Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବୟନ ମନ୍ତ୍ରଣାଳୟ ହସ୍ତତନ୍ତର ବିକାଶ ତଥା ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ଅଧୀନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତି ଗୁଡିକର ଭିତିଭୂମିର ବିକାଶ ଏବଂ  ବୁଣାକାର ମାନଙ୍କର ବିକାଶ ପାଇଁ ଅନୁଦାନ ଦିଆଯାଇଥାଏ।

ଏଥିରେ ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣ ଗୁଡିକର କ୍ରୟ ନିମନ୍ତେ, ସୌର ଆଲୋକ ୟୁନିଟ୍ ସମୂହର ନିର୍ମାଣ, ୱାର୍କସେଡ୍ ନିର୍ମାଣ, ଡିଜାଇନ୍ କ୍ଷେତ୍ରରେ ନବସୃଜନ, ଉତ୍ପାଦ ବିକାଶ ଏବଂ ବିବିଧକରଣ, ଦକ୍ଷତା ବିକାଶ ପାଇଁ , ହସ୍ତତନ୍ତ ଦ୍ରବ୍ୟର ମାର୍କେଟିଂ, ରିହାତି ମୂଲ୍ୟରେ ମୁଦ୍ରା ଋଣ ଇତ୍ୟାଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସି ମାନଙ୍କୁ ବିତୀୟ ସହାୟତା ପ୍ରଦାନ କରା ଯାଇଥାଏ ।

ଗତ ତିନି ବର୍ଷରେ ଏବଂ ଚଳିତ ବର୍ଷ ୨୦୧୯ -୨୦ ରୁ ୨୦୨୨ – ୨୩  ସମୟ ମଧ୍ୟରେ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆ ଯାଇଛି । ଓଡିଶାକୁ ଗତ ତିନି ବର୍ଷ ଏବଂ ଚଳିତ ବର୍ଷର ଜୁନ୍ ମାସ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର‌୍ୟ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତୀୟ ସହାୟତା ପ୍ରଦାନ କରା ଯାଇଛି ।

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଗତ ତିନି ବର୍ଷ ମଧ୍ୟରେ ଏବଂ ଚଳିତ ବର୍ଷ ୨୦୧୯ – ୨୦ ରୁ ୨୦୨୨ – ୨୩ (୩୦.୦୫.୨୦୨୨ ପର୍ଯ୍ୟନ୍ତ) ରାଜ୍ୟ ଏବଂ ରାଜ୍ୟ ଏଜେନ୍ସି ମାନଙ୍କୁ ପ୍ରଦାନ କରା ଯାଇଥିବା ଆର୍ଥିକ ସହାୟତାର ବିବରଣୀ ଗୁଡିକ ନିମ୍ନରେ ପ୍ରଦାନ କରା ଯାଇଛି ।