରା କାର୍ଯ୍ୟକାରୀ କରାଯିବ।
ଏଲଏସଡିଜି ଥିମ୍ 3 ର ଲକ୍ଷ୍ୟ – ଶିଶୁ ଅନୁକୂଳ ଗ୍ରାମ ହେଉଛି ସମସ୍ତ ଶିଶୁ ବଞ୍ଚିବା, ବିକାଶ, ଅଂଶଗ୍ରହଣ ଏବଂ ସୁରକ୍ଷା ପାଇଁ ସେମାନଙ୍କର ଅଧିକାର ଉପଭୋଗ କରିବାକୁ ସକ୍ଷମ ହେବା ନିଶ୍ଚିତ କରିବା। ଗ୍ରାମ ପଞ୍ଚାୟତଗୁଡିକ ସମସ୍ତ ଶିଶୁଙ୍କୁ ନିରାପଦ, ସୁରକ୍ଷିତ ଏବଂ ସ୍ବଚ୍ଛ ପରିବେଶ ଯୋଗାଇବା ଆବଶ୍ୟକ କରନ୍ତି ଯେଉଁଠାରେ ପ୍ରତ୍ୟେକ ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ତଥା ସୁରକ୍ଷିତ ପରିବେଶ ଦୃଷ୍ଟିରୁ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରି ପ୍ରତ୍ୟେକ ଶିଶୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ବିକାଶ କରିପାରିବେ।
ଏଲଏସଡିଜି ଥିମ୍ 9 ର ଲକ୍ଷ୍ୟ – ମହିଳା ଅନୁକୂଳ ଗ୍ରାମ ହେଉଛି ଲିଙ୍ଗଗତ ସମାନତା ହାସଲ କରିବା, ସମାନ ସୁଯୋଗ, ସମାନ ଅଧିକାର, ସଶକ୍ତିକରଣ ସୁଯୋଗ ଏବଂ ମହିଳାଙ୍କ କଲ୍ୟାଣ ପାଇଁ ସୁରକ୍ଷିତ ତଥା ନିରାପଦ ପରିବେଶ। ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ଏହି ଉପଯୁକ୍ତ ସୁବିଧା ବ୍ୟତୀତ, ଏହା ଅପରାଧକୁ ହ୍ରାସ କରିବା, ନିରାପଦ ଜନସାଧାରଣ ତଥା ବେସରକାରୀ କ୍ଷେତ୍ରକୁ ସୁନିଶ୍ଚିତ କରିବା, ନିରନ୍ତର ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ମହିଳାମାନଙ୍କ ପାଇଁ ସମାନ ଦରମା ଇତ୍ୟାଦି ପ୍ରଦାନ ଉପରେ ଲକ୍ଷ୍ୟ ରଖିଥାଏ।