Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ ଭୋଟର ଦିବସ ପାଳନ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ପୂର୍ବାହ୍ନରେ ଏହାର ମୁଖ୍ୟାଳୟ, ରେଳ ସଦନ ଠାରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଅଛି। ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନେ ଭାରତର ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ (25 ଜାନୁୟାରୀ 1950) ସ୍ମରଣୀୟ କରିବା ସହିତ ନାଗରିକଙ୍କ ମଧ୍ୟରେ ନିର୍ବାଚନ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଶପଥ ନେଇଥିଲେ।

ପୂର୍ବତଟ ରେଳପଥର ସମସ୍ତ ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ଜାତୀୟ ଭୋଟର ଦିବସ ଆୟୋଜିତ ହୋଇଥିଲା ଯେଉଁଥିରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ନିର୍ବାଚନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ସକରାତ୍ମକ ଭାବରେ ଭୋଟ୍ ଦେବା ପାଇଁ କର୍ମଚାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଏହା ବ୍ୟତୀତ ରେଳପଥର ବିଭିନ୍ନ ଷ୍ଟେସନ ମାନଙ୍କ ଠାରେ ମଧ୍ୟ କର୍ମଚାରୀମାନେ ଜାତୀୟ ଭୋଟର ଦିବସ ପାଳନ କରିଛନ୍ତି।

ପୂର୍ବତଟ ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ସିଦ୍ଧାର୍ଥ କାଟି ଏବଂ ମୁଖ୍ୟ କାର୍ମୀକ ଅଧିକାରୀ ସୂର୍ଯ୍ୟ ପ୍ରକାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବିଜେପି ପକ୍ଷରୁ ଜାତୀୟ ଭୋଟର ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି।

ଏହି ଦିବସରେ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଯୋଗଦେଇ ଯୁବ ପିଢୀ ନିଜର ମୁଲ୍ୟବାନ ମତଦାନକୁ କିପରି ସଠିକ୍ ଭାବରେ ସାବ୍ୟସ୍ତ କରିବେ ପ୍ରକାଶ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାହୁ , ନେତ୍ରାନନ୍ଦ ରାଉଳ ପ୍ରମୁଖ ମତଦାନ ସଂପର୍କରେ ନୂତନ ଭୋଟର ମାନଙ୍କୁ ଆଲୋଚନା ମାଧ୍ୟମରେ ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମକୁ ରାମାନୂଜ ମହାପାତ୍ର ସଂଯୋଜନା କରିଥିଲେ। ନାକଟିଦେଉଳ ଓ ରେଢାଖୋଲ ବ୍ଲକ୍ ର ବହୁ ଯୁବ ଭୋଟର ଭାଇମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ।

Categories
ଆଜିର ଖବର

ଭବାନୀପାଟଣାରେ ୧୨ତମ ଜାତୀୟ ଭୋଟର ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା ଦିବସର ସ୍ମୃତିରେ ପ୍ରତି ବର୍ଷ ଜାତୀୟ ଭୋଟର ଦିବସ ପାଳନ କରାଯାଏ। ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଦ୍ଵାରା ୧୨ ତମ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି। କୋଭିଡ ୧୯ କଟକଣା ନିୟମ ପାଳନ ପୂର୍ବକ ସମ୍ମିଳନୀ କକ୍ଷରେ ବିଏଲ୍ ଓ ତଥା ନୂତନ ଭୋଟର ଙ୍କ ଗ୍ରହଣରେ ସଭା ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଭୋଟର ଦିବସ ର ବିଷୟ ରହିଛି ” ନିର୍ବାଚନକୁ ସମ୍ମିଳିତ, ସୁଲଭ ଓ ସହଭାଗୀ କରିବା”ଏବଂ ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଚନ୍ଦନ ଭୋଟର ତାଲିକାରେ ଉଲ୍ଲେଖନୀୟ କାର୍ଯଯୋଗୁଁ ୭୭ ଲାଞ୍ଜିଗଡ ବିଏଲ୍ ଓ କୈଳାଶ ଚନ୍ଦ୍ର ଦାସ ସହକାରୀ ଶିକ୍ଷକ ଏବଂ ୭୮ ଜୁନାଗଡ ପାଇଁ ବିଏଲ୍ ଓ ଗିରିଧାରୀ ଛତ୍ରିଆ, ଶିକ୍ଷକ/ଲିଙ୍ଗରାଜ ବେହେରା ଶିକ୍ଷକଙ୍କୁ ପୁରସ୍କୃତ କରିଥିଲେ।

ଉପସ୍ଥିତ ନୂତନ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରି ଗଣତନ୍ତ୍ରକୁ ସୁଦୃଢ କରିବାକୁ ତଥା ନିଜର ମତଦାନ ନିଶ୍ଚୟ ଦେବାକୁ ସଙ୍କଳ୍ପ ନେବାପାଇଁ କହିଥିଲେ। ସଭାରେ ଅନ୍ୟମାନଙ୍କମଧ୍ୟରେ ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ, ଡି ଆଇ ପି ଆର୍ ଓ ମନୋଜ ବେହେରା , ଡି ପି ଓ ପ୍ରହ୍ଲାଦ ପ୍ରଧାନ ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।