Categories
ଆଞ୍ଚଳିକ

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ଅର୍ଜୁନ ସ୍ନାତକ ମହାବିଦ୍ୟାଳୟକଦଳୀଗଡରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଯୁବ ଦିବସରେ କଲେଜର ଅଧ୍ୟକ୍ଷ
ଅଖିଳେନ୍ଦ୍ର ଶାସନୀ ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବରେ ରାଜୀବ ଲୋଚନ ଚାନ୍ଦ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦଳୀ ଗଡ, ମୁଖ୍ୟ ବକ୍ତା – ସନ୍ତୋଷ କୁମାର ରଥ, ସାହିତ୍ୟିକ ତଥା ଲେଖକ, ସମ୍ମାନିତ ଅତିଥି – କନ୍ଦର୍ପ ବେହେରା, ସୁଚିତ୍ରାର ସଂପାଦକ, କୃଷ୍ଣ ଚନ୍ଦ୍ର ହୋତା, ସଭାପତି, କଲେଜ୍ ପରିଚାଳନା କମିଟି, ବୃଶକେତୁ ପ୍ରଧାନ, ସହ ସମ୍ପାଦକ, କଲେଜ୍ ପରିଚାଳନା କମିଟି, ବାଳାଦିତ୍ୟ ବିକାଶ ଚନ୍ଦନ ସିଂ, ଅଧ୍ୟାପକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଦଳୀଗଡ ଅତିଥି ଭାବରେ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଥିଲେ ଜଣେ ବକ୍ତା , ସମାଜ ସଂସ୍କାରକ ତଥା ବିଚକ୍ଷଣ ବ୍ୟକ୍ତିର ଅଧିକାରୀ।

ଯୁବ ସମାଜର ଆଦର୍ଶ ଭାବରେ ବେଶ୍ ପରିଚିତ ଥିଲେ ବିବେକାନନ୍ଦ। ସେ କହୁଥିଲେ ଉଠ ଯାଗ୍ରତ ହୁଅ ଲକ୍ଷ୍ୟ ହାସଲ ନ ହେବା ଯାଏଁ ଅଟକି ଯାଅ ନାହିଁ। ସ୍ବାମୀ ବିବେକାନନ୍ଦ ନିଜର ସାଧନା ବଳରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବକ୍ତବ୍ୟ ପ୍ରଦାନ କରି ବେଶ୍ ପରିଚିତ ହୋଇ ପାରିଥିଲେ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।

ଶେଷରେ ସୁଦର୍ଶନ ସାର୍, ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୈନତେୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗଣ, ପରିଚାଳନା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୁବ ଦିବସ ଓ ବିବେକାନନ୍ଦ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର (କୈଳାଶ କନ୍ଦର ଚୌଧୁରୀ): ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି।

ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁର୍ବାହ୍ନରେ ବଡଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ସହରର ବିଭିନ୍ନ ଶିକ୍ଷା ଓ ସେବା ଅନୁଷ୍ଠାନ ପକ୍ଷରୁ ପ୍ରାୟ ୮୦୦ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଲୋକସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଯେନା, ଆଇ ଏସ୍ ଆର୍ ଡି ନିର୍ଦେଶକ ସୁଧୀର ସାବତ,ଆର୍ ଏମ୍ ଆଇ ଟି ନିର୍ଦେଶକ ଇଁ ଜିତେନ୍ଦ୍ର କୁମାର ପଣ୍ଡା, ସକ୍ଷୀ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ, ସ୍ନେହମୟୀ ପାଢ଼ୀଙ୍କ ସମେତ ବହୁ ସ୍ଵେଚ୍ଛାସେବୀଙ୍କ ଗହଣରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶୋଭାଯାତ୍ରାରେ ସ୍ବାମୀ ବିବେକାନନ୍ଦଙ୍କ ନାମରେ ସ୍ଲୋଗାନ ଦେଇ ସହର ପରିକ୍ରମା ପରେ ବିଜୁପଟ୍ଟନାୟକ ସଂସ୍କୃତି ଭବନରେ ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖି ସ୍ବାମୀଜୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଆହ୍ୱାନ ପ୍ରଦାନ କରିଥିଲେ। ଆଜିର ଯୁବସମାଜ ସଚେତନତା ଅଭାବ ରୁ ପଥଭ୍ରଷ୍ଟ ହୋଇ ନିଶାଗ୍ରସ୍ତ ଓ ଗୁଟଖା ସେବନ କୁ ଗ୍ରହଣ କରି ବିଭିନ୍ନ ଦୁରାରୋଗ୍ୟ ରେ ପୀଡ଼ିତ ହେଉଛନ୍ତି ଓ ବିଶେଷକରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ବହୁ କଷ୍ଟ ଭୋଗ କରୁଛନ୍ତି। ସେଥିପାଇଁ କର୍କଟ ମୁକ୍ତ ଭାରତର ନିହାତି ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିବା ସହ ଉପସ୍ଥିତ ଯୁବସମାଜ କୁ ସଙ୍କଳ୍ପ କରାଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ମଳା ଦାସ, ଦେବରାଜ ରାଉତ, ସରୋଜ ସାହୁ,ସ୍ନୀଗ୍ଧା ମହାରଣା ଓ କଲ୍ୟାଣୀ ଦାସଙ୍କ ସମେତ ବହୁ ପ୍ରତିନିଧି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସାମ୍ବାଦିକ ସତୀଶ କୁମାରଙ୍କୁ ସ୍ୱାମୀ ବିବେକାନନ୍ଦ ସେବା ରତ୍ନ ପୁରଷ୍କାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପ୍ରତ୍ୟେକ ବର୍ଷର ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇ ଥାଏ। ଏହିଦିନ ଟି ଭାରତୀୟ ଯୁବକ ମାନଙ୍କୁ ସମର୍ପିତ ଅଟେ, ଏହିଦିନ ଟିକୁ ପାଳନ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରହିଛି। ଏହିଦିନ ଟି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଥାଏ। ସ୍ୱାମୀ ବିବେକାନନ୍ଦ ଜାନୁଆରୀ ୧୨ ତାରିଖ ୧୮୬୩ ରେ କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଲା ନରେନ୍ଦ୍ରନାଥ ଦତ୍ତ। ନରେନ୍ଦ୍ରନାଥ ପିଲାଟି ଦିନରୁ ଆଧ୍ୟାତ୍ମିକ ରାସ୍ତାରେ ନିଜକୁ ପରିଚାଳିତ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ସନ୍ନ୍ୟାସ ନେଇଥିଲେ। ସନ୍ନ୍ୟାସ ନେବା ପରେ ସେ ସାରା ବିଶ୍ୱରେ ବିବେକାନନ୍ଦ ଭାବରେ ପରିଚିତ ହେଲେ।

