Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବରରେ ପୂର୍ବାଞ୍ଚଳ ‘ପିଏମ୍ ଗତିଶକ୍ତି’

ଭୁବନେଶ୍ୱର: ଲଜିଷ୍ଟିକ ଦକ୍ଷତା ବୃଦ୍ଧି ଓ ଏ ବାବଦ ଖର୍ଚ୍ଚ ହ୍ରାସ ନିମନ୍ତେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି) ହେଉଛି ଏକ ପରିବର୍ତ୍ତିତ ଚିନ୍ତାଧାରା ଓ ପଦକ୍ଷେପ।  ଦେଶର ସମନ୍ଵିତ ଭିତ୍ତିଭୂମି ବିକାଶ ପାଇଁ ଏହାକୁ ଆରମ୍ଭ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ ଶିଳ୍ପାନୁଷ୍ଠାନଗୁଡିକୁ ଏକାଠି କରି ସମନ୍ୱିତ ଯୋଜନା ଓ ସମନ୍ୱୟ ଭିତ୍ତିକ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା ହେଲା ଏହାର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ଜାତୀୟ ଲଜିଷ୍ଟିକ୍ସ ନୀତି ଆରମ୍ଭ କରିଛନ୍ତି। ଏହା ଲଜିଷ୍ଟିକ ବାବଦ ବ୍ୟୟ ହ୍ରାସ କରିବା ସହ ଏହାର ଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ। ଜାତୀୟ ଲଜିଷ୍ଟିକ୍ସ ନୀତିର ଆଭିମୁଖ୍ୟ ହେଉଛି ଲଜିଷ୍ଟିକ୍ସ ପ୍ରକ୍ରିୟାର ଡିଜିଟାଇଜେସନ। ବିଭିନ୍ନ ମନ୍ତ୍ରଣାଳୟର ୩୦ଟି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ସମନ୍ୱିତ କରି ଏକକ ଲଜିଷ୍ଟିକ୍ସ ଇଂଟରଫ୍ରେସ ପ୍ଲାଟଫର୍ମ ଆରମ୍ଭ କରାଯାଇଛି।

ପୂର୍ବାଞ୍ଚଳ ସମ୍ମିଳନୀ ଜାତୀୟ ଲଜିଷ୍ଟିକ୍ସ ନୀତିକୁ ବିସ୍ତୃତ ଭାବେ ବୁଝିବା ପାଇଁ ବିଭିନ୍ନ ଅଂଶଗ୍ରହଣକାରୀଙ୍କୁ  ଏକ ସୁଯୋଗ ପ୍ରଦାନ କରିବ।

କୋଇଲା ମନ୍ତ୍ରଣାଳୟ ପିଏମ୍ ଗତିଶକ୍ତି ଜାତୀୟ ଲଜିଷ୍ଟିକ୍ ନୀତି ପୂର୍ବାଞ୍ଚଳ ସମ୍ମିଳନୀ ଭୁବନେଶ୍ୱର ଓଡିଶାଠାରେ ଆସନ୍ତା ୧୬, ୦୨.୨୦୨୩ ଦିନ ଆୟୋଜନ କରିବ। ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରରେ ଭିତ୍ତିଭୂମି ବିକାଶର ସମନ୍ୱିତ ଯୋଜନା ଓ ସମନ୍ୱୟ ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି।

ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିଭିନ୍ନ ମନ୍ତ୍ରଣାଳୟ ଯେପରିକି କୋଇଲା, ଡିପିଆଇଆଇଟି, ରେଳବାଇ, ଶକ୍ତି, ଇସ୍ପାତ, ସାର ଓ ରସାୟନ, ସଡକ ପରିବହନ, ଜାହାଜ ଚଳାଚଳ ଓ ବନ୍ଦର, ଜଳପଥ ଅଧିକାରୀ ଓ ପୂର୍ବାଞ୍ଚଳ ଶିଳ୍ପ ପ୍ରତିନିଧିଗଣ ଏଥିରେ ଯୋଗଦେବେ।

ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସମ୍ମିଳନୀରେ ଆଲୋଚନା ହେବା ସହ ପ୍ରସ୍ତାବମାନ ଉପସ୍ଥାପିତ ହେବ।

ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କୋଇଲା ଉତ୍ପାଦନ ଓ ଆବଣ୍ଟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କୋଇଲା ମନ୍ତ୍ରଣାଳୟ ଉଦ୍ୟମ କରୁଛି। ମନ୍ତ୍ରଣାଳୟ ବିଶେଷକରି କୋଇଲା ଲଜିଷ୍ଟିକ୍ସ ଓ ଏହାର ଡିଜିଟାଲ ପଦ୍ଧତି ଉପରେ ମୁଖ୍ୟତଃ ଆଲୋକପାତ କରିବ। ଜାତୀୟ ପରିପ୍ରେକ୍ଷୀରେ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମ୍ମିଳନୀରେ ବିଶଦ୍‌ଭାବେ ମତ ବିନିମୟ ହେବ। (ପିଆଇବି)