ଏହି ଅବସରରେ ସାମ୍ବାଦିକ ତାରେ ଉଲ୍ଲେଖନୀୟ ପଦର୍ଶନ ପାଇଁ ଉତ୍ତରପ୍ରଦେଶର ସାହାରା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଓଡିଶା ସାମ୍ବାଦିକ ସତୀଶ କୁମାର ଦାସଙ୍କୁ ସ୍ୱାମୀ ବିବେକାନନ୍ଦ ସେବା ରତ୍ନ ପୁରଷ୍କାର ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରତିଷ୍ଠା କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ଜାତୀୟ ଯୁବ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଶକ୍ତି ଓ ସ୍ଫୁର୍ତ୍ତିରେ ଭରପୂର ତାଙ୍କର ଚିନ୍ତାଧାରା  ଓ ବାର୍ତ୍ତା ଯୁବପିଢ଼ିଙ୍କୁ ଯୁଗଯୁଗ ଧରି କିଛି କରିବାକୁ ପ୍ରେରଣା ଯୋଗାଇବ। “

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ଜାନୁଆରୀ ୧୨ ତାରିଖ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସଟି ଜାତୀୟ ଯୁବ ଦିବସ ଭାବରେ ସରା ଭାରତରେ ପାଳିତ ହେଉଛି। ଗୋଦାବରୀଶ ମହାବିଦ୍ୟାଳୟର ଦର୍ଶନ ବିଭାଗ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାଣପୁର ବାଲୁଗାଁ ନଗର ଶାଖ ସୌଜନ୍ୟରେ ଏହି ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସଭାପତିତ୍ୱ କରିଥିବା ବେଳେ ହିଞିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିବେକାନନ୍ଦ କେନ୍ଦ୍ର ବ୍ରହ୍ମପୁର ଶାଖାର ପଦାଧିକାରୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନେକ ଅଜଣା ତଥ୍ୟ ଉପସ୍ଥାପନା କରିବା ସହ ସ୍ଵାମୀଜୀଙ୍କ ଆଦର୍ଶରେ ଅନୁପ୍ରଣିତହୋଇ ଏକ ସଫଳ ଜୀବନଯାପନ କରିବାପାଇଁ ସ୍ଵାମୀଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁକରଣ କରିବା ପାଇଁ ଉପଦେଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ସହ ପ୍ରଶାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ବ୍ରତୁ ହେବାପାଇଁ ଉପଦେଶ ଦେଇଥିଲେ।

ଦର୍ଶନ ବିଭାଗର ଅଧ୍ୟାପିକା ଅନୀତା ଦଳେଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟମୂଖ୍ୟ ରାଧାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନକରିଥିଲେ। ଅଧ୍ୟାପକ ହିଟଲର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।। ସଭାରେ ମହାବିଦ୍ୟାଳୟର ଅନେକ କର୍ମଚାରୀ , ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବୈରାଗୀ ଚରଣ ବଳ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।